ଅରିଲୋ ଜନାର୍ଦ୍ଦନ ଦେବଙ୍କ ପୀଠରେ ବିଂଶତମ ବାର୍ଷିକ ମହାଯଜ୍ଞ

ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଟକ ଜିଲ୍ଲା ପ୍ରତିନିଧି ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ :- କଟକ ଜିଲ୍ଲା ସଦର ଥାନା ନଗରୀ ପଞ୍ଚାୟତର ମହିଧରପଡା ନିକଟସ୍ଥ ଅରିଲୋ ଗ୍ରାମରେ ଶ୍ରୀ ଶ୍ରୀ ଜନାର୍ଦ୍ଦନ ଦେବଙ୍କ ପୀଠ ସ୍ଥଳରେ ବିଶଂତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞର କଳସ ଶୋଭାଯାତ୍ରା ଶନିବାର ଠାରୁ ଆରମ୍ଭ ହୋଇଛି । ବିଶ୍ୱର କଲ୍ୟାଣାର୍ଥେ ଏହି ମହାଯଜ୍ଞ ୨୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇ ସନ୍ଧ୍ୟାରେ ଉଦଯାପିତ ହେବ । ବିଭିନ୍ନ ଦିବସରେ ସୂର୍ଯ୍ୟ ପୂଜା, ଅଗ୍ନି ସ୍ଥାପନ,ସାଙ୍ଗକୁ ଓଡିଶୀ ସଂକୀର୍ତ୍ତନ, ପ୍ରବଚନ, ଭଜନ କାର୍ଯ୍ୟକ୍ରମ ରହିଛି । ଗ୍ରାମର ଶତାଧିକ ମହିଳା ଏବଂ ପୁରୁଷ ଶ୍ରଦ୍ଧାଳୁ ମାନେ ନିକଟସ୍ଥ ଜଳେଶ୍ବରଙ୍କ ପୁଷ୍କରିଣୀରୁ ପାଣୀ ଉଠାଇ ବାଜା ବାଣ ରୋଷଣୀ କରି ଯଞସ୍ଥଳୀରେ ପହଞ୍ଚି ଥିଲେ ।ପରେ ପରେ ଯଞସ୍ଥଳୀରେ କଳସ ସ୍ଥାପନ କରାଯାଇ ଯଞ କାର୍ଯ୍ୟ ଆରମ୍ଭ କରାଯାଇଛି । ଏହି ଯଞରେ ପ୍ରତି ଦିନ ଶହଶହ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗୁଥିବା ଦେଖିବାକୁ ମିଳୁଛି । ଆୟୋଜିତ ମହାଯଜ୍ଞରେ ଅରିଲୋ ଗ୍ରାମର ସମସ୍ତ ଯୁବକ ବୟଜ୍ୟେଷ୍ଠ ବ୍ୟକ୍ତି ଉପସ୍ଥିତ ରହି ଯଞ କାର୍ଯ୍ୟ ପରିଚାଳନା କରୁଛନ୍ତି ।

Exit mobile version