ସି. ସି.ଡି. ସ୍ବେଛାସେବୀ ସଂଗଠନ ଦ୍ଵାରା ଆର. ଉଦୟଗିରି ଓ ରାୟଗଡ଼ ବ୍ଲକ ର ୫୮ ଟି ଗ୍ରାମରେ କୋଭିଡ-୧୯ ଦ୍ଵାରା ପ୍ରଭାବିତ ପରିବାର ମାନଙ୍କୁ ରିଲିଫ୍ ସାମଗ୍ରୀ ବଣ୍ଟନ

ଓଡିଶା ତାଜା ନ୍ୟୁଜ୍ (୨୦ ଜୁନ୍ ଶନିବାର ) ପାରଳାଖେମୁଣ୍ଡି : କରନା ପ୍ରଭାବିତ ଗଜପତି ଜିଲ୍ଲାରେ ବହୁ ସ୍ବେଛାସେବୀ ସଂଗଠ ନ ରହିଛି ହେଲେ କରନା ସମୟରେ ଗୋଟିଏ ହେଲେ ସ୍ବେଚଛାସେବୀ ସଂଗଠନ କର୍ମ କର୍ତ୍ତା ଙ୍କ ଦେଖା ନାହିଁ ହେଲେ ଏଭଳି ସମୟରେ ଗଜପତି ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ସି.ସି.ଡି. ମିଶୋର ଓ ଜର୍ମାନୀ ର ସହଯୋଗିତାରେ ଜିଲ୍ଲାରେ ରାୟଗଡ଼ ଓ ଆର. ଉଦୟ ଗିରି ବ୍ଲକ ଅନ୍ତର୍ଗତ ୫୮ ଗ୍ରାମରେ ଯେଉଁ ମାନେକି କୋଭିଡ୍-୧୯ ଦ୍ଵାରା ବିଶେଷ ଭାବରେ ପ୍ରଭାବିତ ପରିବାର ର ୫୦୦ ଜଣଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା । ସେହି ୫୦୦ ଜଣଙ୍କ ମଧ୍ୟରୁ ୪୦୦ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର, ବୃଦ୍ଧ ବୃଦ୍ଧା, ଭିନ୍ନକ୍ଷମ, ଅସହାୟ ଏବଂ ୧୦୦ ଜଣ ଗର୍ଭବତୀ ମହିଳା, ପ୍ରସୂତି, ଓ ପୃଷ୍ଟିହିନତା ଶିଶୁ ମାନଙ୍କୁ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ଦ୍ୱାରା ଚିହ୍ନଟ କରା ଯାଇଥିଲା ।

ଚିହ୍ନଟ ହିତାଧିକାରୀ ମାନଙ୍କୁ ଜଣଙ୍କ ପିଛା ୪ କେଜି ମାଣ୍ଡିଆ ଚୁନା,୧ କେଜି ଡାଲି,୧ ଲିଟର ଖାଇବା ତେଲ,୧ କେଜି ଲୁଣ, ହତାଧୁଆ ସାବୁନ ଏବଂ ଗୋଟିଏ ଲେଖାଏଁ ମାସ୍କ୍ ପ୍ରତେତ୍ୟେକଙ୍କୁ ଦିଆ ଯାଇଥିଲା । ରାୟଗଡ଼ ବ୍ଲକ ରମାର୍ଲ୍ଲବା ଗ୍ରାମ ପରିସରରେ ୧୮,୧୯ ଦୁଇ ଦିନ ଧରି ୨୩୨ ଜଣଙ୍କୁ ଓ ମଣ୍ଡଳ ସାହି ସ୍ଥିତ ସି. ସି.ଡ଼ି. କ୍ଷେତ୍ରୀୟ କାର୍ଯ୍ୟାଳୟ ପରିସରରେ ୧୨୨ ଜଣଙ୍କୁ ଏବଂ ଆର. ଉଦୟଗିରି ବ୍ଲକ ଅନ୍ତର୍ଗତ ମଙ୍ଗରାଜପୁର ଗ୍ରାମ ଶି ସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ୧୪୬ ଜଣଙ୍କୁ ସି.ସି.ଡ଼ି. ର ମୁଖ୍ୟ ତଥା ସମ୍ପାଦକ ଏ. ଜଗନ୍ନାଥ ରାଜୁ ଯୋଗ ଦେଇ ଗରିବ, ଭିନ୍ନକ୍ଷମ, ବୃଦ୍ଧ ବୃଦ୍ଧା, ଗର୍ଭବତୀ ମହିଳା, ପ୍ରସୂତୀ ଓ ପୃଷ୍ଟହିନତା ଶିଶୁ ମାନଙ୍କୁ ଶୁଖିଲା ଖାଦ୍ୟ ପଦାର୍ଥ ବଣ୍ଟନ କରିଥିଲେ ।

ଗତ ତିନି ମାସ ଲୋକ୍ ଡାଉନ୍ ରହିଥିବା ଯୋଗୁଁ ବହୁ ପରିବାର କାମ ଧନ୍ଦା ହରାଇଥିବା ବେଳେ ନିଜର ଜୀବନ ଜୀବିକା ଆୟ ପନ୍ଥା ହରାଇ ସଙ୍କଟ ମୟ ପରି ସ୍ଥିତି ଦେଇ ଗତି କରୁଥିବା ବେଳେ ସି ସି ଡ଼ି ସ୍ବେଚଛାସେବୀ ଅନୁଷ୍ଠାନ ସାହାଯ୍ୟର ହାତ ବଢ଼ାଇବା ସହ ମାସ୍କ ପରିଧାନ କରିବା, ସାମାଜିକ ଦୂରତା ରକ୍ଷା କରିବା, ଏବଂ ଅତି ଜରୁରୀ କାମ ନଥିଲେ ଘରୁ ପଦାକୁ ନ ବାହରିବା ପାଇଁ ସେ ଅଞ୍ଚଳର ଜନସାଧାରଣଙ୍କୁ ସଚେତନ ମଧ୍ୟ କରିଥିଲେ । ଏ ସମସ୍ତ କାର୍ଯ୍ୟକ୍ରମ ରେ ସ୍ଥାନୀୟ ପଞ୍ଚାୟତ ପ୍ରତିନିଧି ମାନେ ବହୁ ସଂଖ୍ୟାରେ ଯୋଗଦେଇଥିଲେ । ଏହି ରିଲିଫ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମକୁ ସି ସି ଡି ର ତପନ କୁମାର ପାଣଗ୍ରାହୀଙ୍କ ସମେତ ଅନ୍ୟ କର୍ମାରୀମାନେ ଯୋଗ ଦେଇ ପରିଚାଳନା କରିଥିଲେ । (ପାରଳାଖେମୁଣ୍ଡି – ଗରୁଡ଼ ଧ୍ଵଜ ଚୌଧୁରୀ )

odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

Exit mobile version