୨୧ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ କୁସୁମପୁର ରାସ୍ତାରେ ପୋଲିସ ପେଟ୍ରୋଲିଂ କରିବା ସମୟରେ ଗୋଟିଏ ବୋଲେରୋଯାହାର ନମ୍ବର ଓଡ଼ି-୦୭-ଏଏ୬୯୨୭ ଗାଡ଼ିରେ ୬ଟି ଜରି ଅଖାରେ ୧୬୩କେଜି ୧୦୦ଗ୍ରାମ ଜବତ ସହ ଗୋଟିଏ ମୋଟର ସାଇକେଲ କୁ ଜବତ କରିଛନ୍ତି ମୋହନା ପୋଲିସ କର୍ମଚାରୀ । 
ଆସାମୀ ମାନେ ଗଞ୍ଜେଇ ନେବା ସମୟରେ ରାସ୍ତାରେ ପୋଲିସ କର୍ମଚାରୀ ଙ୍କୁ ଦେଖି ଗାଡି ଛାଡି ଫେରାର ହୋଇଯାଇଥିବା କହିଛନ୍ତି ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ । ମୋହନା ଥାନାରେ ଗତ କିଛିଦିନ ଧରି ନୂତନ ଥାନା ଅଧିକାରୀ ଦାୟିତ୍ୱ ନେବା ପରେ ଦୈନିକ କିଛି ଗଞ୍ଜେଇ ମାଫିଆ ଙ୍କୁ ଧରିବାରେ ସକ୍ଷମ ହୋଇଥିବାରୁ ଅଞ୍ଚଳରେ ଥାନା ଅଧିକାରୀ ଙ୍କ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଛନ୍ତି ।
