ଜମି କ୍ରୟର ଏକ ଘଂଟାରେ ପଟ୍ଟା ପ୍ରଦାନ କଲା କଟକ ଜିଲ୍ଲାର ମାହାଙ୍ଗା ତହସିଲ ପ୍ରଶାସନ

ଓଡିଶା ତାଜା ନ୍ୟୁଜ୍ (୨୦ ଜୁନ୍ ଶନିବାର ) ମାହାଙ୍ଗା : ରାଜ୍ୟ ସରକାର ଜନସାଧାରଣ ଙ୍କୁ ଜମିଜମା କ୍ଷେତ୍ରରେ ଡିଜିଟାଲ ନେଟ ମାଧ୍ୟମରେ କାର୍ଯ୍ୟକୁ ଗୁରୁତ୍ୱ ଦେଇଥିବା ବେଳେ ଏହାର ଏକ ବାସ୍ତବ ଚିତ୍ର କଟକ ଜିଲ୍ଲା ମାହାଙ୍ଗା ତହସିଲରେ ଦେଖିବାକୁ ମିଳିଛି, ତହସିଲଦାର ଚିତ୍ତରଞ୍ଜନ ପଟ୍ଟନାୟକ ଙ୍କ ନିର୍ଦେଶ ରେ ସମସ୍ତ କାର୍ଯ୍ୟ ନେଟ ମାଧ୍ୟମରେ ତୁରନ୍ତ କରିବାସହ ଲୋକଙ୍କୁ ଜମି ପଟ୍ଟା ଠାରୁ ବିଭିନ୍ନ ପ୍ରମାଣ ପତ୍ର ଯୋଗାଇଦିଆଯାଉଛି, ଏହି ତହସିଲରେ ଜମି ପଟ୍ଟା ପାଇଁ ଆବେଦନର ଏକ ଘଣ୍ଟା ମଧ୍ୟରେ କ୍ରେତା ଙ୍କୁ ଅନଲାଇନ ମାଧ୍ୟମରେ ପଟ୍ଟା ଯୋଗାଇ ଦିଆଯାଇଛି,

ଯାହାକି ସମଗ୍ର ରାଜ୍ୟରେ ଏହା ପ୍ରଥମ ଘଟଣା ବୋଧେ, ମାହାଙ୍ଗା ମଧୁପୁର ଗ୍ରାମର ସେକ ଜିଆଉଦିନ ସେହିଗ୍ରାମର ସେକ ମୋତାହିର ଅହମ୍ମଦ ଙ୍କୁ ମାହାଙ୍ଗା ସବ ରେଜିଷ୍ଟ୍ରି କାର୍ଯ୍ୟଳୟରେ ସେଲ ଡିଡ଼ କରିଥିଲେ, ଏହାପରେ ସେ ସେ ମାହାଙ୍ଗା ତହସିଲରେ ପଟ୍ଟା ହାସଲ ନିମନ୍ତେ ମିଉଟେସନ ମିସ କେଶ କରିବାର ଏକ ଘଣ୍ଟା ମଧ୍ୟରେ ତହସିଲ ପକ୍ଷରୁ ତହସିଲଦାର ଶ୍ରୀ ପଟ୍ଟନାୟକ, ଅଭିଲେଖାଗାର ଅଧିକାରୀ ବାବୁରାମ ମୁର୍ମୁ, ଅତିରିକ୍ତ ତହସିଲଦାର ଦିଲୀପ ନାୟକ ଙ୍କ ଉପସ୍ତିତିରେ ନୂତନ ପଟ୍ଟା ସେକ ମୋତାହିର କୁ ପ୍ରଦାନ କରାଯାଇଥିଲା, ଏହି କାର୍ଯ୍ୟରେ ରେକର୍ଡ କିପର ଅବକାଶ ନାୟକ, ରାଜସ୍ବ ନିରୀକ୍ଷକ କ୍ଷୀରୋଦ ସାହୁ ସହଯୋଗ କରିଥିଲେ, (ମାହାଙ୍ଗା /କଟକ /ରିପୋର୍ଟ ଲଷ୍ମୀଧର ଖୁଣ୍ଟିଆ )

odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

Exit mobile version