ଅଡ଼ବା ଥାନା ଅଂଚଳରେ ୬୨୨କେଜି ଗଞ୍ଜେଇ ସହ ମହିନ୍ଦ୍ରା ବୋଲେରୋ ପିକ ଅପ ଜବତ

୨୦ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର, ଉଦୟଗିରି :– ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଅଡବା ଥାନା ଅଂଚଳରେ ଆଜି ଅଧିକାରୀ ମାନେ ପେଟ୍ରୋଲିଂ କରିବା ସମୟରେ ମହାପଦର ଠାରୁ ରୁମେଶ ପାରମାଗୁଡା ଦେଇ ନଳ । ଘାଟ ଆସୁଥିବା ସମୟରେ ଏକ ବୋଲେରୋ ଗାଡି ସନ୍ଦେହ ଜନକ ଭାବେ ଆସି ଦ୍ରୁତ ଗତିରେ ଯିବାକୁ ଚେଷ୍ଟା କଲା ବେଳେ ସ୍ଥାନୀୟ ଏସ. ଆଇ. ଲକ୍ଷଣ ବେସରା ଙ୍କ ସହ ତାଙ୍କ କର୍ମଚାରୀ ଅଟକାଇ ତଦନ୍ତ କରିବାରୁ ସେଥିରେ ଯାଉଥିବା ୬୨୨କେଜି ୨୦୦ଗ୍ରାମ ଗଞ୍ଜେଇ ଥିବା ଦେଖିବାକୁ ମିଳିଥିଲା ।ସ୍ତାନୀୟ ଅଧିକାରୀ ମାନେ ଗାଡି ସହ ଦୁଇ ଆସାମୀ ଛେଳିଗଡ଼ ଖ୍ରୀଷ୍ଟିଆନ ସାହିର ରଞ୍ଜନ ପରିଛା ଏବଂ ସୁଶୀଲ ଲିମା ବୋଲି ଜଣାପଡିଛି । ଦୁହିଁଙ୍କ ପୋଲିସ ଗିରଫ କରି ତଦନ୍ତ କରୁଥିବା ଥାନା ଅଧିକାରୀ ସୁଭ୍ରାନ୍ତ ପଣ୍ଡା ପ୍ରକାଶ କରିବା ସହ ଥାନା କେସ ନମ୍ବର ୬୨/୨୩ପ୍ରକାରେ କେସ ରୁଜୁ କରିଥିବା ଦେଖିବାକୁ ମିଳିଛି । ଗଜପତି ଏସ. ପି. ଏସ. ସ୍ୱାତୀ କୁମାରୀଙ୍କ କଡା ନିର୍ଦେଶ ପ୍ରକାରେ ପୋଲିସ ଘନ ଘନ ପେଟ୍ରୋଲିଂ କରି ଗଞ୍ଜେଇ ମାଫିଆଙ୍କ ଧରିବାରେ ସକ୍ଷମ ହେଉଥିବା ଜଣାପଡିଛି ।

Exit mobile version