Home ଓଡ଼ିଶା ଜିଲ୍ଲାରେ ଶିକ୍ଷା ବିଭାଗର ଅବହେଳା : ଆରଟିଇ/ଇଡବ୍ଲୁଏସ – ପାରଦର୍ଶୀ ଯୋଜନାରେ ଦୁର୍ନୀତି ଅଭିଯୋଗ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୨୬ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବରଗଡ଼ :- ନାଗରିକ ଅଧିକାର ଆନ୍ଦୋଳନ” ତଥା “ଓଡ଼ିଶା ଅଭିଭାବକ ମହାସଂଘ”, ବରଗଡ଼ର ଏକ ମିଳିତ ପ୍ରତିନିଧି ଦଳ ଶିକ୍ଷା ଅଧିକାରୀଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଓଡିଶା ସରକାରଙ୍କ “ପାରଦର୍ଶୀ ଯୋଜନା” (Under “RTE Act” – Right To Education (EWS – Economically Weaker Section) ରେ ବ୍ୟାପକ ଅନିୟମିତତା ହେଉଥିବା ଦର୍ଶାଇ, ଜିଲ୍ଲାରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଅସଂଖ୍ୟ ଯୋଗ୍ୟ ଛାତ୍ର ଛାତ୍ରୀ କାହିଁକି ଏହି ଯୋଜନା ରୁ ବଞ୍ଚିତ କିମ୍ବା ଯୋଜନାର ଲାଭ ଉଠେଇ ପାରୁନଥିବା ଅଭିଯୋଗ କରିଥିଲେ । ଯୋଗ୍ୟ ଛାତ୍ର ଛାତ୍ରୀ ଥିବା ସତ୍ତ୍ୱେ କାହିଁକି କେତେ ଅଯୋଗ୍ୟ (ଆର୍ଥିକ ଦୃଷ୍ଟିରୁ ଶକ୍ତିଶାଳୀ) ଛାତ୍ର ଛାତ୍ରୀ ଦାରିଦ୍ର୍ୟ ସିମରେଖାର EWS ବର୍ଗର ସୁବିଧାକୁ ଉଠଉଛନ୍ତି ଦର୍ଶାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଥିଲେ। ଯେଉଁମାନେ ଏହି ଯୋଜନାରେ ନାମ ଲେଖେଇଛନ୍ତି ସେମାନଙ୍କ ଠାରୁ ବେସରକାରୀ ସ୍କୁଲ ଫି ଆଦାୟ କରୁଥିବାର ଗମ୍ଭୀର ଅଭିଯୋଗ ମଧ୍ୟ କରିଛନ୍ତି। ଏହା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ତଥା ଜନସଚେତନତା ଦ୍ୱାରା ଏହି ଯୋଜନାକୁ ଲୋକାଭିମୁଖୀ କରିବା ପାଇଁ ଏବଂ ଏହି ଯୋଜନାର ନୀତି ନିୟମ ଖିଲାଫ କରି ବେସରକାରୀ ସ୍କୁଲ କତ୍ତୃପକ୍ଷଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏବଂ COR (Certificate Of Registration) ପ୍ରତ୍ୟହୃତ ପାଇଁ ଦାବି କରିଥିଲେ। ଏତଦ୍’ବ୍ୟତିତ, ଜିଲ୍ଲାରେ ଜାଲ ସାଟିଫିକେଟ୍’ଧାରୀ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଶୀଘ୍ର ଚିହ୍ନଟ କରି ତାଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମଧ୍ୟ ଦାବି କରିଥିଲେ। ଏହି ପ୍ରତିନିଧି ଦଳରେ ନାଗରିକ ଅଧିକାର ଆନ୍ଦୋଳନ ତରଫରୁ ନିତିନ ପଟ୍ଟନାୟକ , ଜିଲ୍ଲା ଅଭିଭାବକ ମହାସଂଘର ସଭାପତି ବିମଳ କୁମାର ଦାଶ, ସାରଥୀ ମେହେର, ସୁଷେନ ବୋହିଦର, ସିବାନନ୍ଦ ମଟାରୀ, ଆଶୁତୋଷ ରଥ, ବାଲ୍ମୀକି ଷଡଙ୍ଗୀ, ବୃନ୍ଦାବନ ବେହେରା, ଦିବେନ୍ଦ୍ର ସିଂ ଆଦି ଉପସ୍ଥିତ ଥିଲେ। Categories: ଓଡ଼ିଶା, ବରଗଡ଼, ହୋମ୍ Related Content ଅସୁସ୍ଥଥିବା କଟକ ମହାନଗର ଶାନ୍ତି କମିଟିର ଶ୍ରୀ ଭିକାରୀ ଦାସଙ୍କୁ ଭେଟିଲେ ସି.ପି.ଆଇ ନେତୃମଣ୍ଡଳୀ by Proprietor Abhimanyu Maharana September 18, 2026 ମା "ମଙ୍ଗଲ ଚଣ୍ଡୀଙ୍କ ନୂତନ ପିତ୍ତଳ ମେଢରେ ଝଲସିଲା ପୁଜା ମଣ୍ଡପ by Proprietor Abhimanyu Maharana September 18, 2026 ବନମାଳୀପୁର ଦୁର୍ଗା ପୂଜାରେ ବିନା ଡି 'ଜେ' ରେ ଶୃଙ୍ଖଳିତ ପୂଜା ପାଇଁ ନିଷ୍ପତ୍ତି by Proprietor Abhimanyu Maharana September 18, 2026 "ମୋ ପରିବାର" ପ୍ରତିଷ୍ଠାତା ଶୁଭେନ୍ଦ୍ର ଶତପଥୀ ସମ୍ମାନୀତ by Proprietor Abhimanyu Maharana September 17, 2026 ଅମ୍ବାନୀ ପରିବାର ଗଣେଶ ପୂଜାରେ ଯୋଗଦେଲେ ଅଚ୍ୟୁତ ସାମନ୍ତ by Proprietor Abhimanyu Maharana September 17, 2026 ସାମୁହିକ ଗଣେଷ ମେଢ଼ ବିସର୍ଜନ ଲାଗି ପ୍ରଶାସନିକ ପ୍ରସ୍ତୁତି ବୈଠକ by Proprietor Abhimanyu Maharana September 17, 2026