୨୦ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଫୁଲବାଣୀ :- କନ୍ଧମାଳ ଜ଼ିଲ୍ଲା ଫୁଲବାଣୀ ସ୍ଥିତ ମାଦିକୁନ୍ଦ ରିଜର୍ଭ ପଡ଼ିଆ ଠାରେ ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ ପାତ୍ର ଙ୍କ ତତ୍ଵା ବଧାନ ରେ ପ୍ରଥମ ଥର ପାଇଁ ଜ଼ିଲ୍ଲା ରେ କର୍ତଵ୍ୟରତ ବିଭିନ୍ନ ସୁରକ୍ଷା ବାହିନୀ ମଧ୍ୟରେ ଉତ୍ତମ ବୁଝାମଣା, ସମ୍ମନୟ ଓ ଭାଇ ଚାରା ସୃଷ୍ଟି କରିବା ପାଇଁ 15-4-23 ଠାରୁ 19-4-23 ପର୍ଯ୍ୟନ୍ତ ଏକ ବ୍ରଦରହୁଡ କ୍ରିକେଟ ଟୁର୍ନାମେଣ୍ଟ ଆୟୋଜିତ କରାଯାଇଥିଲା l ଆୟୋଜିତ ଏହି କ୍ରିକେଟ ଟୁର୍ନାମେଣ୍ଟ ରେ କନ୍ଧମାଳ ପୋଲିସ ସହ, ବିଏସଏଫ, ଏସ ଏସ ବିଏନ,ସିଆର ପିଏଫ, ବିଏସଏଫ, ଡିଭିଏଫ, ହୋମଗାର୍ଡ ଓ ଆଇ ଆର ବିଏନ ଅଂଶ ଗ୍ରହଣ କରିଥିଲେ l 
ଏହି ଫାଇନାଲ ମ୍ୟାଚ ରେ ପ୍ରଥମେ ଆଇଆର ବିଏନ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ କୋଡିଏ ଓଭର ରେ 168 ରନ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲେ l ଆଇଆରବିଏନ ଦଳ ପକ୍ଷରୁ ପବିତ୍ର ସାହାଣୀ ଚିତାକର୍ଷକ ଶଟ ମାନ ଖେଳି 45 ବଲ ରେ 9 ଚୌକା ଓ 7 ଚକା ସହ 89 ରନ କରି ଦର୍ଶକଙ୍କ ମନ ଜିଁଣିଥିଲେ l ଜିତିବା ପାଇଁ 169 ରନ ପିଛା କରି ଏସଓଜି ଯବାନ ମାତ୍ର 3 ଉଇକେଟ 173 ରନ କରି ବିଜୟ ହାସଲ କରିନେଇଥିଲେ l

