ପୂର୍ବତନ ସାଂସଦ ତ୍ରିଲୋଚନ କାନୁନଗୋଙ୍କ ଦେହାନ୍ତ

୨୧ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଟକ ଜିଲ୍ଲା ପ୍ରତିନିଧି ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ :- ଆମ ଗହଣ ଆଉ ନାହାନ୍ତି ନିଆଳି ଗୋବିନ୍ଦପୁର ମାଟିର ପୁଅ ତଥା ଲଢୁଆ ନେତା ପୂର୍ବତନ ସାଂସଦ, ବିଧାୟକ, କଟକ ମୁନିଷପାଲିଟର ପ୍ରଥମ ଚେୟାରମ୍ୟାନ ତଥା ଅଡ଼ସପୁର ଉଦୟନାଥ ସ୍ୱୟଂ ଶାସିତ ବିଜ୍ଞାନ ଓ ବୈଷୟିୟ ମହାବିଦ୍ୟାଳୟର ପରିଚାଳନା କମିଟିର ପ୍ରତିଷ୍ଠାତା ସଭାପତି, ତ୍ରିଲୋଚନ କାନନୁଗୋ ।

ଶ୍ରୀ କାନୁନଗୋ ଅସୁସ୍ଥତା ଯୋଗୁଁ ଭୁବନେଶ୍ଵରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ । ଗୁରୁବାର ବିଳମ୍ବିତ ରାତିରେ ତାଙ୍କର ୮୩ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଏହି ଖବର ପ୍ରଚାରିତ ହେବା ମାତ୍ରେ ନିଆଳୀ କଣ୍ଟାପଡା, ଅଡ଼ସପୁର, ଗୋବିନ୍ଦପୁର, ଏବଂ ତାଙ୍କ ଜନ୍ମ ସ୍ଥାନ ବଡ଼ମୂଳେଇ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।

ସ୍ୱର୍ଗତ ତ୍ରିଲୋଚନ କାନୁନଗୋଙ୍କୁ ଭଲ ପାଉଥିବା କଟକ ସଦର, ଜଗତସିଂହପୁର, ନିଆଳୀ ନିର୍ବାଚନ ମଣ୍ଡଳୀର ଜନସାଧାରଣ ଙ୍କ ମନରେ ଦାରୁଣ ଆଘାତ ଦେଇଛି । ତାଙ୍କ ମର ଶରୀରକୁ ବିଧାନସଭା ସ୍ଥଳୀକୁ ନିଆଯିବାର କାର୍ଯ୍ୟକ୍ରମ ରହିଥିଲା ବେଳେ, ନିଜ ଜନ୍ମ ସ୍ଥାନ କଣ୍ଟାପଡା ବ୍ଲକର ବଡ଼ ମୁଳେଇ ଗ୍ରାମକୁ ଶୋଭାଯାତ୍ରାରେ ନିଆ ଯିବାର କାର୍ଯ୍ୟକ୍ରମ ରହିଛି ।

Exit mobile version