ସ୍ୱଛାସେବୀ ଅନୁଷ୍ଠାନ ମାନଙ୍କର ସମନ୍ବୟ ସଭା ଅନୁଷ୍ଠିତ

୨୦ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପୁରୀ :- ବିଗତ ବର୍ଷ ରେ ରଥଯାତ୍ରାରେ ସ୍ୱଛାସେବୀ ମାନଙ୍କର ସେବା ଅନନ୍ୟ ଓ ପ୍ରଶଂସନୀୟ ରହିଥିଲା । ଚଳିତ ରଥଯାତ୍ରା ରେ ମଧ ସ୍ୱଛାସେବୀ ମାନେ ଯାତ୍ରୀ ଓ ଶ୍ରଦ୍ଧାଳୁ ମାନଙ୍କୁ ଅନୁରୂପ ସେବା ଯୋଗାଇ ଦେବେ ବୋଲି ଆଶାବ୍ୟକ୍ତ କରିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା । ଆଜି ଅପରାହ୍ନରେ ଟାଉନହଲ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗାମୀ ରଥଯାତ୍ରା କୁ ଶାନ୍ତି ଶୃଙ୍ଖଳାର ସହ ସମ୍ପର୍ଣ୍ଣ ପାଇଁ ସ୍ୱଛାସେବୀ ମାନଙ୍କ ସହ ଏକ ସମନ୍ୱୟ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ବର୍ମା ରଥଯାତ୍ରା ସମୟରେ ବିବିଧ କାର୍ଯ୍ୟକୁ ସୁରୁଖୁରୁରେ ପରିଚାଳନା ପାଇଁ ସମସ୍ତ ଙ୍କ ସହଯୋଗ ଜରୁରୀ ହୋଇଥାଏ । ତେଣୁ ସ୍ୱଛାସେବୀ ଅନୁଷ୍ଠାନ ଓ କର୍ମକର୍ତ୍ତା ମାନେ ସେମାନଙ୍କ ଅନୁଭବ ଓ ଅଭିଜ୍ଞତା ରୁ ଶ୍ରୀଜୀଉଙ୍କ ଦର୍ଶନ ରେ ଆସିଥିବା ଶ୍ରଦ୍ଧାଳୁ ମାନଙ୍କୁ ବିଭିନ୍ନ ସେବା ଯୋଗାଇ ଦେବାକୁ ଅନୁରୋଧ କରିଥିଲେ । ପରେ ବିସ୍ତୃତ ଆଲୋଚନା ପରେ ପରିମଳ ବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବା, ଚିକିତ୍ସା ସହାୟତା, ଆମ୍ବୁଲାନ୍ସ ସେବା,ଷ୍ଟେଚର ସେବା,ରକ୍ତ ଦାନ, ଶବ ସତ୍କାର, ଆଶୁ ଚିକିତ୍ସା କେନ୍ଦ୍ର ସ୍ଥାପନ,ପାନୀୟ ଜଳ ଯୋଗାଣ, ଟ୍ରାଫିକ ରକ୍ଷାରେ ସହାୟତା, ଶୃଙ୍ଖଳା ରକ୍ଷା, ଜଳ ସିଚଂନ,ରାସ୍ତା ଘାଟ ପରିଷ୍କାର,ଶ୍ରୀମନ୍ଦିର, ଶ୍ରୀ ଗୁଣ୍ଡିଚା ମନ୍ଦିର, ବଡଦାଣ୍ଡ, ସମୁଦ୍ର କୂଳ ପରିଷ୍କାର, ତୀର୍ଥ ପୁଷ୍କରିଣୀ ପରିଷ୍କାର, ବଡ଼ଦାଣ୍ଡ ରୁ ବୁଲା ଗାଈଗୋରୁ ଓ ଷଣ୍ଢ କୁ ହଟାଇବା, ସୂଚନା ପ୍ରଦାନ ବ୍ୟବସ୍ଥା ଓ ଉଦ୍ଧାର କାର୍ଯ୍ୟ ଇତ୍ୟାଦି କୁ ସ୍ୱଛାସେବୀ ଅନୁଷ୍ଠାନ ମାନେ ପରିଚାଳନା କରିବେ ବୋଲି ଆଲୋଚନା କରାଗଲା । ଏହି କାର୍ଯ୍ୟ କୁ ବିଭିନ୍ନ ସବକମିଟି ଗଠନ କରାଯାଇ ବରିଷ୍ଠ ଅଧିକାରୀ ବା ନୋଡାଲ ଅଫିସର ଙ୍କ ତତ୍ତ୍ୱ।ବଧାନରେ ଯୋଜନାବଦ୍ଧ ଭାବେ କାର୍ଯ୍ୟ ସମ୍ପାଦନ କରାଯିବ ବୋଲି ସ୍ଥିର ହେଲା । ଯେଉଁ କ୍ଷେତ୍ରରେ ଯେଉଁ ସ୍ୱଛାସେବୀ ଅନୁଷ୍ଠାନ ମାନଙ୍କର ଅଭିଜ୍ଞତା ରହିଛି ସେମାନେ ସେହି କ୍ଷେତ୍ରରେ କାର୍ଯ୍ୟ କରିବେ। ପରବର୍ତ୍ତୀ ସମୟରେ ନୋଡାଲ ଅଫିସର ମାନଙ୍କ ତତ୍ୱ ।ବଧାନରେ ଏହି ଅନୁଷ୍ଠାନ ର କର୍ମକର୍ତ୍ତା ଙ୍କ ସହ ଏକାଧିକ ବୈଠକ ଆୟୋଜନ କରାଯାଇ ପୂର୍ଣ୍ଣାଙ୍ଗ ଖସଡ଼ା ପ୍ରସ୍ତୁତ ହେବ ବୋଲି ସ୍ଥିର ହେଲା ।ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ସମସ୍ତ ଙ୍କୁ ସ୍ୱାଗତ କରିବା ସହ ଏହି ପବିତ୍ର ସେବା କାର୍ଯ୍ୟ ରେ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏହି ସଭାରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ଦିଲ୍ଲୀପ କୁମାର ମହାପାତ୍ର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର,ଉପଜିଲ୍ଲାପାଳ ଭବତରଣ ସାହୁ,ପି କେ ଡି ଏ ର ସଂପାଦକ ଡଃ ଲଲାଟେନ୍ଦୁ ସାହୁ,ଏ ଡ଼ି ଏମ ଓ ଡା ବିରଜା ଶଙ୍କର ରଥ, ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ବଜିତ ଘୋଷ,ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ ଅଭିମନ୍ୟୁ ବାରିକ, ପୋଲିସ ଆର ଆଇ ଚନ୍ଦ୍ର ଶେଖର ଦାଶ ,ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା, ଅତିରିକ୍ତ ପୌର ନିର୍ବାହୀ ଅଧିକାରୀ ମନୋଜ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି ସଭାରେ ଅନ୍ୟାନ୍ୟ ବିଭାଗର ଅଧିକାରୀ ଙ୍କ ସହ ବିଭିନ୍ନ ସ୍ୱଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇ ବିବିଧ ପ୍ରସ୍ତାବ ମାନ ଦେଇଥିଲେ ।

Exit mobile version