ପୁରୀ ବେଳାଭୂମିରେ ସୁଦର୍ଶନ ପଟ୍ଟନାୟକଙ୍କ ହୃଦୟସ୍ପର୍ଶୀ ବାଲୁକା କଳା ପିଲାଙ୍କ ମଧ୍ୟରେ ଅଦୃଶ୍ୟ ଶିକ୍ଷାଗତ ଶୂନ୍ୟସ୍ଥାନ ସମ୍ପର୍କରେ ଆଲୋକପାତ କରୁଛି

ସୁପ୍ରସିଦ୍ଧ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ସୁଦର୍ଶନ ତାଙ୍କ ନୂତନ କଳାକୃତିକୁ ପିଲାଙ୍କ ଠାରେ ଥିବା ଅଦୃଶ୍ୟ ଶିକ୍ଷାଗତ ଶୂନ୍ୟସ୍ଥାନ ସମ୍ପର୍କରେର ସଚେତନତା ସୃଷ୍ଟି ନିମନ୍ତେ ଉତ୍ସର୍ଗ କରିଛନ୍ତି, ପି ଆଣ୍ଡ୍‍ ଜି ଶିକ୍ଷା ଦ୍ୱାରା ଏହି ଅଦୃଶ୍ୟ ଶୂନ୍ୟସ୍ଥାନକୁ ଦୃଶ୍ୟମାନ କରିବା ସକାଶେ ରାଷ୍ଟ୍ରବ୍ୟାପୀ ଏକ ଅଭିଯାନର ଶୁଭାରମ୍ଭ କରୁଛନ୍ତି

୨୦୦୫ରେ ଆରମ୍ଭ ହେବା ଦିନଠାରୁ ପି ଆଣ୍ଡ୍‍ ଜି ଶିକ୍ଷା ଶିକ୍ଷା ଆହରଣ କ୍ଷେତ୍ରରେ ଆବଶ୍ୟକ ତ୍ରୁଟି ସୁଧାରିବା ସମେତ ସାମଗ୍ରିକ ଶିକ୍ଷାଗତ ହସ୍ତକ୍ଷେପ ଜାରି ରଖିଛି ଏବଂ ଏହାଦ୍ୱାରା ସମଗ୍ର ଦେଶରେ ୩୫ ଲକ୍ଷରୁ ଅଧିକ ପିଲାଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଇଛି

୨୧ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର/ପୁରୀ :- ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ତଥା ବିଶିଷ୍ଟ ବାଲୁକା କଳା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଓଡ଼ିଶାର ପୁରୀସ୍ଥିତ ନିଳାଦ୍ରୀ ବେଳାଭୂମିରେ ପିଲାଙ୍କ ଠାରେ ଶିକ୍ଷା ଆହରଣ କ୍ଷେତ୍ରରେ ରହୁଥିବା ଅଦୃଶ୍ୟ ଶୂନ୍ୟସ୍ଥାନ ସମ୍ପର୍କରେ ସଚେତନତା ସୃଷ୍ଟି ନିମନ୍ତେ ଏକ ଚମତ୍କାର ବାଲୁକା କଳା ପ୍ରଦର୍ଶନ କରିଛନ୍ତି ଏବଂ ଏହାଦ୍ୱାରା ପି ଆଣ୍ଡ୍‍ ଜି ଶିକ୍ଷା ଦ୍ୱାରା ଏହି ଅଦୃଶ୍ୟ ଶୂନ୍ୟସ୍ଥାନକୁ ଦୃଶ୍ୟମାନ ହେବା ନିମନ୍ତେ ଆରମ୍ଭ କରାଯାଇଥିବା ଅଭିଯାନର ଶୁଭାରମ୍ଭ କରିଛନ୍ତି ।

ପି ଆଣ୍ଡ୍‍ ଜି ଶିକ୍ଷା ତାହାର ନୂଆ ଅଭିଯାନ ‘ଅଦୃଶ୍ୟ ଶିକ୍ଷା ଆହରଣ ଶୂନ୍ୟସ୍ଥାନ ପୂରଣ’ରେ ବିନ୍ଦିୟାର କାହାଣୀକୁ କେନ୍ଦ୍ରଭାଗରେ ରଖି ଏହା ସାକାର କରିବା ପ୍ରୟାସ କରୁଛି ।ଏହି ଅଭିଯାନ ଜାତୀୟ ସଫଳତା ସର୍ବେକ୍ଷଣ ‘ଅଦୃଶ୍ୟ ଶୂନ୍ୟସ୍ଥାନ’ ସମ୍ପର୍କରେ ଆଲୋକପାତକରୁଛି, ଯାହା ୨୦୨୧ରେ ଦର୍ଶାଯାଇଥିବା ତଥ୍ୟ ଅନୁଯାୟୀ ଦେଶରେ ୬ କୋଟିରୁ ଅଧିକ ପିଲାଙ୍କ ଜୀବନକୁ ସକାରାତ୍ମକ ଭାବରେ ପ୍ରଭାବିତ କରୁଛି, ଯେଉଁଥିରେ ସେମାନଙ୍କର ପ୍ରଚଳିତ ଶିକ୍ଷା ଆହରଣ ସ୍ତର ଆଶାନୁରୂପ ଶିକ୍ଷା ଆହରଣ ସ୍ତର ସହିତ ସମକକ୍ଷ ନୁହେଁ, ଏବଂ ଏହାଦ୍ୱାରା ବସ୍ତୁତଃ ଅନେକ ପିଲା ଅଧାରୁ ବିଦ୍ୟାଳୟ ଛାଡୁଛନ୍ତି ଅଥବା ଏଭଳି ଡିଗ୍ରୀ ହାସଲ କରୁଛନ୍ତି ଯାହା ସେମାନଙ୍କୁ ସେମାନଙ୍କ ଆଶା ଆକାଂକ୍ଷା ହାସଲ କରିବାରେ ସହାୟକ ହେଉନାହିଁ ।

ବିଭିନ୍ନ ସାମାଜିକ ପ୍ରସଙ୍ଗକୁ ନେଇ ସଚେତନତା ସୃଷ୍ଟି ନିମନ୍ତେ ନିଜର କଳା ଚାତୁରୀକୁ ଉପଯୋଗ କରିବାରେ ସିଦ୍ଧହସ୍ତ ହୋଇଥିବା ସୁଦର୍ଶନ ପଟ୍ଟନାୟକ ଜନସାଧାରଣ ଏ ଦିଗରେ କାର୍ଯ୍ୟ କରିବା ନିମନ୍ତେ ସେମାନଙ୍କୁ ପ୍ରେରଣା ଯୋଗାଇବା ଏବଂ ସେମାନେ ଯେଭଳି ସେମାନଙ୍କ ଚତୁର୍ପାଶ୍ୱର୍ରେ ଥିବା ପିଲାମାନଙ୍କର ଶିକ୍ଷା ଆହରଣ କ୍ଷେତ୍ରରେ ଥିବା ଶୂନ୍ୟସ୍ଥାନ ଚିହ୍ନଟ କରିପାରିବେ ତଥା ସେହି ଶୂନ୍ୟସ୍ଥାନ ପୂରଣ ନିମନ୍ତେ ଆବଶ୍ୟକ ସଂଶୋଧନକାରୀ ପଦକ୍ଷେପ ନେବାକୁ ସେମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ତାଙ୍କର ଏହି ନୂଆ ବାଲୁକା କଳାକୁ ଉତ୍ସର୍ଗ କରିଛନ୍ତି ।

ଏକ ଛୋଟ ସ୍କୁଲ ଝିଅ କିଭଳି ବ୍ୟାଗ୍‍କୁ ତା’ ପଛପଟେ ଏବଂ ବେଞ୍ଚତଳେ ଲୁଚାଉଛି ତାହା ବର୍ଣ୍ଣନା କରି ଅତ୍ୟନ୍ତ କୁଶଳୀ ଭାବରେ ସେ ଏହି କଳାକୃତି ପ୍ରସ୍ତୁତ କରିଛନ୍ତି, ଯାହା ଶିକ୍ଷା ଆହରଣ କ୍ଷେତ୍ରରେ ରହୁଥିବା ଶୂନ୍ୟସ୍ଥାନ କିଭଳି ପିଲାଙ୍କ ଆତ୍ମବିଶ୍ୱାସ ସ୍ତରରେ ପ୍ରଭାବ ପକାଉଛି ତାହାର ଅକୁହା ଭାବର ଏକ ନିଦର୍ଶନ ବୋଲି ବିବେଚନା କରାଯାଉଛି । ପିଲାମାନେ ଶ୍ରେଣୀରେ ଉତ୍ତର ଜାଣିନଥିବ ଭୟକୁ ଯେତେବେଳେ ଲୁଚାଇବା ଆରମ୍ଭ କରନ୍ତି, ସେତେବେଳେ ଶିକ୍ଷା ଆହରଣ ସ୍ତରରେ କିଭଳି ଶୂନ୍ୟସ୍ଥାନ ରହିଛି ତାହାର ଏକ ଦିଗ ଏହି କଳାକୃତି ଜୀବନ୍ତ କରି ଗଢିତୋଳୁଛି ।

ଏହି ଚମତ୍କାର କଳାକୃତି ଓଡ଼ିଶାର ପୁରୀସ୍ଥିତ ମନୋରମ ନିଳାଦ୍ରୀ ବେଳାଭୂମିରେ ସୃଷ୍ଟି କରାଯାଇଛି । ଏହି କଳାକୃତି ପି ଆଣ୍ଡ୍‍ ଜି ଶିକ୍ଷା ଅଭିଯାନର ଚଳିତ ବର୍ଷର ବିଷୟବସ୍ତୁକୁ ଠିକ୍‍ ଭାବରେ ଉପସ୍ଥାପିତ କରୁଛି ଯାହା ଏହି ଅଦୃଶ୍ୟ ଶୂନ୍ୟସ୍ଥାନ ଦୃଶ୍ୟମାନ ହେବା ଲକ୍ଷ୍ୟ ରଖୁଛି ଏବଂ ଦେଶବ୍ୟାପୀ ଏ କ୍ଷେତ୍ରରେ ସଚେତନତାର ପ୍ରସାର ସହିତ ଏହି ଶୂନ୍ୟସ୍ଥାନ ପୂରଣ ନିମନ୍ତେ ଅର୍ଥପୂର୍ଣ୍ଣ ପଦକ୍ଷେପ ନେବାକୁ ଦର୍ଶକମାନଙ୍କୁ ନିବେଦନ କରୁଛି ।

ନିଜର କଳାକୃତି ସମ୍ପର୍କରେ ପ୍ରକାଶ କରି ସୁଦର୍ଶନ ପଟ୍ଟନାୟକ କହିଛନ୍ତି, “ଅଦୃଶ୍ୟ ଶିକ୍ଷାଗତ ଶୂନ୍ୟସ୍ଥାନ ଜନିତ ଆହ୍ୱାନକୁ ସର୍ବସମ୍ମୁଖକୁ ଆଣିବା ନିମନ୍ତେ ପି ଆଣ୍ଡ୍‍ ଜି ଶିକ୍ଷା ସହିତ ସହଭାଗିତା କରି ମୁଁ ଅତ୍ୟନ୍ତ ଉଲ୍ଲସିତ ମନେକରୁଛି, ଯେଉଁଥିପ୍ରତି ଆମେ ସମସ୍ତେ ଜରୁରୀ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି । ଶିକ୍ଷା ଏଭଳି ଏକ ସାଧନ ଯାହା ଆମ ରାଷ୍ଟ୍ର ପାଇଁ ଏକ ମଜଭୁତ ଭବିଷ୍ୟତ ନିର୍ମାଣ ନିମନ୍ତେ ଆମକୁ ସହାୟତା କରିବା ଏବଂ ପି ଆଣ୍ଡ୍‍ ଜି ତାହା ଶିକ୍ଷା କାର୍ଯ୍ୟକ୍ରମ ଜରିଆରେ ଏହା କରିବା ପ୍ରୟାସ କରୁଛି ।

ଏକଥା ମୋତେ ଆଶ୍ଚର୍ଯ୍ୟ କରିଦେଇଥିଲା ଯେ ପିଲାମାନେ ସେମାନଙ୍କ ଶ୍ରେଣୀ ଶିକ୍ଷାସ୍ତରରେ ପଛରେ ପଡିଯାଇପାରନ୍ତି ଏବଂ ସେମାନେ ପୁଣି ସେହିସ୍ତରକୁ ଫେରିବାକୁ ହେଲେ ସେମାନଙ୍କ ପାଇଁ ଅଧିକ ସମ୍ବଳ ଆବଶ୍ୟକ ପଡିପାରେ । ତେବେ ଏହି ଯାତ୍ରା ସେହି ପ୍ରସଙ୍ଗକୁ ଚିହ୍ନଟ କରିବା ସହିତ ଆରମ୍ଭ ହେଉଛି ଏବଂ ମୋର ଆଶା ଯେ ମୋ କଳାକୃତି ସେହି ସଚେତନତା ସୃଷ୍ଟି କରିପାରିବ ଏବଂ ଏହି ଅଦୃଶ୍ୟ ଶୂନ୍ୟସ୍ଥାନ ଉପରେ ଦୃଷ୍ଟିନିବଦ୍ଧ କରିବ । ପି ଆଣ୍ଡ୍‍ ଜି ଇଣ୍ଡିଆ ପାଇଁ ଏବଂ ବିନ୍ଦିୟାର ହୃଦୟସ୍ପର୍ଶୀ କାହାଣୀକୁ ନେଇ ଏହି କଳାକୃତି ଏହି ନୂଆ ଅଭିଯାନ ଆରମ୍ଭ କରୁଥିବାରୁ ମୁଁ ଅତ୍ୟନ୍ତ ରୋମାଞ୍ଚିତ ଅନୁଭବ କରୁଛି ।”

ଏହି କଳାକୃତି ବେଳାଭୂମିକୁ ଆସୁଥିବା ଦର୍ଶକମାନଙ୍କ ଦୃଷ୍ଟି ଆକର୍ଷଣ କରୁଛି, ଯେଉଁମାନେ ଏହାର ଫଟୋ ଉଙ୍ଖାଇବା ସହିତ ତାହାକୁ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ସେୟାର କରୁଛନ୍ତି । ପି ଆଣ୍ଡ୍‍ ଜି ଶିକ୍ଷା ହେଉଛି ପି ଆଣ୍ଡ୍‍ ଜି ଇଣ୍ଡିଆର ଏକ ଛାମୁଆ କାର୍ଯ୍ୟକ୍ରମ ଯାହା ଅବହେଳିତ ପିଲାମାନଙ୍କୁ ଶିକ୍ଷା ଆହରଣର ସୁଯୋଗ ଯୋଗାଇଦେବା ନିମନ୍ତେ ସ୍କୁଲ ନିର୍ମାଣ ଉଦ୍ଦେଶ୍ୟ ନେଇ ଆରମ୍ଭ ହୋଇଥିଲା । ଦେଶ ଅଗ୍ରଗତି କରିବାବେଳେ ଶିକ୍ଷା ୩୬୦ ଡିଗ୍ରୀ ସାମଗ୍ରିକ କାର୍ଯ୍ୟକ୍ରମ ଭାବରେ ଉଭା ହୋଇଛି ଯାହା (କ) ପିଲାଙ୍କ ଠାରେ ଶିକ୍ଷାଆହରଣ ଫଳାଫଳରେ ଉନ୍ନତି ସାଧନ (ଖ) ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ କରିବା ଏବଂ (ଗ) ଶିକ୍ଷା ଜରିଆରେ ବଞ୍ଚିତ ବର୍ଗର ବାଳିକାମାନଙ୍କୁ ସଶକ୍ତ କରିବା ଲକ୍ଷ୍ୟ ରଖିଛି ଏବଂ ଏହାଦ୍ୱାରା ୩୫ ଲକ୍ଷରୁ ଅଧିକ ପିଲାଙ୍କ ଜୀବନ ଉପରେ ସକାରାତ୍ମକ ପ୍ରଭାବ ପକାଉଛି

Exit mobile version