ପାଣି ଆଣିବାକୁ ଯାଇ ଗର୍ଭବତୀଙ୍କ ମୃତ୍ୟୁ

୨୫ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ଆର,ଉଦୟଗିରି ଥାନା ନୁଆଗଡ ବ୍ଳକ ପି. ଅନ୍ତରଡା ପଞ୍ଚାୟତର ଆଲେସିଂ ଗ୍ରାମର ୭ମାସର ଗର୍ଭବତୀ ମହିଳା ଜନନ୍ତି ରାଇକା (30) ଙ୍କ ମୃ ଘଟିଛି । ମିଳିଥିବା ସୁଚନା ପ୍ରକାରେ ମହିଳା ଜଣକ କୂଅକୁ ପାଣି ଆଣିବାକୁ ଯାଇଥିବା ସମୟରେ ମୁଣ୍ଡ ବୁଲାଇ ହେବାରୁ ପଡିଯାଇଥିଲେ । ଡେରେଡାଙ୍ଗ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଦୀଘ୍ର ବର୍ଷ ହେଲା ଡାକ୍ତର ଖାଲିପଡିଛି ।ପରିବାର ଲୋକେ ତାଙ୍କୁ ସେହି ଅଞ୍ଚଳରେ ସ୍ବାସ୍ଥ୍ୟ ସେବାର ସୁବିଧା ନଥିବାରୁ ବାଧ୍ୟ ହୋଇ ୫୦ କିଲୋମିଟର ଦୂରରେ ଥିବା ଖଜୁରିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ଦାୟତ୍ବରେ ଥିବା ଡା. କ୍ଷୀରୋଦ କୁମାର ଦୋରା ତାଙ୍କୁ ମୃତ ଘୋଷଣା କରି ପୁଲିସକୁ ସୂଚନା ଦେଇଥିଲେ । ଆର,ଉଦୟଗିରି ପୁଲିସ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରି ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।ନୁଆଗଡ ତହସିଲଦାରଙ୍କ ଉପସ୍ଥିତିରେ ତଥା ଖଜୁରିପଦା ଫାଣ୍ଡି ଅଧିକାରୀ ଗଜପତି ଦୋରାଙ୍କ ସହଯୋଗରେ ପ୍ରାଥମିକ ତଦନ୍ତ କରି ଶବ ବ୍ୟବଛେଦ ନିମନ୍ତେ ପାରଳାଖେମଣ୍ଡ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି । ସ୍ବାମୀ ଗୁରୁବାଡ ରଇତ ପ୍ରଥମ ସ୍ତ୍ରୀ ମୃତ୍ୟୁ ପରେ ଜନନ୍ତିଙ୍କୁ ବିବାହ କରିଥିଲେ । ଜନନ୍ତି ରକ୍ତଚାପରେ ପୀଡିତ ଥିବାରୁ ଏଭଳି ଘଟଣା ଘଟିଥିବା ପୁଲିସକୁ ଲିଖିତ ଭାବେ ଗୁରୁବାଡା ଅବଗତ କରିଛନ୍ତି ।

Exit mobile version