୨୫ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର, ଉଦୟଗିରି :- ଗଜପତି ଜିଲ୍ଲା ସେରଙ୍ଗ ଥାନା ଅନ୍ତର୍ଗତ ଖଜୁରୀପଦା ପୋଲିସ ଫାଣ୍ଡି ସମ୍ମୁଖରେ ଖୋଲିଲା ଜଳଛତ୍ର। ବର୍ତ୍ତମାନ ଗ୍ରୀଷ୍ମ ପ୍ରକୋପ ବଢିବା ସାଙ୍ଗକୁ ଟାଣଖରା ସହ ଗୁଳୁଗୁଳି ଅନୁଭୂତି ହେଉଛି, ଏହାକୁ ଦୃଷ୍ଟିରେ ରଖି ଖଜୁରୀପଦା ପୋଲିସ ପାଣ୍ଡି ସମ୍ମୁଖରେ ଫାଣ୍ଡି ଅଧିକାରୀ ଡି.ଗଜପତି ଦୋରାଙ୍କ ନିଜସ୍ଵ ଖର୍ଚ୍ଚରେ ଏକ ଜଳଛତ୍ର ଖୋଲାଯାଇଛି। ଏହି ଜଳଛତ୍ର ସ୍ଥାନୀୟ ବୁଦ୍ଧିଜୀବୀ ଏବଂ ଫାଣ୍ଡିର କର୍ମଚାରୀ ମାନଙ୍କ ଉପସ୍ଥିତିରେ ଶ୍ରୀ ଦୋରା ଶୁଭାରମ୍ଭ କରିଛନ୍ତି । ରାସ୍ତାରେ ଯାଉଥିବା ଲୋକଙ୍କୁ ନିଯେ ପାଣି ଦେଇ କିଭଳି ଖରା ଓ ଅଂଶୁଘାତ ର ମୁକାବିଲା କରିବା ତାହାରି ଉପରେ ଲୋକଙ୍କୁ ସଚେତନତା କରିଛନ୍ତି । 
କୌଣସି କାମ ନଥିଲେ ବାହାରକୁ ନଯିବା ଯଦି କୌଣସି କାମରେ ବାହାରକୁ ଗଲେ ଛତା ଓ ଯୋତା ବ୍ୟବହାର କରିବା ପାଇଁ ମଧ୍ଯ ପରାମର୍ଶ ଦେଇଥିଲେ। ପ୍ରତିଦିନ ଏହି ରାସ୍ତା ଦେଇ ଅନେକ ଲୋକେ ଗୁମା, ସେରଙ୍ଗ ଯାଇଥିବା ବେଳେ ଝାଲାରସିଂ ଗ୍ରାମପଞ୍ଚାୟତର ଶତାଧିକ ଲୋକ ପ୍ରତିଦିନ ଯା’ଆସ କରନ୍ତି। ସର୍ବ ସାଧାରଣଙ୍କ ସୁବିଧା ପାଇଁ ଏହି ଜଳଛତ୍ର ଖୋଲାଯାଇଥିବା ବେଳେ ପଥପ୍ରାନ୍ତଙ୍କ ଯିବା ଆସିବା ସମୟରେ ଏକ ପୋଲିସ କର୍ମୀ ଜଳଛତ୍ର ସ୍ଥାନରେ ଉପସ୍ଥିତ ରହି ଜଳ ବଣ୍ଟନ କରିବେ ବୋଲି ଶ୍ରୀ ଦୋରା କହିଛନ୍ତି। ସ୍ତାନୀୟ ପୋଲିସର ଏଭଳି ଜନକଲ୍ୟାଣ ବ୍ୟବସ୍ଥାକୁ ସାଧାରଣରେ ପ୍ରଶଂସା କରାଯାଇଥିବା ଜଣାପଡିଛି।

