ଭୁବନେଶ୍ୱର କଳିଙ୍ଗଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ଓଡ଼ିଶା ଦକ୍ଷତା ସମ୍ମିଳନୀରେ ଗଜପତିଜିଲ୍ଲାରୁ ୫୦ଜଣ ଯୋଗଦାନ

୧୯ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :- ଓଡ଼ିଶା ଦକ୍ଷତା ସମ୍ମିଳନୀ -୨୦୨୩ ତା ୨୦ ରିଖରୁ ୨୨ ରିଖପଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମ୍, ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେଉଥିବା କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାରୁ ସ୍ଵତନ୍ତ୍ର ବସ ଯୋଗେ ୫୦ ଜଣ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଜିଲ୍ଲାସ୍ତରୟ ଅଧିକାରୀ ଓଡ଼ିଶାଦକ୍ଷତାସମ୍ମିଳନୀରେ ଯୋଗ ଦେବାକୁ ଯାଉଛନ୍ତି । ଆଜିଜିଲ୍ଲାପାଳଙ୍କକାର୍ଯ୍ୟଳୟ ଠାରେ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ସବୁଜ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ ।ଜିଲ୍ଲାର ୫୦ ଜଣଙ୍କ ମଧ୍ୟରୁ ୩୦ ଜଣ ଆଇଟିଆଇ, ପଲିଟେକ୍‌ନିକ୍‌ ଓ ବିଭିନ୍ନ ସ୍କୁଲର ଛାତ୍ର ଛାତ୍ରୀ ମାନେ ରହିଛନ୍ତି । ସେଥିମଧ୍ୟରୁ ୧୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଓ ୧୦ ଜଣ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗଦେବାକୁ ଯାଉଛନ୍ତି । ଏହି ଅବସରରେ ପିଏ ଆଇଟିଡିଏ ଶ୍ରୀ ଫାଲଗୁନୀ ମାଝୀ, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ରଥ, ଜିଲ୍ଲା ନିୟୋଜନ ବିଭାଗୀୟ ଅଧିକାରୀ ଶ୍ରୀ ସୌଭାଗ୍ୟ ସ୍ମୁତି ରଞ୍ଜନ ତ୍ରିପାଠୀ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀଙ୍କ ସମେତ ଦକ୍ଷତା ବିକାଶ ପ୍ରାଧିକରଣ ବିଭାଗୀୟର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version