Home ଓଡ଼ିଶା ଓଡ଼ିଶା ସରକାରଙ୍କର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ଉପଦେଷ୍ଟା ଶ୍ରୀ ଅନୁଭବ ପଟ୍ଟନାୟକ : ବିଭିନ୍ନ ୱାର୍ଡର ମୋ ସେବା କେନ୍ଦ୍ର ପରିଦର୍ଶନ କଲେ ଆଇଟି ଉପଦେଷ୍ଟା by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ବିଭିନ୍ନ ବିଭାଗର ୧୫୦ ରୁ ଉର୍ଦ୍ଧ ସେବା ଯୋଗାଇବାରେ ଏହି ବ୍ୟବସ୍ଥା ବିଶେଷ ସହାୟକ ହୋଇପାରିଛି । (ଇ-ସେବା) ୨୧ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର : – ଓଡ଼ିଶା ସରକାରଙ୍କର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ଉପଦେଷ୍ଟା ଶ୍ରୀ ଅନୁଭବ ପଟ୍ଟନାୟକ ଭୁବନେଶ୍ବର ସହରାଞ୍ଚଳ ସ୍ଥିତ ବିଭିନ୍ନ ୱାର୍ଡର ମୋ ସେବା କେନ୍ଦ୍ର ପରିଦର୍ଶନ କରି ସେଠାରେ ଜନସାଧାରଣଙ୍କୁ ଯୋଗାଇ ଦିଆଯାଉଥିବା ଇ-ସେବା ଗୁଡିକ ବିଷୟରେ ବୁଝିବା ସହ ଉପସ୍ଥିତ ଲୋକମାନଙ୍କ ସହ ଆଲୋଚନା କରିଛନ୍ତି ।ବିଭିନ୍ନ ବିଭାଗର ୧୫୦ ରୁ ଉର୍ଦ୍ଧ ସେବା ଯୋଗାଇବାରେ ଏହି ବ୍ୟବସ୍ଥା ବିଶେଷ ସହାୟକ ହୋଇପାରିଛି । ସାଧାରଣ ଲୋକଙ୍କୁ ନିଜ ଘର ପାଖରେ ମିଳିପାରୁଥିବା ଏହି ସେବା ବ୍ୟବସ୍ଥାକୁ ଆହୁରି ବ୍ୟାପକ, ସୁଦୃଢ ଓ ସଫଳ କରିବା ଦିଗରେ କାର୍ଯ୍ୟ କରିବା ପାଇଁ ଶ୍ରୀ ପଟ୍ଟନାୟକ ମୋ ସେବା କେନ୍ଦ୍ରର ପରିଚାଳକ ମାନଙ୍କୁ ପରାମର୍ଶ ଦେଇଛନ୍ତି ।ମୋ ସେବା କେନ୍ଦ୍ର ଜରିଆରେ ଜନସାଧାରଣଙ୍କୁ ବିଭିନ୍ନ ସୁବିଧାସବୁ ସହଜରେ ମିଳିପାରୁଥିବାରୁ ଶ୍ରୀ ପଟ୍ଟନାୟକ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଆଇଟି ଉପଦେଷ୍ଟାଙ୍କର ୱାର୍ଡ ନମ୍ବର ୫୧, ୱାର୍ଡ ନମ୍ବର ୨୪ ତଥା ୱାର୍ଡ ନମ୍ବର ୨୫ ଅନ୍ତର୍ଗତ ସୌଭାଗ୍ୟ ନଗର, ବରମୁଣ୍ଡା ଏବଂ ଆଇଆରସି ଭିଲେଜ ସ୍ଥିତ ମୋ ସେବା କେନ୍ଦ୍ର ଗସ୍ତ ଅବସରରେ ସହଜ ସେଣ୍ଟରର କ୍ଲଷ୍ଟର ହେଡ ଶ୍ରୀ ନିରଞ୍ଜନ ଦାସ . ଓକାକ କର୍ମଚାରୀ ମାନେ ଉପସ୍ଥିତ ଥିଲେ . Categories: ଓଡ଼ିଶା, ନୟାଗଡ଼ ନିଉଜ୍, ମହାନଗର, ହୋମ୍ Related Content ଖଣ୍ଡପଡା ସହର ପରିକ୍ରମା କରି ଶେଷ ହୋଇଛି ସୁଜଳ ରଥ by Proprietor Abhimanyu Maharana October 17, 2026 ବିଶ୍ଵ ଓଡ଼ିଆ ପରିବାରର ମାସିକ ଆଲୋଚନା ଚକ୍ର ଓ କାବ୍ୟ ସଂଧ୍ୟା by Proprietor Abhimanyu Maharana October 17, 2026 ଟିପିଏସ୍ଓଡିଏଲ୍ ତରଫରୁ କୋରାପୁଟ ଜିଲ୍ଲାରେ ସୋଲାର ରଥର ଶୁଭାରମ୍ଭ by Proprietor Abhimanyu Maharana October 17, 2026 ଭୁବନେଶ୍ୱରରେ ‘ସ୍ୱଚ୍ଛତା ଉତ୍ସବ’ ର ଭବ୍ୟ ଆୟୋଜନ by Proprietor Abhimanyu Maharana October 17, 2026 Bhubaneswar hosts Swachhata Utsaba in Grandeur by Proprietor Abhimanyu Maharana October 17, 2026 TPSODL Flags Off Solar Rath in Koraput by Proprietor Abhimanyu Maharana October 17, 2026