କୋରଡ଼ା ଲଙ୍କାପୋଡି ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ରେ ଯୋଗଦେଲେ – ଦଶପଲ୍ଲା ବିଧାୟକ

୧୯ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ କୋରଡ଼ା ପଞ୍ଚାୟତ କୋରଡ଼ା ରେ କୋରଡ଼ା ଗଡ ଲଙ୍କାପୋଡ଼ି ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ଯୁବ ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇ ରାମ ଦେବେ ଆଜି ଅଗ୍ନି ପରୀକ୍ଷା ମଞ୍ଚସ୍ଥ ହେବାକୁ ଥିବା ସାମାଜିକ ନାଟକ କୁ ଉଦଘାଟନ କରିଥିଲେ । ତତ୍ ସହିତ ଏଭଳି କାର୍ଯ୍ୟକ୍ରମ କୁ ପ୍ରଶଂସା କରିବା ସହ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ହେବା ଦ୍ବାରା କିପରି କଳା, ଐତିହ୍ୟ,ସଂସ୍କୃତି ଲୋକଲୋଚନକୁ ଆସିଥାଏ ଏବଂ ପରସ୍ପର ମଧ୍ୟରେ ଭାତୃଭାବ ସୃଷ୍ଟି ହୋଇଥାଏ ସେ ଉପରେ ବର୍ଣ୍ଣନା କରିଥିଲେ । ସମ୍ମାନୀତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା,ସରପଞ୍ଚ ନିରୁପମା ପାତ୍ର,କୋରଡ଼ା ଗ୍ରାମ ସଭାପତି ପ୍ରମୋଦ କୁମାର ଦାସ,ମହୋତ୍ସବ କମିଟି ସଭାପତି ଗୋଲଖ ବିହାରୀ ଗୋଚ୍ଛାୟତ,ସଂଯୋଜକ ବିଜୟ କୁମାର ଦାସ,ନାଟ୍ୟ ନିର୍ଦ୍ଦେଶକ ବ୍ରଜ କିଶୋର ସାହୁ ପ୍ରମୁଖ ଯୋଗ ଦେଇଥିଲେ । କୋରଡ଼ା ଗ୍ରାମ କଳାକାର ମାନଙ୍କ ଦ୍ଵାରା ରାମ ଦେବେ ଆଜି ଅଗ୍ନି ପରୀକ୍ଷା ସାମାଜିକ ନାଟକ ମଞ୍ଚସ୍ଥ ହୋଇଥିଲା । ଏହି କାର୍ଯ୍ୟକ୍ରମ ଦେଖିବା ପାଇଁ ଶହ ଶହ ଲୋକଙ୍କ ସମାଗମ ହୋଇଥିଲା ।

Exit mobile version