୨୫ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବାଲୁଗାଁ :- ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳର ଜଣେ ଦୁର୍ଦାନ୍ତ ଅପରାଧୀଙ୍କୁ ଆଜି ଗିରଫ କରିଛି ପୋଲିସ . ଗିରଫ ବ୍ୟକ୍ତି ହେଲେ ଚନ୍ଦ୍ରାପୁଟ ଗ୍ରାମର ମାନସ ଦାସ । ମାନସ ଙ୍କ ନାମରେ ୧୪ ଗୋଟି ଅପରାଧିକ ମାମଲା ଏବଂ ଦୁଇ ଗୋଟି ଏନବିଡବ୍ଲୁ ରହିଛି । ତନ୍ମଧ୍ୟରୁ ତିନି ଗୋଟି ମରଣାନ୍ତକ ଆକ୍ରମଣ ମାମଲା ରହିଛି ।
ପୋଲିସ ସୂଚନା ମୁତାବକ ମାନସ ଦୀର୍ଘ ଦିନ ଧରି ବେଆଇନ ମଦ ବେପାରରେ ଜଡ଼ିତ ଥିଲେ । ତାଙ୍କୁ ପୁର୍ବରୁ ମଧ୍ୟ ଏକାଧିକ ଥର ପୋଲିସ ଗିରଫ କରିବା ପାଇଁ ଚଢ଼ାଉ କରିଥିଲେ ସୁଦ୍ଧା ସେ ଖସି ପଳେଇବାରେ ସଫଳ ହେଉଥିଲେ । ତେବେ ନିକଟରେ ତାଙ୍କରି ଗ୍ରାମର ସନ୍ତୋଷ ମାଳି ନାମକ ବ୍ୟକ୍ତିଙ୍କୁ ମଦ ବ୍ୟବସାୟରେ ଶତ୍ରୁତା କୁ ନେଇ ମାନସ ମରଣାନ୍ତକ ଆକ୍ରମଣ କରିଥିଲେ ।
