କୋରାଇରେ ଜିଲାପାଳଙ୍କ ସମୀକ୍ଷା ବୈଠକ ପ୍ରବାସୀ ଶ୍ରମିକଙ୍କୁ ମନରେଗା କାର୍ଯ୍ୟକରେ ନିୟୋଜିତ କରାଅ

1.କୋରାଇରେ ଜିଲାପାଳଙ୍କ ସମୀକ୍ଷା ବୈଠକ ପ୍ରବାସୀ ଶ୍ରମିକଙ୍କୁ ମନରେଗା କାର୍ଯ୍ୟକରେ ନିୟୋଜିତ କରାଅ : 2.ଜିଲାପାଳ ମନରେଗା କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଜିଆରଏସଙ୍କୁ ତାଗିଦ ; 3.ଅସଂପୂର୍ଣ୍ଣ କାର୍ଯ୍ୟ ଓ ବଳକା ଅର୍ଥକୁ ବିନିଯୋଗ କରିବାକୁ ପରାମଶ ,

ଓଡିଶା ତାଜା ନ୍ୟୁଜ୍ (୧୯ ଜୁନ୍ ଶୁକ୍ରବାର) କୋରାଇ :- କୋରାଇ ପଂଚାୟତ ସମିତି ସଭା ଗୃହରେ ଶୁକ୍ରବାର ମଧ୍ୟାହ୍ନରେ ଜିଲାପାଳଙ୍କ ସତନ୍ତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଜିଲାପାଳ ରଞ୍ଜନକୁମାର ଦାସ ଯୋଗଦେଇ ବ୍ଲକର ୨୮ଟି ପଂଚାୟତରେ ଚାଲିଥିବା ବିଭିନ୍ନ ଉନ୍ନୟନ କୂଳକ କାର୍ଯ୍ୟ ବର୍ତମାନ କିପରିଭାବେ କାର୍ଯ୍ୟ କରାଯାଉଛି ତାହାର ତଦାରଖ କରିବା ସହିତ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କିପରି ଅଗ୍ରଗତି ହୋଇ ତାହାର ସମୀକ୍ଷା କରିଥିଲେ । ରାଜ୍ୟରେ ଯାଜପୁର ଜିଲା ମନରେଗା କାର୍ଯ୍ୟ କରିବାରେ ସଫଳତା ଅର୍ଜନ କରି ବର୍ତମାନ ତୃତୀୟ ସ୍ଥାନରେ ରହିଛି । ଏହି କାର୍ଯ୍ୟ ଆଗକୁ କିପରି ଆଗେଇ ପାରିବ ଓ ଅଧିକଶ୍ରମ ଦିବସ ସୃଷ୍ଟି କରି ଜବକାର୍ଡଧାରୀ ଶ୍ରମିକଙ୍କୁ କାର୍ଯ୍ୟଯୋଗାଇ ଦିଆଯାଇ ପାରିବ ତାହା ଉପରେ ଆଲୋଚନା କରାଯାଇଥିଲା । କରୋନା ପରିପ୍ରେକ୍ଷିରେ ବାହାର ରାଜ୍ୟରୁ ଫେରିଥିବା ପ୍ରବାସୀ ଶ୍ରମିକଙ୍କୁ ମନରେଗା କାର୍ଯ୍ୟକରେ ନିୟୋଜିତ କରାଇ ସେମାନଙ୍କୁ କିପରି ରୋଜଗାରକ୍ଷମ କରାଯାଇ ପାରିବ ତାହା ଉପରେ ଜିଲାପାଳ ଗୁରୁତ୍ୱରୋପ କରିଥିଲେ । ଆଜିର ସମୀକ୍ଷା ବୈଠକରେ କୋରାଇ ବ୍ଳକରେ କେଉଁ ପଂଚାୟତରେ କିପରି କାର୍ଯ୍ୟ ଚାଲିଛି ତାହାକୁ ନେଇ ବିଭିନ୍ନ ପଂଚାୟତର ଗ୍ରାମ ରୋଜଗାର ସେବକ (ଜିଆରଏସ)ଙ୍କୁ ପଚାରି ବୁଝିବା ସହିତ ଯେଉଁ ପଂଚାୟତରେ ମନରେଗା କାର୍ଯ୍ୟ ଆଗେଇ ପାରୁନି କିପରି ଦ୍ରୁତ ଗତିରେ କରାଯିବା ତାହା ଉପରେ ଜିଲାପାଳ ତାଗିଦ୍ କରିଥିଲେ ।

ସେହିପରି ବ୍ଳକର ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟ କିପରି ଚାଲିଛି ତାହାକୁ ପ୍ରଶାସନିକ ଅଧିକାରୀମାନେ ସମୀକ୍ଷା କରିଥିଲେ । ଆଜିର ସମୀକ୍ଷା ବୈଠକରେ ଜିଲାପାଳ ଶ୍ରୀ ଦାସଙ୍କ ସମେତ ଜିଲାପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, କଳିଙ୍ଗନଗର ଅତିରିକ୍ତି ଜିଲ୍ଲାପାଳ ସନ୍ତୋଷକୁମାର ମିଶ୍ର, କୋରାଇ ବିଡିଓ ଶ୍ୱେତା , କୋରାଇ ବିଡିଓ ଶ୍ୱେତା ସ୍ନିଗ୍ଧା, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଅତିରିକ୍ତ ଜିଲାପାଳ ତଥା ଆଇଏଏ ଟ୍ରେନର ସଚ୍ଚିନପ୍ରସାଦ ପାୱେଲ, ଏବିଡିଓ ଜ୍ଞାନଦା ନାୟକ, ବ୍ୟାସନଗର ଅତିରିକ୍ତ ତହସିଲଦାର ରସ୍ମିତା ସ୍ୱାଇଁ , ବ୍ଲକ ସହକାରୀ ଯନ୍ତ୍ରୀ ରମେଶ ଚନ୍ଦ୍ର ସେଠୀ, ବ୍ଳକ ଯୋଗାଣ ଅଧିକାରୀ ପ୍ରଶାନ୍ତକୁମାର ନାୟକ, ସୋହାନା ବେଗମ୍ ପ୍ରମୁଖ ଯୋଗ ଦେଇଥିଲେ । ଜିଲାପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ନାୟକ ତୁରନ୍ତ ବ୍ଲକରେ ପଡ଼ିରହିଥିବା ଅନୁଦାନଙ୍କୁ ବିନିଯୋଗ କରିବାକୁ ସୂଚନା ଦେଇଥିଲେ । ବୈଠକରେ ବିଭିନ୍ନ ପଂଚାୟତର କନିଷ୍ଠଯନ୍ତ୍ରୀ, ଜିଆରଏସଙ୍କ ସମେତ ବ୍ଲକର ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ । ( ବ୍ୟାସନଗରରୁ ରଶ୍ମିରେଖା ମଲ୍ଲିକଙ୍କ ରିପୋର୍ଟ )

odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

Exit mobile version