୧୯ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନ :- ଭୁବନ ବ୍ଲକ ଅନ୍ତର୍ଗତ ଅନଳ ଗ୍ରାମରେ ଗତ ୧୮ ତାରିଖ ମଙ୍ଗଳବାର ସନ୍ଧ୍ୟାରୁ ଆରମ୍ଭ ହୋଇଥିବାଭୁବନ ମଣ୍ଡଳ ର ୨୯ ତମ ପାଲା ଗାୟକ ସମ୍ମିଳନୀ ଗତକାଲି ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି l ଢେଙ୍କାନାଳ ଜିଲ୍ଲା କଳା ସଂସ୍କୃତି ବିଭାଗ ଅଧ୍ୟକ୍ଷ ଅଶୋକ କୁମାର ସାମଲ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଢେ଼ଙ୍କାନାଳ ଜିଲ୍ଲା ନିଖିଳ ଉତ୍କଳ ପାଲା ଗାୟକ ସଂଘ ସଭାପତି ସୁରେନ୍ଦ୍ର କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ l 
ସମ୍ମାନୀତ ଅତିଥି ଭାବେ ଭୁବନ ବ୍ଲକ ୨ ନମ୍ବର ଜୋନ ଜିଲ୍ଲାପରିଷଦ ସଭ୍ୟ ରମେଶ ଚନ୍ଦ୍ର ସାହୁ, ଧଳପଡ଼ା ସରପଞ୍ଚ ଶ୍ରୀନିବାସ ବେହେରା, ଭୁବନ ବ୍ଲକ ପାଲା ଗାୟକ ସଂଘ ସଭାପତି ଯୋଗିନାଥ ନାୟକ ପ୍ରମୁଖ ଯୋଗଦେଇ ଅନଳ ଗ୍ରାମର ପାଲା ଗାୟକ ଗଦାଧର ପୃଷ୍ଟି ,ମୃଦଙ୍ଗ ବାଦକ ଫକୀର ମୋହନ ନାୟକ,ପଳାଶ ପିଠିଆ ଗ୍ରାମର ସଙ୍ଗୀତକାର ମଦନ ମୋହନ କୁଆଁର ,
