୨୧ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ରାଜ୍ୟ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସଦାସର୍ବଦା ଅହିଂସା ରେ ବିଶ୍ୱାସ କରନ୍ତି । କିନ୍ତୁ ଓଡ଼ିଶାରେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ଜାତି ଓ ଧର୍ମ କୁ ନେଇ ସମ୍ବଲପୁର ରେ ଅଶାନ୍ତିର ବାତାବରଣ ସୃଷ୍ଟି କରୁଛି। ଏହି୍ସଂଦର୍ଭରେ ସମ୍ବଲପୁର ରେ ଶାନ୍ତି,ସଦଭାବନା ଏବଂ ଭାଇଚାରା ବଜାୟ ରଖିବାକୁ ବିଜୁ ଯୁବ-ଛାତ୍ର-ମହିଳା ଜନତା ଦଳ ପକ୍ଷରୁ ଶାନ୍ତିପୂର୍ଣ୍ଣ ମହମ ଶୋଭାଯାତ୍ରା ର ଆୟୋଜନ କରାଯାଇଛି। ବିଜୁ ଯୁବ ଜନତା ଦଳ ର ରାଜ୍ୟ ସଭାପତି ତଥା ମାନ୍ୟବର ବିଧାୟକ ଡକ୍ଟର ବ୍ୟୋମକେଶ ରାୟ ଙ୍କ ନେତୃତ୍ବରେ ଭୁବନେଶ୍ୱରର ରାଜ୍ୟ ହାଉସିଂବୋର୍ଡ ନିଗମ ଛକ ଠାରୁ ରାମ ମନ୍ଦିର ପର୍ଯ୍ୟନ୍ତ ଏହି ଶାନ୍ତିପୁଣ୍ଣ ମହମ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। 
ଏହି ଶୋଭାଯାତ୍ରା ରେ ଭୁବନେଶ୍ୱର ମଧ୍ୟମ ର ମାନ୍ୟବର ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ଯୋଗ ଦେଇ ଯୁବ-ଛାତ୍ର-ମହିଳା ଙ୍କୁ ଉତ୍ସାହିତ କରିଥିଲେ। ଓଡ଼ିଶାରେ ଏକ ନିର୍ଦ୍ଦିଷ୍ଟ ସାମ୍ପ୍ରଦାୟିକ ଦଳ ତାର ରାଜନୈତିକ ଫାଇଦା ପାଇଁ ଜାତି ତଥା ଧର୍ମ କୁ ନେଇ ଅଶାନ୍ତିର ବାତାବରଣ ସୃଷ୍ଟି କରି ଶାନ୍ତି, ଭାଇଚାରା କୁ ନଷ୍ଟ କରିବାର ଅପଚେଷ୍ଟା କୁ ବିଜୁ ଯୁବ-ଛାତ୍ର- ମହିଳା ଦଳ ପକ୍ଷରୁ ତିବ୍ର ନିନ୍ଦା କରାଯାଇଛି।ଓଡ଼ିଶାରଏହି ମହମ ଶୋଭାଯାତ୍ରା ରେ ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ଧୃତି ରଞ୍ଜନ ମାର୍ଥା, ମହାସଚିବ ଏଲିନା ଦାଶ,,ବରିଷ୍ଠ ଉପସଭାପତି ଜ୍ୟୋସ୍ନାମୟୀ ପରିଡ଼ା, ସୁବାସ ନାୟକ,
