୧୨୪ କିଲୋ ଗଞ୍ଜେଇ ଜବତ, ଦୁଇ ଗିରଫ

୨୫ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ମୋହନା ବ୍ଳକର ଅଡବା ଥାନା ପୁଲିସ ରବିବାର ଗୁଲୁବା ଓ ଶୁଣ୍ଡିପଡା ଅଞ୍ଚଳରେ ପଇଁତରା କରୁଥିବା ବେଳେ ରାସ୍ତା କଡ ଲଟାବୁଦାରେ ଗଞ୍ଜେଇ ବ୍ୟାଗ ଧରି ଗାଡିକୁ ଅପେକ୍ଷା କରୁଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ପୁଲିସ । ଗିରଫମାନେ ହେଲେ ହରିଆନା ରାଜ୍ୟ ପାନିପଥ ଅଞ୍ଚଳର ରାମଲାଲ ଏବଂ ପୃଥିବୀ ରାମ ।

ଗାଡି ଯୋଗେ ବ୍ରହ୍ମପୁର ଏବଂ ପରେ ହରିଆନାକୁ ଗଞ୍ଜେଇ ଚାଲାଣ କରିବାକୁ ସେମାନେ ଯୋଜନା କରିଥିଲେ । ଆର,ଉଦୟଗିରି ବିଡିଓ ଲରିମନ ଖର୍ସେଲଙ୍କ ଉପସ୍ଥିତିରେ ଉକ୍ତ ଗଞ୍ଜେଇକୁ ଓଜନ କରିବାରୁ ତାହା ୧୨୪ କିଲୋ ୪୦୦ ଗ୍ରାମ ହୋଇଥିଲା । ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଅଡବା ପୁଲିସ ଶୁକ୍ରାନ୍ତ କୁମାର ପଣ୍ଡା ସୁଚନା ଦେଇଛନ୍ତି ।

Exit mobile version