୨୫ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବାଲୁଗାଁ :- ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ କୁଲେଇ ପଞ୍ଚାୟତ ଅଧିନସ୍ଥ ବିଞ୍ଝାଳା ଗ୍ରାମର ପୂର୍ବତନ ସରପଞ୍ଚ ଶ୍ରୀମତୀ ବୈଦେଇ ନାୟକଙ୍କ ବଡପୁଅ ତଥା ଚଉଦ ନଂ ଜୋନ ର ପୂର୍ବତନ ଜିଲ୍ଲା ପରିଷଦ ଡମ୍ବରୁ ଧର ନାୟକଙ୍କର ୩୮ ବର୍ଷ ବୟସରେ ପରଲୋକ ହୋଇଯାଇଛି । ପ୍ରାପ୍ତ ସୂଚନା ଅନୁଯାଇ କଲିକତା ଠାରେ ତାଙ୍କର ଆକସ୍ମିକ ଭାବେ ମୃତ୍ୟୁ ହୋଇଛି I ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଖୋର୍ଦ୍ଧା ଜିଲ୍ଲା ପରିଷଦ ୧୪ ନଂ ଜୋନର ଜିଲ୍ଲାପରିଷଦ ଭାବେ ନିର୍ବାଚିତ ହୋଇ ଥିବାବେଳେ ଏବେ ରାଜନୀତି ଠାରୁ ମୁହଁ ଆଡେଇ ବାହାର ରାଜ୍ୟକୁ ଯାଇଥିଲେ ।
ସେଠାରେ କୌଣସି କାରଣରୁ ମୃତ୍ୟୁ ଘଟିଥିବା ଫଳରେ ଗ୍ରାମରେ ଏବଂ ବାଣପୁର ଅଞ୍ଚଳର ସାଧାରଣରେ ବେଶ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ବିଂଝଳା ଗ୍ରାମର ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଡମ୍ଭୁରଧର ନାୟକଙ୍କ ଆକସ୍ମିକ ଦେହାନ୍ତ ବିଷୟରେ ଜାଣି ତାଙ୍କ ବାସଭବନରେ ପହଞ୍ଚି ମରଶରୀରରେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ ଚିଲିକାର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ରଘୁନାଥ ସାହୁ ଏବଂ ଗଭୀର ଦୁଃଖ ପ୍ରକାଶ କରିବା ସହିତ ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟ ମାନଙ୍କ ପ୍ରତି ସମବେଦନା ଜଣାଇଥିଲେ ।

