
୨୨ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ) ରଣପୁର :- ରଣପୁର ଏନଏସି୧୧ ନମ୍ବର ୱ।ର୍ଡ଼ ମୁସଲିମ ସାହିରେ ଆଜି ଭାଇଚାରା କୁ ବଜାୟରଖିବା ସହିତ , ଧୁମଧାମରେ ପବିତ୍ର ଇଦୁଲ ଫିତର ଉତ୍ସବ ମହା ସମାରୋହରେ ପାଳିତ ହୋଇଥିଲା । ଦୀର୍ଘ ଏକମାସ ଧରି ମୁସଲିମ ଭାଇ ଭଉଣୀ ଏବଂ ପିଲାମାନେ ରୋଜା ଉପବାସ ବ୍ରତ ରଖିଥିଲେ । ଏହା ଆଜି ସମାପନ ହୋଇଛି । ସକାଳ ୮ ଟାରେ ନୂତନ ବସ୍ତ୍ର ଧାରଣ କରିଥିବା ମୁସଲିମ ଭାଇମାନେ ନିକଟସ୍ଥ ମସଜିଦରେ ଏକତ୍ରିତ ହୋଇ ସମୁହ ନମାଜ ପାଠ କରିଥିଲେ । ନମାଜ ପାଠ ପରେ ପରେ ହିନ୍ଦୁ ଏବଂ ମୁସଲିମ ଭାଇମାନେ ପରସ୍ପରକୁ ଆଲିଙ୍ଗନ କରି ଇଦ ମୁବାରକ୍ ର ଶୁଭେଛା ଜଣାଇଥିଲେ । ଆୟୋଜିତ ଉତ୍ସବରେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ଓ ଏନଏସି ଅଧକ୍ଷ୍ୟା ରଙ୍ଗୀନ୍ ମହାନ୍ତି , ରଣପୁର ଏନଏସି ନଗର ସଭାପତି ଲିଙ୍ଗରାଜ ନାୟକ , MP ପ୍ରତିନିଧି ସ୍ବରାଜ ମହାନ୍ତି , ବରିଷ୍ଠ ଆଇନଜୀବି ସୁରେଶ ମିଶ୍ର ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ଆୟୋଜିତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ , ମୌଲାନ ଜମିର୍ , ମିଲ୍ ତାଲିମ୍ ମହମ୍ମଦ, ମିଲ୍ ତହିମ୍ , ଶେଖ୍ ଇବ୍ରାହିମ୍ , ମିର୍ ଅବଦୁଲ ସିଦ୍ଧିକ, ରୋସ୍ତମ୍ ଖାଁ , ପ୍ରମୁଖ ସାହିର ସମସ୍ତ ଯୁବକ ପରିଚାଳନା ରେ ସହଯୋଗ କରିଥିଲେ .

