ପ୍ରବଳ ଗ୍ରୀଷ୍ମପ୍ରବାହ ଖୋଲୁନି ଜଳଛତ୍ର

୨୧ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ପଥଚାରୀଙ୍କ ଶୋଷ ମେଣ୍ଟାଇବା ପାଇଁ ପଞ୍ଚାୟତର ବିଭିନ୍ନ ଛକ ସ୍ଥାନ ମାନଙ୍କରେ ସେଡ ନିର୍ମାଣ କରି ମାଟି ମାଠିଆରେ ପାଣି ବ୍ୟବସ୍ଥା ରହିବା ସହ ଜଣେ ବ୍ୟକ୍ତିକୁ ନିୟୋଜିତ କରାଯାଇଥାଏ । କିନ୍ତୁ ଗଜପତି ଜିଲ୍ଲା ମୋହନା ବ୍ଲକର ବହୁ ପଞ୍ଚାୟତରେ ଜଳଛତ୍ର ଖୋଲାଯାଇଥିବା ବେଳେ ସଦର ମହକୁମା ମୋହନା ପଞ୍ଚାୟତରେ ବର୍ତ୍ତମାନ ସୁଦ୍ଧା ଜଳଛତ୍ର ଖୋଲାଯାଇନି ।  ରାତି ପାହିଲେ ବିଭିନ୍ନ ସରକାରୀ ଓ ବେସରକାରୀ କାମରେ ଶହ ଶହ ଲୋକ ଏଠାକୁ ଆସିଥାନ୍ତି । କିନ୍ତୁ ଜଳଛତ୍ର ଖୋଲା ଯାଇନଥିବା ଯୋଗୁଁ ଗରୀବ ଲୋକେ ବାଧ୍ଯ ହୋଇ ଦୋକାନରୁ ପାଣି ବୋତଲ କିଣି ଆଣି ଶୋଷ ମେଣ୍ଟାଉଛନ୍ତି । ମୋହନା ଏକ ବୃହତ୍ତମ ବ୍ଳକ ହୋଇଥିବାରୁ ଏଠାରେ ପଥଚାରୀଙ୍କୁ ପିଇବା ପାଣିର ଆବଶ୍ୟକତା ଅଧିକ ରହିଥିବାରୁ ତୁରନ୍ତ ସ୍ଥାନୀୟ ପଞ୍ଚାୟତରେ ଜଳଛତ୍ରର ବ୍ୟବସ୍ଥା କରିବା ପାଇଁ ଗ୍ରାମବାସୀ ଓ ବୁଦ୍ଧିଜୀବି ମତପ୍ରକାଶ କରିଛନ୍ତି । ଏ ସଂପର୍କରେ ମୋହନା ସରପଞ୍ଚ କହିଛନ୍ତି ଏନେଇ ପଞ୍ଚାଯତ ବୈଠକରେ ସ୍ଥିର ହେବ । ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ବଦଳି ହୋଇଯାଇଥିବା ଯୋଗୁଁ ଜଳଛତ୍ର ଖୋଲିବାରେ ବିଳମ୍ବ ହୋଇଛି । ଯଥାଶୀଘ୍ର ଖୋଲାଯିବ ।

Exit mobile version