Home ଅପରାଧ ଗ୍ରେନେଡ ମାଡ଼ ପରେ ଜଳିଗଲା ସେନା ଟ୍ରକ୍ : ଓଡ଼ିଆ ଯବାନଙ୍କ ସମେତ ୫ ସହିଦ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୨୧ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଶ୍ରୀନଗର :- ଗୁରୁବାର ଜାମ୍ମୁକାଶ୍ମୀରରେ ଏକ ବଡ଼ଧରଣର ଅଘଟଣ ଘଟିଛି । ସେନାର ଏକ ଟ୍ରକ୍ ଉପରେ ଅପରିଚିତ ଆତଙ୍କବାଦୀମାନେ ଗ୍ରେନେଡ ମାଡ କରିଛନ୍ତି । ଫଳରେ ଟ୍ରକ୍ଟି ହୁତୁହୁତୁ ହୋଇ ଜଳିବାରୁ ଜଣେ ଓଡ଼ିଆ ଯବାନଙ୍କ ସମେତ ୫ଜଣ ଯବାନ ସହିଦ ହୋଇଥିବା ସୂଚନା ମିଳିଛି । ଏହି ସେନା ଟ୍ରକ୍ଟି ଭିମ୍ବରଗଳିରୁ ପୁଞ୍ଚ ଯାଉଥିବାବେଳେ ଏହି ଅଘଟଣ ଘଟିଥିଲା । ଆତଙ୍କବାଦୀ ଆକ୍ରମଣକୁ ସେନା ପକ୍ଷରୁ ସ୍ୱୀକାର କରାଯାଇଛି । ପୁଞ୍ଚ-ଜାମ୍ମୁ ଜାତୀୟ ରାଜପଥରେ ଏହି ଅଘଟଣ ଘଟିଥିବା ସେନା ପକ୍ଷରୁ କୁହାଯାଇଛି । ଏହି ଜାତୀୟ ରାଜପଥର ଭାଟାଦୁଡ଼ିଆ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ଖବର ମିଳିବା ପରେ ସେନାର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଏନେଇ ତଦନ୍ତ ଆରମ୍ଭ ହୋଇଛି । ସେନା ଓ ପୋଲିସର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ନିଆଁ ଲାଗିଯିବା ପରେ ଟ୍ରକ୍ଟି ରାସ୍ତା ଉପରେ ହୁତୁହୁତୁ ହୋଇ ଜଳୁଥିବା ଦେଖିବାକୁ ମିଳିଥିଲା । ଏଥିରେ ଜଣେ ଯବାନ ଗୁରୁତର ହୋଇଥିବାବେଳେ ତାଙ୍କୁ ରାଜୌରୀ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଆକ୍ରମଣରେ ଜଣେ ଓଡ଼ିଆ ଯବାନ ସହିଦ ହୋଇଛନ୍ତି । ତାଙ୍କ ନାମ ଦେବାଶିଷ ବିଶ୍ୱାଳ ଓ ଘର ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଅଳଗୁମା ପଞ୍ଚାୟତ ଖଣ୍ଡାୟତ ସାହିରେ । ତାଙ୍କ ବାପାଙ୍କ ନାମ ପ୍ରତାପ ବିଶ୍ୱାଳ ଓ ମାତାଙ୍କ ନାମ ମମତା ବିଶ୍ୱାଳ । ସହିଦ ଦେବାଶିଷ ୨୦୨୧ ମସିହା ଅକ୍ଷୟ ତୃତୀୟାରେ ବିବାହ କରିଥିଲେ । ତାଙ୍କର ଏକ ୭ ମାସର ଶିଶୁକନ୍ୟା ରହିଛି । ସେନା ମୁଖ୍ୟାଳୟରୁ ତାଙ୍କ ଘରକୁ ସହିଦ ହୋଇଥିବା ନେଇ ଫୋନ୍ ଆସିବା ପରେ ପରିବାରବର୍ଗ ଓ ସ୍ଥାନୀୟ ପଡ଼ୋଶୀଙ୍କ ମଧ୍ୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଏହି ଘଟଣାର ଏକ ଭିଡ଼ିଓ ଭାଇରାଲ ହୋଇଛି । ଯେଉଁଥିରେ ସେନାର ଗାଡ଼ିରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି । ବାରମ୍ବାର ସେନା ଶିବିର ହେଉ କିମ୍ବା ଗାଡ଼ି ହେଉ ବହୁ ସମୟରେ ଅଘଟଣ ଘଟୁଥିବାରୁ ଏହାକୁ ନେଇ ବିଭିନ୍ନ ମହଲରେ ଗଭୀର ଉଦ୍ବେଗ ପ୍ରକାଶ ପାଇଛି । ନିକଟରେ ପଞ୍ଜାବର ଭଟିଣ୍ଡା ସେନା ଶିବିରରେ ଜଣେ ଯବାନ ଗୁଳିମାଡ଼ କରିବାରୁ ୫ ଜଣ ଯବାନଙ୍କର ମୃତ୍ୟୁ ଘଟିଥିଲା । ପୂର୍ବ ଶତ୍ରୁତାରୁ ଏପରି ହୋଇଥିବା ଗିରଫ ଯବାନ ଜଣକ ପୋଲିସ ନିକଟରେ ସ୍ୱୀକାର କରିଥିଲେ ।ଭୁବନେଶ୍ୱର, ଜାମ୍ମୁ ଓ କାଶ୍ମୀରର ପୁଞ୍ଚରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଓଡ଼ିଶାର ବୀର ଯବାନ ଦେବାଶିଷ ବିଶ୍ୱାଳ ସହିଦ ହୋଇଥିବାରୁ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦେବାଶିଷ ସହିଦ ହୋଇଥିବା ଖବର ଅତ୍ୟନ୍ତ ଦୁଃଖଦାୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଦେଶର ସୁରକ୍ଷାରେ ତାଙ୍କର ବଳିଦାନ ସବୁବେଳେ ସ୍ମରଣୀୟ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିବା ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । Categories: ଅପରାଧ, ଓଡ଼ିଶା, ଦେଶ, ମହାନଗର, ହୋମ୍ Related Content ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଦାସ ଅସୁସ୍ଥ : ଏକ ସପ୍ତାହ ପାଇଁ ବିଶ୍ରାମ ନେବାକୁ ପରାମର୍ଶ by Proprietor Abhimanyu Maharana September 26, 2026 କନ୍ଧମାଳରେ ‘ସମୃଦ୍ଧ’ ସମବାୟ ସଦସ୍ୟତା ମହାଅଭିଯାନ by Proprietor Abhimanyu Maharana September 26, 2026 ପଣ୍ଡିତ ଦିନ ଦୟାଳୁ ଉପାଧ୍ୟାୟଙ୍କ ଜନ୍ମଦିନ କାର୍ଯକ୍ରମ by Proprietor Abhimanyu Maharana September 26, 2026 ପୁରୀ ସାତପଡା ରାସ୍ତାର ମଙ୍ଗଳାଘାଟ ରାସ୍ତାରେ ଆଣ୍ଠୁଏ ପାଣି by Proprietor Abhimanyu Maharana September 26, 2026 ଭଲମଣିଷଙ୍କ ମୁଣ୍ଡ ଉପରୁ ଛତା ଭଙ୍ଗିଗଲା by Proprietor Abhimanyu Maharana September 26, 2026 ପ୍ରତ୍ୟେକ ପରିବାର ସହ ସମବାୟ ସମ୍ବନ୍ଧ ଯୋଡିବାକୁ ସାଂସଦ ଙ୍କ ପରାମର୍ଶ by Proprietor Abhimanyu Maharana September 26, 2026