Home ଓଡ଼ିଶା ବାଣପୁର ଶ୍ରୀ ଶ୍ରୀ ବାବା ଗୁପ୍ତେଶ୍ୱର ଦେବଙ୍କ ପୀଠରେ ବିଶ୍ଵଶାନ୍ତି ମହାଯଜ୍ଞ ଓ ଅଷ୍ଟଶମ୍ଭୁ ମେଳନ ଅନୁଷ୍ଠିତ ହୋଇଯାଇଛି by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୨୨ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବାଣପୁର :- ଖୋର୍ଦ୍ଧା ଜିଲ୍ଲା ବାଣପୁରର ପୁରାତନ ଶୈବପୀଠ ଶ୍ରୀ ଶ୍ରୀ ଗୁପ୍ତେଶ୍ୱର ମହା ଦେବଙ୍କ ପୀଠରେ ୧୮ ତାରିଖ ମଙ୍ଗଳବାର ଠାରୁ ୨୧ ତାରିଖ ଶୁକ୍ରବାର ପର୍ଯ୍ୟନ୍ତ ଚାରିଦିନ ଧରି ବିଶ୍ଵଶାନ୍ତି ମହାଯଜ୍ଞ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି । ଏହି ବିଶ୍ଵଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୁତି ଅବସରରେ ତେଇଶ ଦେବା ଦେବୀଙ୍କ ମହା ମେଳନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ୪ ଦିନ ବ୍ୟାପୀ ମହାଯଜ୍ଞ ଚାଲିଥିବା ବେଳେ , ପିଠାଧିପତି ଶ୍ରୀ ଶ୍ରୀ ଗୁପ୍ତେଶ୍ୱର ଦେବ ଏହି ଯଜ୍ଞ ପୂର୍ବରୁ ବିଭିନ୍ନ ଗ୍ରାମର ୨୩ ଦେବାଦେବୀଙ୍କୁ ଯଜ୍ଞର ପୂର୍ଣ୍ଣାହୁତି ଅବସରରେ ସମସ୍ତଙ୍କୁ ମହା ମିଳନ ନିମନ୍ତେ ତାଙ୍କ ଦେବ ପୀଠକୁ ବିଧିବିଧାନ ଅନୁଯାଇ ନିମନ୍ତ୍ରଣ କରିଥିଲେ ।ସ୍ଥାନାଧିପତି ଗୁପ୍ତେଶ୍ୱର ଦେବଙ୍କ ନିମନ୍ତ୍ରଣ କ୍ରମେ ବାଣପୁର ବାଲୁଗାଁ ଅଞ୍ଚଳର ଶ୍ରୀ ଶ୍ରୀ ରାମେଶ୍ଵର ଦେବ ବିଜେ ଗବପଦର, ଶ୍ରୀ ଶ୍ରୀ ଗତିଶ୍ୱର ଦେବ ବିଜେ ଦୁଲଣୀ ଶାସନ, ଶ୍ରୀ ଶ୍ରୀ ଜଗତେଶ୍ୱର ଦେବ ବିଜେ ମଙ୍ଗଳପୁର ଶାସନ, ଶ୍ରୀ ଶ୍ରୀ ସୋମନାଥଶ୍ୱର ଦେବ ବିଜେ ଏକ ଡ଼ାଳିଆ, ଶ୍ରୀ ଶ୍ରୀ ଗୁପ୍ତେଶ୍ୱର ଦେବ ବିଜେ ରଘୁନାଥ ପୁର ବାଲୁଗାଁ, ଶ୍ରୀ ଶ୍ରୀ ଗତିଶ୍ୱର ଦେବ ବିଜେ ମଙ୍ଗରାଜ ପୁର, ଶ୍ରୀ ଶ୍ରୀ କପିଳେଶ୍ଵର ଦେବ ବିଜେ ସାନହନ୍ତୁଆଡ, ଶ୍ରୀ ଶ୍ରୀ ବ୍ରହ୍ମେଶ୍ୱର ଦେବ ବିଜେ ପଲଟଣ ପଡ଼ିଆ, ଶ୍ରୀ ଶ୍ରୀ ବାଲୁଙ୍କେଶ୍ବର ଦେବ ବିଜେ ଦୋଳ ମୁଣ୍ଡାଇ, ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଦେବ ବିଜେ ବଡ଼କୂଳ, ଶ୍ରୀ ଶ୍ରୀ ବାଙ୍କନିଧି ଦେବ ବିଜେ ଗବପଦର, ଶ୍ରୀ ଶ୍ରୀ ଗଛବାଲୁଙ୍କେଶ୍ୱର ଦେବ ବିଜେ ହାତୀମୁଣ୍ଡା,ଶ୍ରୀ ଶ୍ରୀ ଧବଳେଶ୍ଵର ଦେବ ବିଜେ ଭେଲେରୀ, ଶ୍ରୀ ଶ୍ରୀ କୁଞ୍ଜବିହାରୀ ଦେବ ବିଜେ ସାନହନ୍ତୁଆଡ, ଶ୍ରୀ ଶ୍ରୀ ବୃନ୍ଦାବନଚନ୍ଦ୍ର ଦେବ ବିଜେ ଭୀମପୁର, ଶ୍ରୀ ଶ୍ରୀ ରଘୁନାଥ ଦେବ ବିଜେ ଭୀମପୁର, ଶ୍ରୀ ଶ୍ରୀ ଉତ୍ତରାୟଣୀ ଦେବୀ ବିଜେ ବିଞ୍ଝଳା, ଶ୍ରୀ ଶ୍ରୀ ପାଦୁକାୟୀ ଦେବୀ ବିଜେ ଖଣନ୍ତ, ଶ୍ରୀ ଶ୍ରୀ ଭୁଇଁୟାଣୀ ଦେବୀ ବିଜେ ଖଣନ୍ତ, ଶ୍ରୀ ଶ୍ରୀ ବାଟମଙ୍ଗଳା ଦେବୀ ବିଜେ ବିଜେ ଗୋପୀନାଥପୁର, ଶ୍ରୀ ଶ୍ରୀ ଜଗତେଶ୍ୱର ଦେବ ବିଜେ ସୁବୁଦ୍ଧିପାଟଣା, ଶ୍ରୀ ଶ୍ରୀ ଲୋକନାଥ ଦେବ ବିଜେ ବାଲିପଦର ଆଦି ବିଜେ କରିଥିଲେ । ତେବେ ଶୁକ୍ରବାର ପ୍ରାତଃ କାଳରେ ସମସ୍ଥ ଦେବାଦେବୀ ସୁସଜ୍ଜିତ ବିମାନ ସହ ଘଣ୍ଟ, କାହାଳୀ, ମଶାଲ ପାଟ ପଟୁଆର ସହିତ ବାବା ଗୁପ୍ତେଶ୍ୱର ଦେବଙ୍କ ପୀଠରେ ପହଞ୍ଚି ଥିଲେ । ତେବେ ସମସ୍ତ ଦେବାଦେବୀ ନିଜ ନିଜ ଆସନ ଗ୍ରହଣ କରିବା ପରେ ନିତିକାନ୍ତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା ଓ ଅପରାହ୍ନ ସମୟରେ ଯଜ୍ଞର ପୂର୍ଣ୍ଣାହୁତି ପରେ ସମସ୍ତ ଦେବାଦେବୀ ଙ୍କର ମେଳଣ ପର୍ବ ଅନୁଷ୍ଠିତ ହୋଇଥିଲା । ଚିଲିକା ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦ୍ଦେବ ଙ୍କ ଧର୍ମ ପତ୍ନୀ ସୁ ସଙ୍ଘଠିକା ନାରୀନେତ୍ରୀ ଶ୍ରୀମତୀ ସ୍ୱାଗତିକା ଜଗଦ୍ଦେବ,ଖୋର୍ଦ୍ଧା ଜିଲ୍ଲା ଵିଜୁ ଜନତା ଦଳର ସାଧାରଣ ସମ୍ପାଦକ୍ ତଥା ବାଣପୁର ବ୍ଲକ ବିଧାୟକ ପ୍ରତିନିଧି ଶ୍ରୀଯୁକ୍ତ ମନୋଜ କୁମାର ପ୍ରଧାନ, ବାଣପୁର ବ୍ଲକ ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ ଯଦୁ ପ୍ରଧାନ, ତୋର ସିଂହ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀଯୁକ୍ତ ଆକାଶ ପ୍ରଧାନ, ତୁମୁରାପୁଟ୍ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀଯୁକ୍ତ ଅକ୍ଷୟ ସେଠୀ,ଅଷ୍ଟଶମ୍ଭୁ ମେଳଣ ରେ ଯୋଗଦେଇ ଆଶ୍ରିବାର୍ଦ ଭିକ୍ଷା ଲାଭ କରିଥିଲେ, ଏହାକୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳର ଶତାଧିକ ଭକ୍ତଙ୍କର ସମାଗମ ହୋଇଥିଲା । ଚାରି ଦିନ ଧରି ଅନୁଷ୍ଠିତ ହୋଇଥିବା ଉକ୍ତ କାର୍ଯ୍ୟକ୍ରମକୁ ଗାଲୁଆ ଗ୍ରାମବାସୀ ବୃନ୍ଧ ଏବଂ ମାଟିର ପୁଅ ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପ ସଭାପତି ଶ୍ରୀଯୁକ୍ତ ଗୋପୀନାଥ ମହାରଣା ଦ୍ୱାରା ପରିଚାଳନା କରିଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ମନୋରଞ୍ଜନ, ହୋମ୍ Related Content ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026