୨୦ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୂଆଗାଁ :- ନୂଆଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସଭାଗୃହରେ ପଛୁଆବର୍ଗର ଲୋକମାନଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତି ସଂକ୍ରାନ୍ତ ରେ ସର୍ଭେ ପାଇଁ ଅନ୍ତିମ ପର୍ଯ୍ୟାୟରେ ଶିବିର ଅନୁଷ୍ଠିତ ହୋଇଥିଲା । ଏଥି ପାଇଁ ୧୨୦ ଜଣ ଗଣନାକାରି ଭାବେ ଅଙ୍ଗନୱାଡ଼ି କର୍ମୀମାନଙ୍କ ସମେତ ୧୦ ଜଣ ସୁପରଭାଇଜର ଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଥିଲା । ରାଜ୍ୟରେ ଥିବା ପଛୁଆ ବର୍ଗର ଲୋକମାନଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତି ସ୍ପଷ୍ଟ ଚିତ୍ର ହାସଲ କରିବା ଏହାର ମୂଳ ଲକ୍ଷ୍ୟ । 
ଏହି କାର୍ଯ୍ୟକ୍ରମରେ ପଛୁଆ ଶ୍ରେଣୀ ବର୍ଗ ଓଡ଼ିଶା କମିଶନର ରାଜ୍ୟ ପର୍ଯ୍ୟବେକ୍ଷକ ପ୍ରଦୀପ କୁମାର ନାୟକ, ଅତିରିକ୍ତ ଜିଲ୍ଲାପାଳ ତଥା ନୋଡାଲ ଅଫିସର ବିଧାନ ଚନ୍ଦ୍ର ରାୟ ଯୋଗଦେଇ ଅଂଶଗ୍ରଣକାରୀଙ୍କ ସହ ଆଲୋକପାତ କରିଥିଲେ ଅନ୍ୟମାନଙ୍କ ମଧ୍ୟରେ ନୂଆଗାଁ ବ୍ଲକ ବିଡ଼ିଓ ସଚ୍ଚିଦାନନ୍ଦ ମିଶ୍ର, ତହସିଲଦାର ହେମନ୍ତ କୁମାର ନାୟକ, ଅତିରିକ୍ତ ତହସିଲଦାର କବିରାଜ ସେଠି, ଏବି ଡି ଓ ସ୍ବଦେଶ ରଞ୍ଜନ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ପ୍ରଶିକ୍ଷଣ ଶିବିର ସଫଳତା ର ସହ ଉଦଯାପିତ ହୋଇଯାଇଛି ।

