ମୋହନା ପୋଲିସ ଆସାମୀ ସହ ଗଞ୍ଜେଇ ଜବତ କରି କୋର୍ଟ ଚାଲାଣ କଲେ

୨୦ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ଗଜପତି ଜିଲ୍ଲାର ମୋହନା ବ୍ଲକ ଗଞ୍ଜେଇ ଚାଲାଣ ର ପେଣ୍ଠ ସ୍ଥଳ କହିଲେ ଭୁଲ ହେବନି । ଦୈନିକ କିଛି ନା କିଛି ବ୍ୟକ୍ତି ଚୋରା ଚାଲାଣ କରି ଧରା ପଡି ଜେଲ ରେ ସଡୁ ଥିବା ବେଳେ କେତକ ପୋଲିସ କୁ ଚକମା ଦେଇ ଯାଉଥିବା ଶୁଣିବାକୁ ମିଳୁଛି । ସେହିପରି ଆଜି ସକାଳୁ ପୋଲିସ ପେଟ୍ରୋଲିଂ କରିବା ସମୟରେ ଜଣେ ବ୍ୟକ୍ତି ଗୋଟିଏ ଜରି ଅଖାରେ ସନ୍ଧେହ ଜନକ ଅବସ୍ଥାରେ ଯାଉଥିବା ବେଳେ ପୋଲିସ ହାତରେ ଧରା ପଡିଛି ।ଯାହାର ନାମ ସୀମା ରାଇକା ଘର ଅଡ଼ବା ଥାନା ଅନ୍ତର୍ଗତ ମୁଠାଗୁଡା ଗ୍ରାମରେ ବୋଲି ତଦନ୍ତରେ ଜଣାପଡିଛି । ଅଭିଯୁକ୍ତ ଙ୍କ ଠାରୁ ୨୩କେଜି ୯୦୦ଗ୍ରାମ ଗଞ୍ଜେଇ ସହ ଗୋଟିଏ ମୋବାଇଲ ଏବଂ ଦୁଇ ଶହ ଟଙ୍କା ଜବତ କରି ତଦନ୍ତ ଚାଲୁ ରହିଥିବା ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ଙ୍କ ଠାରୁ ପ୍ରକାଶ ।

Exit mobile version