ଅକ୍ଷୟ ତୃତୀୟାରେ ଧରଣୀ ପୀଠରେ ପୋଢ ବଳି

୨୫ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଳାହାଣ୍ଡି :-  ପବିତ୍ର ଅକ୍ଷୟ ତୃତୀୟା ପର୍ବ ଚାଷୀ ଭାଇ ମାନଙ୍କ ପାଇଁ ବଡ଼ ପର୍ବ ତଥା ଖୁସିର ପର୍ବ କହିଲେ ଅତ୍ୟୁକ୍ତି ହେବନାହିଁ । ଏହି ଅକ୍ଷୟ ତୃତୀୟା ଅବସରରେ ଚାଷୀ ଭାଇ ସକାଳୁ ଉଠି ସ୍ନାନ କରି ନିଜର ବେଶଭୂଷାରେ ସଜ୍ଜିତ ହୋଇ ଟୋକେଇରେ ଧାନ, ଅରୁଆ ଚାଉଳ ସହିତ ଫୁଲ, ଚନ୍ଦନ, ସିନ୍ଦୁରରେ ବଳଦରେ ଯୋତା ହଳ ନଙ୍ଗଲକୁ ବିଧିବିଧାନରେ ପୂଜା ପାଠ କରି ନିଜର ଜମିରେ ଥିବା ବସୁମାତା ମାଟିକୁ ଭକ୍ତିରେ ପୂଜା କରିଥାନ୍ତି । ନିଜର ଜମିରେ ହଳ ଲଙ୍ଗଳ କରି ଧାନ ବୁଣି ଥାଆନ୍ତି । ଏହି ଦିନ ପ୍ରତ୍ୟେକ ଘରେ ବସୁମାତାଙ୍କୁ ପୂଜାର୍ଚ୍ଚନା କରିବା ସହିତ ଅକ୍ଷୟ ତୃତୀୟା ପୂର୍ବ ଚାଷୀ ପାଳନ କରିଥାଏ ।

ଅନ୍ୟପଟରେ ଏହି ପବିତ୍ର ଅକ୍ଷୟ ତୃତୀୟା ଦିନ ନର୍ଲା ବ୍ଳକ୍ ଅନ୍ତର୍ଗତ ରାକ୍ସି ଓ ବାଳିସିଙ୍ଗା ପଂଚାୟତ ଠାରେ ଦେଖିବାକୁ ମିଳିଥିଲା ଧରଣୀ ପୀଠରେ ପୋଢବଳୀ ପ୍ରଥା । ଅକ୍ଷୟ ତୃତୀୟା ଅବସରରେ କନ୍ଧ ସମ୍ପ୍ରଦାୟରେ ପୂର୍ବଜ ମାନଙ୍କ ପରମ୍ପରା ଅନୁଯାୟୀ ଚଳି ଆସୁଅଛି ପୋଢବଳି ପ୍ରଥା। ଉକ୍ତ ପ୍ରଥାରେ ନିଜର ଇଷ୍ଟ ଦେବୀ ମା ଧରଣୀଙ୍କ ପୀଠରେ ପ୍ରତି ୧୨ ବର୍ଷରେ ଥରେ ପୋଢବଳି ଅର୍ପଣ କରାଯାଇଥାଏ । ଆଜି ପରମ୍ପରା ଅନୁଯାୟୀ ଅକ୍ଷୟ ତୃତୀୟା ଦିନ ୧୨ ବର୍ଷ  ପୂର୍ତ୍ତି ଅବସରରେ ଧରଣୀ ପୀଠରେ ପୋଢବଳି ଦିଆଯାଇଥିଲା । ଏହି ପୂଜାରେ ଅଞ୍ଚଳର ଅନେକ ଶ୍ରଦ୍ଧାଳୁ ଭକ୍ତ ମାନେ ଉପସ୍ଥିତ ଥିଲେ ।

Exit mobile version