ଗର୍ଭବତୀ ମହିଳାଙ୍କ ସନ୍ଦେହ ଜନଜ ଭାବରେ ମୃତ୍ୟୁ , ପୋଲିସ୍ ର ତଦନ୍ତ ଆରମ୍ଭ

୨୫ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୂଆଗଡ଼ :- ଆର୍,ଉଦୟଗିରି ଥାନା ନୂଆଗଡ଼ ବ୍ଲକ୍ ପି,ଅନ୍ତରଡ଼ା ପଞ୍ଚାୟତର ଆଲିସିଂ ଗ୍ରାମର ୭ମାସର ଗର୍ଭବତୀ ମହିଳା ଜନନିତି ରଇତ ( ବୟସ ୩୦ )ଙ୍କ ମୃତ୍ୟୁ ଘଟିଛି । ମିଳିଥିବା ସୂଚନା ପ୍ରକାରେ ମହିଳା ଜଣକ କୂଅକୁ ପାଣି ଆଣିବାକୁ ଯାଇଥିବା ସମୟରେ ମୁଣ୍ଡ ବୁଲାଇ ହେବାରୁ ପଡ଼ିଯାଇଥିଲେ । କେରେଡା଼ଙ୍ଗ ଥିବା ପ୍ରାଥମିକ ସ୍ବାସ୍ଥ୍ଯ କେନ୍ଦ୍ରରେ ଦୀର୍ଘ ବର୍ଷ ହେଲା ଡ଼ାକ୍ତର ଖାଲି ପଡ଼ିଛି । ପରିବାର ଲୋକେ ତାଙ୍କୁ ୫୦ କିଲୋମିଟର ଦୂରରେ ଥିବା ଖଜୁରୀପଦା ଗୋଷ୍ଠି ସ୍ବାସ୍ଥ୍ଯକେନ୍ଦ୍ରକୁ ନେଇଥିଲେ । ଦାୟିତ୍ବରେ ଥିବା ଡ଼ା କ୍ଷୀରୋଦ କୁମାର ଦୋରା ତାଙ୍କୁ ମୃତ  ଘୋଷଣା କରି ପୁଲିସ୍ କୁ ସୂଚନା ଦେଇଥଲେ ।

ଆର୍ ଉଦୟଗିରି ପୁଲିସ ସ୍ବାସ୍ଥ୍ଯ କେନ୍ଦ୍ରରେ ପହଞ୍ଚି ମୢତଦେହ ଜବତ କରି ଅପ ମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ନୂଆଗଡ଼ ତହସିଲ ଦାରଙ୍କ ଉପସ୍ଥିତିରେ ତଥା ପାଣ୍ଡି ଅଧିକାରୀ ଗଜପତି ଦୋରାଙ୍କ ସହଯୋଗରେ ପ୍ରାଥମିକ ତଦନ୍ତ କରି ଶବ ବ୍ଯବଛେଦ ନିମନ୍ତେ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ଯ ସ୍ବାସ୍ଥ୍ଯ କେନ୍ଦ୍ର କୁ ପଠାଇଛି । ସ୍ବାମୀ ଗୁରୁବାଡ ରଇତ ପ୍ରଥମ ସ୍ତ୍ରୀ ମୃତ୍ୟୁ ପରେ ଜନନ୍ତିଙ୍କୁ ବିବାହ କରିଥିଲେ । ଜନନ୍ତି ରକ୍ତଚାପରେ ପୀଡ଼ିତ ଥିବାରୁ ଏଭଳି ଘଟଣା ଘଟିଥିବା ପୁଲିସ୍ କୁ ଲିଖିତ ଭାବେ ଗୁରୁବାଡ ଅବଗତ କରିଛନ୍ତି ।

Exit mobile version