
୨୨ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ସରକାରୀ ଉଚ୍ଚ ବିଦ୍ୟାଳୟ, କେ. ଏମ. ଭାଲିଆସାହିଠାରେ ଶିକ୍ଷକ ଏବଂ ଅଭିଭାବକମାନଙ୍କର ବୈଠକ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ଦଳବେହେରା ସଭାପତିତ୍ୱ କରିଥିଲା ବେଳେ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଆଦିକନ୍ଦ ବଣୁଆରାୟୀ ମୁଖ୍ୟବକ୍ତା ଭାବରେ ଯୋଗଦାନ କରିଥିଲେ l ଏହି ବୈଠକରେ ବସ୍ତ୍ରୀଗୁଡା କ୍ଲଷ୍ଟରର ସିଆରସିସି ଶ୍ରୀଯୁକ୍ତ ଅନାସୀମ ମଣ୍ଡଳ, ଅବାରସିଂ ଗ୍ରାମପଂଚାୟତର ସରପଞ୍ଚ ପ୍ରାଥୀନି ଶ୍ରୀମତୀ ଦ୍ରୌପଦୀ ରଇତ, ଶ୍ରୀଯୁକ୍ତ ଗୁପ୍ତେଶ୍ୱର ନାୟକଙ୍କ ସମେତ ଅଭିଭାବକ ଅଭିଭାବିକା ମାନେ ଉପସ୍ଥିତ ରହିଥିଲେ l ଗ୍ରୀଷ୍ମ ଅବକାଶ ହେତୁ କିପରି ପିଲାମାନଙ୍କର ଗୃହପଠନ ହୋଇପାରିବ, ଅଂଶୁଘାତ ପ୍ରତି ସତର୍କତା ଏବଂ ବିଦ୍ୟାଳୟ ତରଫରୁ ମିଳୁଥିବା ସମସ୍ତ ପ୍ରକାରର ସୁବିଧା ସୁଯୋଗ ବିଷୟରେ ସବିଶେଷ ଆଲୋଚନା କରାଯାଇଥିଲା l ଏଥିସହିତ ସରକାରଙ୍କ ତରଫରୁ ମିଳୁଥିବା ମେଧାବୃତ୍ତି, ଇଣ୍ଟରନେଟ ଓ ମୋବାଇଲର ବ୍ୟବହାର ଏବଂ ଅଧାରୁ ପାଠ ଛାଡୁଥିବା ପିଲାମାନେ କିପରି ନିୟମିତ ବିଦ୍ୟାଳୟକୁ ଆସିବେ ସେସମସ୍ତ ବିଷୟରେ ବିଶଦ ଆଲୋଚନା କରାଯାଇଥିଲା l ଏଥିସଙ୍ଗେ କର୍ମନିୟୋଜନ ସଂସ୍ଥାର ସଂଯୋଜିକା ଶ୍ରୀମତୀ ମନ୍ଦାକିନୀ ସିଂ ମଧ୍ୟ ଉପସ୍ଥିତ ରହି ଅଭିଭାବକ ମାନଙ୍କୁ ପିଲାମାନଙ୍କ କ୍ୟାରିୟର କାଉନସିଲିଂ ଉପରେ ଅବଗତ କରାଇଥିଲେ l ଉକ୍ତ ସଭାରେ ବିଦ୍ୟାଳୟର ଶିକ୍ଷକଶିକ୍ଷୟତ୍ରୀ ମାନେ ଯଥା ପ୍ରହଲ୍ଲାଦ ଶିଅଳ, ତାରିଣୀ ଚରଣ ମଣ୍ଡଳ, ସନ୍ତୋଷ ନାଇକ, କିଶୋର ଚନ୍ଦ୍ର ଦଣ୍ଡସେନା, ନୀଳକଣ୍ଠ ନାୟକ, ସାଲନା ରାଜୁ, ଦିଗାମ୍ବର ଦାସ, ସଞ୍ଜୟ ଗୌଡ଼, ଅସିତ କୁମାର ସାହୁ, କେଦାରନାଥ କର, ସୁଶାନ୍ତ ସାହୁ, ସୁଷମା ବଣୁଆରାୟୀ, ମମତା ବେହେର୍ଦଳାଇ, ବିରଜାମାଳିନୀ ନାୟକ,ରବିନା ଦାସ, ପ୍ରଜ୍ଞାଦୀପ୍ତା ପାଇକ, ସୁନୀତା କୁମାରୀ ଦଳାଇ, ସଂଗୀତା କୁମାରୀ ସାହୁ ଆଦି ଉପସ୍ଥିତ ରହିଥିଲେ l

