୨୫ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ୍ ଅନ୍ତର୍ଗତ ଡଙ୍ଗରମାଲ୍ ଗ୍ରାମର ଲକ୍ଷ୍ମୀକାନ୍ତ ମାଝୀ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଘରକୁ ଫେରି ଆସିବା ବେଳକୁ ହଠାତ୍ କୁଆଡେ ନିଖୋଜ ହେବା ଘଟଣା ପରିବାର ଲୋକଙ୍କୁ ଚିନ୍ତାରେ ପକାଇଛି । ଏହି ୨୧ବର୍ଷୀୟ ଯୁବକ ଗତ ୦୬/୦୩/୨୦୨୩ ରିଖ ସୁଦୂର ସିକନ୍ଦରବାଦର “ପାଠାଣ ଡେରୋ “ସ୍ଥିତ” ପୁନିତ୍ କଣ୍ଟ୍ରୋ ସନ୍” କୁ କାମ କରିବାକୁ ଯାଇଥିଲେ ।
କାମକରି ଦେହ ଅସୁସ୍ଥ ହୋଇ ପଡିବାରୁ ସେ ୧୯/୦୪/୨୦୨୩ ରିଖ ଦିନ ଟ୍ରେନ୍ ଯୋଗେ ନିଜ ଘରକୁ ଫେରୁଥିଲେ ହେଲେ ସେ ପ୍ରଥମେ ବିଶାଖପାଟଣାରେ ପହଂଚି ଥିଲେ । ସେହି ସମୟରେ ତାଙ୍କ ଘରକୁ ଫୋନ୍ ମାଧ୍ୟମରେ ମୁଁ ବିଶାଖାପାଟଣାରେ ଅଛି ବୋଲି ଜଣାଇଥିଲେ । ପୁଣି ବିଶାଖାପାଟଣା ହାଟିଆ ଟ୍ରେନ୍ ରେ ଆସିବା କଥା କିନ୍ତୁ କୌଣସି କାରଣରୁ ସେ ଘରକୁ ଫେରିଲେ ନାହିଁ ଓ ଯୁବକ ଜଣଙ୍କ ଫୋନ ସହ ଯୋଗାଯୋଗ କଲେ ଏହା ସମ୍ଭବ ହେଉ ନ ଥିବା ଯୋଗୁଁ ପରିବାର ପ୍ରତି ଚିନ୍ତାର ବିଷୟ ହୋଇଛି । ଯାହାକି ଘର ଲୋକେ ପୁଅ ନ ଆସିବାରୁ ସ୍ଥାନୀୟ ନର୍ଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏହା ଫଳରେ ଯୁବକ ଜଣକ ନିଖୋଜ ହୋଇଯାଇଥିବା ଜଣା ପଡିଛି । କୌଣସି ସହୃଦୟ ବ୍ୟକ୍ତି ଏହି ଯୁବକ ଜଣକଙ୍କୁ ଦେଖନ୍ତି ତେବେ ଦୟାକରି ଏହି ମୋବାଇଲ୍ ନଂ୯୩୩୭୫୦୦୮୨୦, ୮୨୬୦୨୫୩୪୫୯ ରେ ଯୋଗାଯୋଗ କରି ଗରିବ ପରିବାର ପ୍ରତି ସହଯୋଗ କରିବା ପାଇ ପରିବାର ଲୋକେ ନିବେଦନ କରିଛନ୍ତି । ଏନେଇ ଗତ ୨୪ ତାରିଖ ଦିନ ନର୍ଲା ଥାନାରେ ଏକ ଏତଲା ଦିଆଯାଇଥିବା ମଧ୍ୟ ପରିବାର ଲୋକେ ଜଣାଇଛନ୍ତି ।
