Home ଓଡ଼ିଶା ବିଜେବି ଇନଷ୍ଟିଚ୍ୟୁଟର ବାର୍ଷିକ କ୍ରୀଡା ପାଇଁ ପ୍ରସ୍ତୁତି ବୈଠକ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୨୨ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଖୋର୍ଦ୍ଧା-ଜଟଣୀ :- ରେଲୱେ ଇଷ୍ଟକୋଷ୍ଟ ଯୋନ ଅନ୍ତର୍ଗତ ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ଅଧୀନରେ ଥିବା ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ରେଳ ଇନଷ୍ଟିଚ୍ୟୁଟର ବାର୍ଷିକ କ୍ରୀଡା ପାଇଁ ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସର କେନ୍ଦ୍ରୀୟ ପଦାଧିକାରୀ ନିରଞ୍ଜନ ମିଶ୍ର ଙ୍କ ସଭାପତିତ୍ବରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ମାସ ଆସନ୍ତା ୨୬ , ୨୭ ଓ ୨୮ ତାରିଖ ତିନିଦିନ ଧରି ରେଳ କର୍ମଚାରୀ ଓ ତାଙ୍କ ପରିବାର ସଦସ୍ୟ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଯେଉଁଥିରେ କ୍ୟାରମ୍, ଟେବୁଲ୍ ଟେନିସ, ଗୀତ, ନାଚ, ମେହେନ୍ଦି, ରଙ୍ଗୋଲି, ଡ୍ରଇଂ ଭଳି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ। ମହିଳା ଏବଂ ପୁରୁଷ ପନ୍ଦର ବର୍ଷରୁ କମ୍ ଓ ପନ୍ଦର ବର୍ଷରୁ ଅଧିକ ଙ୍କୁ ନେଇ ଦୁଇଟି ବିଭାଗରେ ପ୍ରତିଯୋଗୀ ମାନେ ଭାଗନେବେ। ପ୍ରତ୍ୟେକ ଦିନ ସକାଳ ୯ ଟାରୁ ଇଣ୍ଡୋର୍ ଗେମ୍ ହେବାକୁ ଥିବାବେଳେ ସନ୍ଧ୍ୟା ୬ ଟା ଠାରୁ ନାଚ, ଗୀତ ପ୍ରତିଯୋଗିତା ଆରମ୍ଭ ହୋଇ ରାତି ୯ ଟାରେ ପର୍ଯ୍ୟନ୍ତ ଚାଲିବ। ଖୋର୍ଦ୍ଧାରୋଡ଼ ନୂତନ ରେଳ ଷ୍ଟେସନ ବାହାରେ ଏହି ରଙ୍ଗୋଲୀ କାର୍ଯ୍ୟକ୍ରମ କରାଯିବ। ଇଷ୍ଟ କୋଷ୍ଟ ରେଲୱେ ଖୋର୍ଦ୍ଧାରୋଡ଼ ମହିଳା ସଂଗଠନ ସଭାନେତ୍ରୀ ତଥା ଖୋର୍ଦ୍ଧାରୋଡ଼ ଡି ଆର ଏମ୍ ଙ୍କ ଧର୍ମପତ୍ନୀ ଶୁଭଲକ୍ଷ୍ମୀ ଜେନା ଏହି ମେଗା ପ୍ରତିଯୋଗିତାକୁ ୨୬ ତାରିଖ ସକାଳ ୯ ଟାରେ ଉଦଘାଟନ କରିବେ ବୋଲି ବିଜେବି ଇନଷ୍ଟିଚ୍ୟୁଟର ସମ୍ପାଦକ ଅକ୍ଷୟ କୁମାର ପ୍ରଧାନ (ଟୀମା) ବୈଠକରେ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପରିଷଦର ନିର୍ବାଚିତ ସଭ୍ୟ ପି ରାଜା ରାଓ, ଗୋପାଳ ଦାସ, ମନୋରଞ୍ଜନ ମହାପାତ୍ର, କୋଷାଧ୍ୟକ୍ଷ ସାମୁଏଲ୍ ପ୍ରଧାନ, ଉପ ସଭାପତି ସୁନିଲ ଭଞ୍ଜ , ପୂର୍ବତନ ସମ୍ପାଦକ କୀର୍ତ୍ତି ପଟ୍ଟନାୟକ ପ୍ରମୁଖ ବହୁ କର୍ମକର୍ତ୍ତା ବୈଠକରେ ଭାଗନେଇଥିଲେ ବୋଲି ମିଡ଼ିଆ ସେଲ୍ ର ମୁଖ୍ୟ ତଥା ଶ୍ରମିକ କଂଗ୍ରେସର ଶାଖା ସମ୍ପାଦକ ଶ୍ରୀ ଏଲ ଡି ମହାନ୍ତି ସୂଚନା ଦେଇଛନ୍ତି। Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା by Proprietor Abhimanyu Maharana September 27, 2026 କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ by Proprietor Abhimanyu Maharana September 27, 2026 କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ by Proprietor Abhimanyu Maharana September 27, 2026 ପରମ୍ପରା ଓ ଭକ୍ତିର ସଙ୍ଗମ : ଘରେ ଘରେ ଭାଗବତ ଜନ୍ମ ଉତ୍ସବ by Proprietor Abhimanyu Maharana September 27, 2026 ଅଶାନ୍ତ ସମୁଦ୍ର : ଆତଙ୍କିତ ଉଠାଦୋକାନୀ ଢେଉରେ ଭାସିଗଲା ଖଟପସରା by Proprietor Abhimanyu Maharana September 27, 2026 हावड़ा–बड़बिल जन शताब्दी एक्सप्रेस के कोचों का व्यापक उन्नयन by Proprietor Abhimanyu Maharana September 27, 2026