
୨୧ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୂଆଗଡ :- କାଣ୍ଡାମା ଘାଟିରେ ଓଟୋ ଓଲୋଟି ୨ମୃତ,୧୦ ଗୁରୁତ୍ବର । ଗଜପତି ଜିଲ୍ଲା ସେରଙ୍ଗ ଥାନା ଅନ୍ତର୍ଗତ କେରେଡାଙ୍ଗ ଗ୍ରାମରୁ ଏକ ଯାତ୍ରୀବାହୀ ଅଟୋ ନୁଆଗଡ଼ ଅଭିମୁଖେ ଯାଉଥିବାବେଳେ ଭାରସାମ୍ୟ ହରାଇ କାଣ୍ଡାମା ଘାଟିରେ ଏକ ପଥରକୁ ପିଟି ହୋଇ ରାସ୍ତା ତଳକୁ ଖସି ପଡି଼ବା ପଳରେ ୨ମୃତ ହୋଇଥିବା ବେଳେ ୧୦ ଗୁରୁତ୍ବର ହୋଇଛନ୍ତି । ଘଟଣା ସ୍ଥଳରେ ସୀୟନଗଡ଼ ଗ୍ରାମର ଲୁକ ମଣ୍ଡଳ ମୃତ୍ୟୁ ବରଣ କରିଥିଲେ । ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ଅବସ୍ଥାରେ ଥିବା ବ୍ୟକ୍ତି ମାନଙ୍କୁ ଖଜୁରୀପଦା ସ୍ବାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରି ଥିଲେ । ବଡ଼ପଦା ଗ୍ରାମର ଡଲି କର ନାମକ ମହିଳା ସ୍ବାସ୍ଥ୍ୟ କେନ୍ଦ୍ରରେ ମୃତୁ ହୋଇଥିଲା । ଆହତ ବ୍ୟକ୍ତି ମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଦୁଇଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ମନାନୁ ପାରଳାଖେମୂଣ୍ଡି ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦେଇଥିଲେ। ଆହାତଙ୍କ ମଧ୍ୟରେ ୪ ଜଣ ଶିଶୁ ଥିବାବେଳେ, ଜଣେ ଶିଶୁ ଗୁରୁତର ରହିଛି । ଆର,ଉଦୟଗିରି ଏବଂ ସେରଙ୍ଗ ଥାନା ପୋଲିସ ଓ ଆର ଉଦୟଗିରି ଥାନା ଅଧିକାରୀ ଶ୍ରୀ ପ୍ରଶାନ୍ତ ମଲ୍ଲିକ ପହଞ୍ଚି ଶବ ଜବତ କରି ବ୍ୟବଛେଦ କୁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

