Home ଓଡ଼ିଶା ବି. ଏସ୍. କେ. ୱାଇ. ଟିମ୍ ପ୍ରଚେଷ୍ଟାରେ ଘାସିରାମକୁ ମିଳିଲା ଉପଯୁକ୍ତ ଚିକିତ୍ସା by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୨୧ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଟିମ୍ ଙ୍କ ପ୍ରଚେଷ୍ଟାରେ ନାବାଳକ ଘାସିରାମ ମୁଣ୍ଡାଙ୍କୁ ଉପଯୁକ୍ତ ଚିକିତ୍ସା ମିଳିଛି। ଘଟଣାର ବିବରଣୀରୁ ଜଣାପଡିଛି ଯେ, ରାମ ମୁଣ୍ଡାଙ୍କ ପୁଅ ଘାସିରାମ ମୁଣ୍ଡା, ଯାଜପୁର ଜିଲ୍ଲା ଅନ୍ତର୍ଗତ ସାରଙ୍ଗପୁର୍ ଗ୍ରାମର ବାସିନ୍ଦା ଅଟନ୍ତି। ଗତ ୩ ରୁ ୪ ବର୍ଷ ହେଲା ଘାସିରାମର ଶରୀର ବୟସ ଅନୁପାତରେ ବୃଦ୍ଧି ହେଉନଥିବାରୁ ସେ କାର୍ଯ୍ୟକ୍ଷମ ହୋଇପାରୁ ନାହାନ୍ତି। ଗଣମାଧ୍ୟମରୁ ଏକଥା ଜାଣିବା ମାତ୍ରେ, ବି. ଏସ୍. କେ. ୱାଇ. ଟିମ୍ ମିଶନ୍ ମୋଡରେ କାମ ଆରମ୍ଭ କରିଥିଲେ। ପ୍ରଥମେ ଘାସିରାମକୁ ଚଳିତ ମାସ ୧ ତାରିଖ ଦିନ ଆମ୍ବୁଲାନ୍ସ୍ ଯୋଗେ ଅଣାଯାଇ ସୁକିନ୍ଦା କମ୍ୟୁନିଟି ହେଲଥ୍ ସେଣ୍ଟରରେ ଆଡମିସନ୍ କରାଯାଇଥିଲା। ସେଠାରେ ଆବଶ୍ୟକୀୟ ପରୀକ୍ଷା ନିରୀକ୍ଷା ଓ ଚିକିତ୍ସା ଚିକିତ୍ସା କରି ପରବର୍ତ୍ତୀ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସୁପାରିଶ କରାଯାଇଥିଲା। କିନ୍ତୁ, ଯାଜପୁର ଯିବାକୁ ସେ ଅନିଚ୍ଛା ପ୍ରକାଶ କରି ବିଭିନ୍ନ ବାହାନାରେ ଘରକୁ ପଳାଇଯାଇଥିଲେ। ପୁନଶ୍ଚ, ବି. ଏସ୍. କେ. ୱାଇ. ଟିମର ଅନୁସରଣ କ୍ରମେ ଘାସିରାମଙ୍କ ପିତାମାତାଙ୍କୁ ବୁଝାସୁଝା କରି ଚଳିତ ମାସ ୧୭ ତାରିଖ ଦିନ ସୁକିନ୍ଦା କମ୍ୟୁନିଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇ ଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ଦିଆଯାଇ ପରବର୍ତ୍ତୀ ବିଶେଷ ଚିକିତ୍ସା ନିମନ୍ତେ ରାଷ୍ଟ୍ରୀୟ ବାଲ୍ ସୁରକ୍ଷା କାର୍ଯ୍ୟକ୍ରମ ଟିମ୍ ସହାୟତାରେ ଯାଜପୁର ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟର ଆଗୁଆ ଚିକିତ୍ସା କେନ୍ଦ୍ର (ଆରଲି ଇନ୍ଟରଭେନସନ୍ ସେଣ୍ଟର୍) କୁ ପଠାଯାଇଥିଲା । ସେଠାରେ ବିଶେଷ ପରୀକ୍ଷ ନିରିକ୍ଷା ପରେ ଘାସିରାମଙ୍କୁ ସେରେବ୍ରାଲ୍ ପାଲ୍ସୀ (ମସ୍ତିସ୍କ ସ୍ନାୟୁଗତ ରୋଗ) ହୋଇଥିବାର ଜଣାପଡ଼ିଥିଲା । ଜନ୍ମରୁ ଏହି ରୋଗ ଥିବାର ଡାକ୍ତର ସନ୍ଦେହ କରିଥିଲେ । ତେବେ ଘାସିରାମଙ୍କୁ ଆବଶ୍ୟକୀୟ ଚିକିତ୍ସା, ଫିଜିଓଥେରାପି ଏପଂ ଉନ୍ନତ୍ତ ମାନର ଔେଷଧ ଯୋଗାଇ ଦିଆଯାଇଛି । ସପ୍ତାହକୁ ୩ ଥର ତାଙ୍କର ଫିଜିଓଥେରାପି ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବସ୍ଥା କରାଯାଇଛି ଏବଂ ଏହି ସୁବିଧା ନେବା ପାଇଁ ଘାସିରାମଙ୍କ ପିତାମାତାଙ୍କୁ ପରାମର୍ଶ ଓ ସୂଚନା ଦିଆଯାଇଛି । ନିୟମିତ ଚିକିତ୍ସା ନେଲେ ତାଙ୍କର ଅବସ୍ଥାରେ ବିଶେଷ ପରିବର୍ତ୍ତନ ହେବ ବୋଲି ଆଶା କରାଯାଇଛି । ବି. ଏସ୍. କେ. ୱାଇ. ଏବଂ ରାଷ୍ଟ୍ରୀୟ ବାଲ୍ ରକ୍ଷା କାର୍ଯ୍ୟକ୍ରମ ଟିମ୍ ର ଏତାଦୃଶ ପ୍ରଚେଷ୍ଟା ପାଇଁ ଗ୍ରାମବାସୀ ଏବଂ ବୁଦ୍ଧିଜୀବିମାନେ ସନ୍ତୋଷ ପ୍ରକାଶ କରିଛନ୍ତି । Categories: ଓଡ଼ିଶା, ମହାନଗର, ହୋମ୍ Related Content ବିଏମ୍ ସିର 42 ତମ କର୍ପୋରେସନ ବୈଠକ ଶେଷ by Proprietor Abhimanyu Maharana July 1, 2026 ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଜୁନ ମାସର ସାରସ୍ୱତ ଆସର ଅବସରରେ ହାତ ଲେଖା ପତ୍ରିକା ପାହାଚ ଉନ୍ମୋଚିତ by Proprietor Abhimanyu Maharana July 1, 2026 ୯୧ ଦିନର ଅବିରତ ପଦଯାତ୍ରା : ଭକ୍ତି, ବେଦନା ଓ ଅଧିକାରର ଏକ ନୀରବ ମହାଯଜ୍ଞ by Proprietor Abhimanyu Maharana July 1, 2026 ପୁରୀରେ ଜିଲ୍ଲାସ୍ତରୀୟ ରେନବୋ ପ୍ରାଇଡ୍ ୱାକ୍ ସଫଳତାର ସହ ଆୟୋଜିତ by Proprietor Abhimanyu Maharana July 1, 2026 ସ୍ନାନ ପୂର୍ଣ୍ଣିମା ଅବସରରେ ପରିବହନ ବିଭାଗ ପକ୍ଷ ରୁ ୯୫ ଚାଲାଣ, ୯ଲକ୍ଷ ୮୫ହଜାର ଟଙ୍କା ଜରିମାନା ଆଦାୟ by Proprietor Abhimanyu Maharana July 1, 2026 କଟକ ୬ଷ୍ଠ ବାଟାଲିୟନ ପରିସରରେ ଥିବା ଜଗନ୍ନାଥ ମନ୍ଦିରରେ ସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ by Proprietor Abhimanyu Maharana July 1, 2026