ବାରଙ୍ଗରେ ଏସୟୁସିଆଇ (କମ୍ୟୁନିଷ୍ଟ) ର ୭୬ ତମ ପ୍ରତିଷ୍ଠା ଦିବସ ପାଳିତ

ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଟକ ଜିଲ୍ଲା ପ୍ରତିନିଧି ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ :- ଖଟିଖିଆ ମେହେନତ ମଣିଷର ଏକମାତ୍ର ଦଳ ହେଉଛି ଏସୟୁସିଆଇ(କମ୍ୟୁନିଷ୍ଟ) । ଏହି ଦଳର ଆଜି ୭୬ ତମ ପ୍ରତିଷ୍ଠା ଦିବସ ଆଜି ଅପରାହ୍ନରେ ବାରଙ୍ଗର ଦାଢାପାଟଣା ପୋଷ୍ଟ ଅଫିସ ନିକଟରେ ଅନୁଷ୍ଠିତ ହୋଇଥିଲା । ଏସୟୁସିଆଇ(କମ୍ୟୁନିଷ୍ଟ) ବାରଙ୍ଗ ଆଞ୍ଚଳିକ କମିଟିର ସମ୍ପାଦିକା ଟୀକା ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଏସୟୁସିଆଇ(କମ୍ୟୁନିଷ୍ଟ) କଟକ ଜିଲ୍ଲା କମିଟି ସଦସ୍ୟ ବିନୋଦ ସେଠୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ।ସଭାରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ବାରଙ୍ଗ ଆଞ୍ଚଳିକ କମିଟି ସଦସ୍ୟ ଅଭିରାମ ବେହେରରା । ଅନ୍ୟମାନଙ୍କ ମଧ୍ୟରେ ଏସୟୁସିଆଇ(କମ୍ୟୁନିଷ୍ଟ) ବାରଙ୍ଗ ଆଞ୍ଚଳିକ କମିଟି ସଦସ୍ୟ ଅଶୋକ ବେହେରା, ଭାଗ୍ୟଶ୍ରୀ ପ୍ରଧାନ, ରାଜେଶ ରାଉତ ଅତିଥି ମାନେ ଦେଶରେ ସାଧାରଣ ମଣିଷର ଦୁରାବସ୍ଥା ବିଷୟରେ ଆଲୋଚନା କରି , ଏହାର ସମାଧାନର ଏକମାତ୍ର ରାସ୍ତା ସଠିକ ଆଦର୍ଶ ଭିତ୍ତିରେ ସଚେତନ ସଂଗଠିତ ସଂଗ୍ରାମ ବୋଲି କହିଥିଲେ।ଅତିଥି ମାନେ ଆହୁରି କହିଥିଲେ ଯେ , ଶୋଷିତ ଖଟିଖିଆ ମଣିଷର ପ୍ରକୃତ ମୁକ୍ତିର ମାର୍ଗ ଭାରତ ବର୍ଷରେ ପ୍ରଥମେ ଦେଖାଇଥିଲେ । ଏ ଯୁଗର ଅନନ୍ୟ ମାର୍କ୍ସବାଦୀ ଚିନ୍ତାନାୟକ କମ୍ରେଡ଼ ଶିବଦାସ ଘୋଷ। ତାଙ୍କର ଚିନ୍ତା ଓ ଶିକ୍ଷା ଭିତ୍ତିରେ ସଂଗ୍ରାମ ପରିଚାଳନା କରିବାକୁ ବକ୍ତା ମାନେ ଆହ୍ୱାନ ଦେଇଥିଲେ। ଆସନ୍ତା ୫ ଅଗଷ୍ଟ କମ୍ରେଡ଼ ଶିବଦାସ ଘୋଷଙ୍କ ଜନ୍ମ ଶତବର୍ଷ ଉପଲକ୍ଷେ କଲିକତାରେ ହେବାକୁ ଯାଉଥିବା ବିଶାଳ ଉଦଯାପନୀ ସଭାରେ ବହୁ ସଂଖ୍ୟାରେ ଯୋଗ ଦେବାକୁ ନିବେଦନ କରିଥିଲେ ।

Exit mobile version