ଭିଜିଲାନ୍ସ ଜାଲରେ ଡାକ୍ତର, ମୃତ୍ୟୁ ପ୍ରମାଣପତ୍ର କରିବାକୁ ନେଉଥିଲେ ୨୦ ହଜାର ଲାଞ୍ଚ

୨୦ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଯାଜପୁର :- ଭିଜିଲନ୍ସ ଜାଲରେ ଡାକ୍ତର । ଯାଜପୁର- ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ପବିତ୍ର ସେଠୀ । ୨୦ ହଜାର ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଖବର ଅନୁଯାୟୀ, ମୃତ୍ୟୁ ପ୍ରମାଣପତ୍ର କରାଇଦେବାକୁ ଜଣେ ବ୍ୟକ୍ତିଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଏହି ସମୟରେ ପୂର୍ବରୁ ସୂଚନା ପାଇଁ ଚଢାଉ କରିଥିଲା ଭିଜିଲାନ୍ସ । ଯାଜପୁର ଦାନଗଦି ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ପବିତ୍ର ସେଠୀ ଲାଞ୍ଚ  ନେଉଥିବା ବେଳେ କାବୁ କରିଛି ଭିଜିଲାନ୍ସ । ଡାକ୍ତରଙ୍କ ସହ ସିକ୍ୟୁରିଟି ଗାର୍ଡ ଅଭିରାମ କାଣ୍ଡି ମଧ୍ୟ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।

Exit mobile version