ସିପିଆଇ ଏମ୍ ଏଲ ଲିବରେସନ୍ ଦେଶ ବ୍ୟାପି ୫୪ତମ ବାର୍ଷିକ ଉତ୍ସବ ପାଳନ

ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରାୟଗଡା ଜିଲ୍ଲା :- ଗୁଣପୁର ବ୍ଳକ୍ ଉପ ଖଣ୍ଡ ସ୍ଥିତ ଚାଲକମ୍ବା,ଲୁଙ୍ଗର୍ ତାଲ୍, ରିଜିଂତାଲ୍, ଜାମ୍ବୁଗୁଡା, କୁରୁଗୁଡା,ସାମ୍ପିନୀ । ପଦ୍ମପୁର ବ୍ଳକ୍ ଉପଖଣ୍ଡ ସ୍ଥିତ କୋଇଲିକଟା,ହସ୍ତିନାପୁର,ମିଲିକିପାଙ୍ଗ୍ । ଗୁଡାରୀ ବ୍ଳକ୍ ଉପଖଣ୍ଡ ସ୍ଥିତ ସି ପି ଆଇ ଏମ୍ ଏଲ୍ ଲିବରେସନ୍ କାର୍ଯ୍ଯାଳୟ ଓ ବାଇନା ଗୁଡାଏ, ମେରେଣ୍ଡା ଓ କୋଲନରା ବ୍ଳକ୍, କେସିଂଙ୍ଗପୁର ବ୍ଳକ୍,ରାମନାଗୁଡା ବ୍ଳକ୍ ଅନ୍ୟାନ୍ୟ ଗ୍ରାମମାନଙ୍କରେ ଆଜି ବାର୍ଷିକ ଉତ୍ସବ ପାଳନ କରାଯାଇଛି । ଏହି ଅବସରରେ କମ୍ରେଡ୍ ଚାରୁ ମଜୁମଦାର୍ ଏବଂ ଦଳର ଅନ୍ୟ ପ୍ରତିଷ୍ଠାତା ନେତା ତଥା ସମସ୍ତ ସାଥୀଙ୍କୁ ଦଳକୁ ମଜବୁତ୍ କରିବା ଏବଂ ବୈପ୍ଲବିକ ଆନ୍ଦୋଳନକୁ ଆଗକୁ ହାତ ବଢାଇବା ପାଇଁ ସହଯୋଗ କରାଇଥିଲେ ।ଏପ୍ରିଲ ୨୨ ତାରିଖ ବିଶ୍ବର ପ୍ରଥମ ସମାଜବାଦୀ ବିପ୍ଳବର ମୁଖ୍ୟ ସ୍ଥାପିତ ତଥା ମାର୍କ୍ ଏବଂ ଏଙ୍ଗେଲ୍ସଙ୍କ ପରେ ମାର୍କ୍ସବାଦୀ ସିଦ୍ଧାନ୍ତ ଏବଂ ଅଭ୍ୟାସର ସର୍ବ ଶ୍ରେଷ୍ଠ ପ୍ରଦର୍ଶକ କମ୍ରେଡ୍ ଲେନିନଙ୍କ ଜନ୍ମ ଦିନ । ସାଥୀ ଲେନିନ୍ ଏବଂ ତାଙ୍କର ମହାନ ବୈପ୍ଲବିକ ଉତ୍ତରାଧିକାରୀଙ୍କୁ ସମର୍ଥନ କରିବାକୁ ସଂକଳ୍ପ ବଦ୍ଧ ହୋଇଛନ୍ତି ।ଉପସ୍ଥିତ ମିନ ଶବର,ଗଣେଶ ଶବର,ଅନାସିମ ଶବର,ସଞ୍ଜୀବ ଶବର,ରାଇନା ଶବର,ଗାଗାନା ଶବର,ରବି କଣ୍ଡାଗରି,ରାଜେନ୍ଦ୍ର ମାଝୀ,ଭୀମ ମାଝୀ,ହର୍ଷ ଲିମା, ବୃନ୍ଦାବନ ବିଡିକା,ପଦ୍ମା ଶବର,ଝୁନୁ ଶବର,ଲିଙ୍ଗରାଜ ପେଦେଣ୍ଠି,ତ୍ରୀନାଥ ଉଲାକା,ଆଚାନା ମାଣ୍ଡାଙ୍ଗି, ମେଲେରିଆ ଗୋରଡିଆ,ସୁନ୍ଦର ମଣି ରାମ ପ୍ରାସ୍କା,ମାଙ୍ଗାମା ନାମଲପୁର, ଦାସୁରୁ ବିଡିକା,ହରିଶ୍ଚନ୍ଦ୍ର ନିମାଲା, ରମେଶ ବିଡିକା,ଶାନ୍ତି ମାଣ୍ଡାଙ୍ଗି, ସୁଗ୍ରୀବ ନିମାଲା,ରାମଦାସ୍ ନିମାଲା, ସିପିଆଇ ଏମ୍ ଏଲ୍ ଲିବରେସନ ଜିଲ୍ଲା ସମ୍ପାଦକ ଶ୍ରୀ-ତ୍ରୀପତି ଗମାଙ୍ଗ ଉପସ୍ଥିତ ଥିଲେ ।

Exit mobile version