ଭୁବନେଶ୍ୱର ଜୟଦେବ ଭବନରେ ଅଶୋକ ପରିଡା ସର୍ବୋଦୟ ସମ୍ମାନରେ ସମ୍ବର୍ଦ୍ଧିତ

୨୧ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ସର୍ବୋଦୟ ବିକାଶ ମଞ୍ଚ ପକ୍ଷରୁ ଭୁବନେଶ୍ବର ଜୟଦେବ ଭବନ ଠାରେ ଅନୁଷ୍ଠିତ ହୋଇଛି ଭୂଦାନ, କିଷାନ ସର୍ବୋଦୟ ସମାବେଶ । ଏହି ଅବସରରେ ୮୭ବର୍ଷ ରେ ଓଡିଶା ସମ୍ପର୍କରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି। ଜନସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସର୍ବୋଦୟ ବିକାଶ ମଞ୍ଚ ପକ୍ଷରୁ ବିଭିନ୍ନ ଜିଲାର ସମ୍ବର୍ଦ୍ଧିତ ପ୍ରତିଭା ମଧ୍ୟରେ ଅଛନ୍ତି କନ୍ଧମାଳର ଅଶୋକ ପରିଡା । ସମାଜ ସେବାରେ ନିଜକୁ ସମର୍ପଣ କରିଥିବା ଓ କନ୍ଧମାଳରେ ଉଲେଖନୀୟ କାର୍ଯ୍ୟ କରିଥିବା ଅଶୋକ ପରିଡାଙ୍କୁ ଏହି ସମାବେଶରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ଏକତା ପରିଷଦର ପ୍ରତିଷ୍ଠାତା ତଥା ଜାପାନ ଭଳି ବିକଶିତ ଦେଶରେ ସୁନାମ ଅର୍ଜନ କରି ପୁରସ୍କୃତ ହୋଇଥିବା ଭୂଦାନ, କିଷାନ,ସର୍ବୋଦୟର ବାର୍ତ୍ତାବହ ପି ଭି ରାଜଗୋପାଲ ଓରଫ ରାଜାଜୀ ଓ ଜିଲକାର ହାରିସ ପୁଷ୍ପଗୁଚ୍ଛ, ମାନପତ୍ର ଓ ଉପଢୌକନ ଦେଇ ସମ୍ମାନୀତ କରିଛନ୍ତି। ସର୍ବୋଦୟ ସମାବେଶରେ ଅନୁଷ୍ଠିତ ସଭାରେ ଅନୁଷ୍ଠାନ ର ଅଧ୍ୟକ୍ଷ ଅଭିରାମ ନାୟକ ଅଧ୍ୟକ୍ଷତା କରିଥିବା ବେଳେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଢେଇ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ ତ୍ରିପାଠୀ, ମାନବାଧିକାର ଫ୍ରଣ୍ଟର ଅଧ୍ୟକ୍ଷ ମନୋଜ ଜେନା, ଭୁବନେଶ୍ୱର ମେୟର ପ୍ରାର୍ଥୀନୀ ସୁନୀତା ମୁଣ୍ଡ୍ ପ୍ରମୁଖ ଅତିଥି ମାନେ ଉପସ୍ଥିତ ହୋଇ ଭୂଦାନ ଓ ୮୭ବର୍ଷରେ ଓଡିଶା କେଉଁଠି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।କନ୍ଧମାଳ ଜିଲାର ଅବହେଳିତ ଓ ସମାଜର ପଛୁଆ ବର୍ଗଙ୍କୁ ସମାଜର ମୂଖ୍ୟ ସ୍ରୋତରେ ସାମିଲ କରିବାକୁ ନିଷ୍ଠାପର ଉଦ୍ୟମ କରିଆସୁଛନ୍ତି।ନିଶାନିବାରଣ, ସ୍ୱାସ୍ଥ୍ୟବ୍ୟବସ୍ଥା, ସରକାରୀ ଯୋଜନା ଅପହଞ୍ଚ,ପରିବେଶ ସୁରକ୍ଷା ,ମହିଳା ସଶକ୍ତିକରଣକୁ ଗୁରୁତ୍ୱ ଦେବା ସହ କୁସଂସ୍କାର ଦୂର କରିବାକୁ ପ୍ରୟାଶ କରି ଆସୁଛନ୍ତି।।ସରକାରୀ ଯୋଜନାର ସଫଳତା ପାଇଁ ମିଳିତ ନାଗରିକ କମିଟି ସହଯୋଗରେ ପ୍ରଶାସନ ଓ ସରକାରଙ୍କ ସହ ଜନ ଓକିଲାତି କରି ଲୋକଙ୍କ ମୌଳିକ ଆବଶ୍ୟକତା ପୂରଣ ପାଇଁ ପ୍ରୟାଶ ଜାରି ରଖିଛନ୍ତି।ନିଜର ଦୁଢ ଇଛାଶକ୍ତିଓ ନିଷ୍ଠାପର ଉଦ୍ୟମ ଯୋଗୁଁ ବିନା ସରକାରୀ ଅନୁଦାନରେ ସମଭାବାପର୍ଣ୍ଣ ବ୍ୟକ୍ତିଙ୍କ ସହଯୋଗ ରେ ଗରିବ ଅସହାୟ ଲୋକଙ୍କ ସମସ୍ୟା ଦୂର କରିବାକୁ ପ୍ରୟାଶ କରୁଛନ୍ତି।

ଜିଲାର ଦୁର୍ଦ୍ଦିନରେ ଜନସାଧାରଣଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ପୂର୍ବର ଭାଇଚାରା ପ୍ରତିଷ୍ଠାଓ ପ୍ରଶାସନ ସହ ସମନ୍ୱୟ ରକ୍ଷା ପାଇଁ ନିରନ୍ତର ଉଦ୍ୟମ କରି ଆସୁଥିବାରୁ, ଜିଲା ସ୍ତରରେ ପ୍ରଶଂସିତ ହୋଇଛନ୍ତି। ଶ୍ରୀ ପରିଡାଙ୍କ ଜୀବନବ୍ୟାପି ସମାଜସେବାକୁ ଦୃଷ୍ଟିରେ ରଖି ରାଜ୍ୟସ୍ତରୀୟ ସର୍ବୋଦୟ ସମାବେଶରେ ଶ୍ରୀ ପରିଡାଙ୍କୁ ଏହି ସମ୍ବର୍ଦ୍ଧନା ଦିଆଯାଇଛି।ଏହି ସମ୍ବର୍ଦ୍ଧନା ଆଗାମୀ ଯୁବପିଢୀକୁ ନିଷ୍ଠାପରଭାବେ ନିଃସ୍ୱାର୍ଥପର ସମାଜସେବା କରିବାକୁ ଅନୁପ୍ରାଣୀତ କରିବ ବୋଲି ଶ୍ରୀ ପରିଡା କହିଛନ୍ତି।

Exit mobile version