ଦୀର୍ଘ ବର୍ଷ ଧରି ଅଭିଯୋଗ କରିଆସୁଥିଲେ କିନ୍ତୁ ବିଜୁଳି ପାଇପାରି ନ ଥିବା ପରିବାର ଆଜି ଅନ୍ଧକାରରେ ଗତି କରୁଛନ୍ତି

୨୧ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରାୟଗଡା ଜିଲ୍ଲା :- ଗୁଣପୁର ବ୍ଲକ୍ ଶଗଡା ଗ୍ରାମପଞ୍ଚାୟତ ଶଗଡା ଗ୍ରାମରେ (୦୧) ଶ୍ରୀ-ଡନାର୍ଜୁନ୍ ଗମାଙ୍ଗ, ବୟସ(୬୭),ପିତା-ଆଡିଆ ଗମାଙ୍ଗ, (୦୨) ଶ୍ରୀ-ସୁଦୀର ଗମାଙ୍ଗ,ବୟସ(୨୮), ପିତା-ସଇତିନ ଗମାଙ୍ଗ, (୦୩) ରଘୁନାଥ ଗମାଙ୍ଗ, ବୟସ(୨୯),ପିତା-ଡନାର୍ଜୁନ୍ ଗମାଙ୍ଗ,ଏମାନଙ୍କ ଆଧାର କାର୍ଡ, ଡବ୍ କାର୍ଡ,ରେସନ କାର୍ଡ ନଥି ପତ୍ର ଥାଇ ମଧ୍ୟ ଆଜକୁ ଦୀର୍ଘ ବର୍ଷ ହେଲାଣି ଅଭିଯୋଗ କରିବା ସତ୍ତ୍ବେ ଘରେ ବିଜୁଳି ଯୋଗାଇ ନ ଥିବା ଅଭିଯୋଗ କରୁଛନ୍ତି । ଗରିବ ନୀରିହ ଆଦିବାସୀଙ୍କ ଗୃହରେ ଆଜକୁ ଦୀର୍ଘ ବର୍ଷ ଧରି ଅଭିଯୋଗ କରି ଆସୁଥିଲେ,କିନ୍ତୁ ଏହାର ଫଳା ଫଳ ମଧ୍ୟରେ ବିଜୁଳିର ସମସ୍ୟା ଦେଖା ଦେଇଛି । ପଞ୍ଚାୟତ ମଧ୍ୟରେ ଯୋଜନା ଉପରେ ଯୋଜନା ମାଳ ମାଳ ଚାଲି ରହିଥିବାବେଳେ ଶଗଡା ଗ୍ରାମରେ ତିନି ଗୋଟି ପରିବାର ଆଜି ଅନ୍ଧକାରରେ ପଡିରହିଥିବା ସୂଚନା ମିଳିଛି ।

ସୂଚନା ମୂଳକ ପଞ୍ଚାୟତ ସ୍ଥିତ ଗ୍ରାମସଭା,ପୋଲ୍ଲୀସଭା ମଧ୍ୟରେ ଦରଖାସ୍ତ ଦାଖଲ କରିବା ସତ୍ତ୍ବେ ଏବଂ ସଭ୍ୟ,ସମିତି,ସରପଞ୍ଚ, ୱାଡମେମ୍ବର, ବିଦ୍ୟୁତ୍ ଅଧିକାରୀ ତଥ୍ ସହିତ ଜେ ଇ ପତ୍ର ମାଧ୍ୟମରେ ଗୁହାରି ଜଣାଇବା ପରେ ମଧ୍ୟ କୌଣସି ଆକ୍ଷେପ ଦୃଷ୍ଟି ଦେଇ ନ ଥିବା ଜଣାପଡିଛି । ଆଜକୁ ଦୀର୍ଘ ବର୍ଷ ଧରି ପରିବାର ବର୍ଗଙ୍କ ସହ ସ୍ବାମୀ,ସ୍ତ୍ରୀ, ପୁଅ,ଝିଅ,କୁଣ୍ଟୁମ୍ବ ଧରି ଅନ୍ଧକାର ମଧ୍ୟରେ ଜୀବନ ଯାପନ ଚଳି ଆସୁଛନ୍ତି । ଗ୍ରାମରେ ବିଦ୍ୟୁତ୍ ଅଧିକାରୀ ଏବଂ ସରପଞ୍ଚ ଘର ଦେଇ ପରିଭ୍ରମଣ କରୁଥାନ୍ତି,କିନ୍ତୁ ତିନି ଗୋଟି ପରିବାରର ମଧ୍ୟରେ ବିଜୁଳିର ବ୍ୟବସ୍ଥା କରାଇବୁ କହି ଚାଲିଛନ୍ତି । ଏହି ତିନି ଗୋଟି ପରିବାର ବର୍ଗଙ୍କ ହସ ମୁହଁ କେବେ ବିଜୁଳିର ସମସ୍ୟା ସମାଧାନ ପାଇବେ ବିଦ୍ୟୁତ୍ ଅଧିକାରୀ ଦେଖିବାକୁ ବାକି ରହିଲା ।

Exit mobile version