କଟକ ଖାନନଗର ଠାରୁ ଲିଙ୍କ୍ ରୋଡ ହେବ ୬ ଥାକିଆ ରାସ୍ତା 

୨୫ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଟକ :-   କଟକ ର ଖାନନଗର ଠାରୁ ଲିଙ୍କ ରୋଡ଼ ପର୍ଯ୍ୟନ୍ତ ୬ ଟିକିଆ ରାସ୍ତା ନିର୍ମାଣ ପାଇଁ ଟେଣ୍ଡ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆୟୋଜିତ କ୍ୟାବିନେଟ ବୈଠକରେ ଏନେଇ ଆଲୋଚନା କରାଯାଇଛି ।କଟକକୁ ନୂଆ ରୂପ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଇଥିବା ସଂଙ୍କଳ୍ପ ଓ କାର୍ଯ୍ୟକ୍ରମର ଏହା ଏକ ଅଂଶ ବିଶେଷ । ମୁଖ୍ୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୧୫ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି ।ସୋମବାର କ୍ୟାବିନେଟ୍ ଅନୁମୋଦନ ଲାଭ କରିଥିବା ପ୍ରସ୍ତାବ ମଧ୍ୟରେ କଟକ ରିଂ ରୋଡକୁ ଖାନ ନଗର ଠାରୁ ଲିଙ୍କ ରୋଡ ପର୍ଯ୍ୟନ୍ତ ୬ ଲେନ ବିଶିଷ୍ଟ କରାଯିବା ନିଷ୍ପତ୍ତି ରହିଛି । ଏହି ପ୍ରକଳ୍ପ ପାଇଁ ଟେଣ୍ଡ କରାଯାଇଥିଲା । ଏଥିରେ ୧୨୧ କୋଟି ୬୫ଲକ୍ଷ୍ୟ ଟଙ୍କା ଖର୍ଚ କରାଯାଇ ୨୪ ମାସ ମଧ୍ୟରେ ଶେଷ କରାଯିବ ବୋଲି ଜଣାପଡ଼ିଛି। ଏହା ହେଲେ ଖାନାଗରରେ ହେଉଥିବା ନୂତନ ବସ ଷ୍ଟାଣ୍ଡରୁ ବସ ଗୁଡିକ ସୁରୁଖୁରୁରେ ଯାତାୟାତ କରିପାରିବେ । ଏନେଇ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, କଟକ ମେୟର ସୁବାଷ ସିଂ, ଚୌଦ୍ୱାର କଟକ ବିଧାୟକ ସୌଭିକ ବିଶ୍ୱାଳ ପ୍ରମୁଖ ମୁଖ୍ୟ ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Exit mobile version