ପରିସ୍ରା ଗାର ଅଚଳ କୁ ନେଇ ପୌରପ୍ରଶାସନ ଉପରେ ଅସନ୍ତୋଷ ବ୍ୟକ୍ତ କଲେ ସହର ବାସି

ସ୍ୱଚ୍ଛତା ଉପରେ ସରକାର ଡିଣ୍ଡିମ ପିଟୁଥିବା ବେଳେ ଏହାର ନଗ୍ନ ଚିତ୍ର ଏଠାରେ ଦେଖିବା କୁ ମିଳୁଛି l

୨୦ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଫୁଲବାଣୀ :- ଦୀର୍ଘ ଦିନ ହେବ ଫୁଲବାଣୀ ସହର ର ମୁଖ୍ୟ ପରିବାର ମାର୍କେଟ ସ୍ଥିତ ପରିସ୍ରା ଗାର ଅଚଳ ହୋଇ ରହିଥିବା ରୁ ସହର ବାସି ବହୁତ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ସ୍ଥାନୀୟ ବ୍ୟବସାୟୀ ମାନଙ୍କ କହିବାନୁସାରେ ଦୀର୍ଘ ଦିନ ହେବ ଏହି ପରିସ୍ରା ଗାର ଅଚଳ ହୋଇ ପଡ଼ିରହିଛି l ଜ଼ିଲ୍ଲା ପ୍ରଶାସନ ଓ ପୌର ପ୍ରଶାସନ କୁ ବାରମ୍ବାର ଲିଖିତ ଅଭିଯୋଗ କଲେ ମଧ୍ୟ କୋୖଣସି ପ୍ରକାର ବିହିତ ପଦେକ୍ଷେପ. ନେଉନଥିବା. ଜନ ସାଧାରଣରେ. ଅଭିଯୋଗ ହେଉଥିବାର ନଜିର ରହିଛି l ଯାହା ଫଳରେ ଏଠାରେ ନିର୍ଭର ରଖୁଥିବା ଲଷ୍ମୀମାର୍କେଟ, ସୁପର ମାର୍କେଟ, ଗଣେଶ ବଜାର ର ବ୍ୟବସାୟୀ ଓ ବାହାରୁ ଆସୁଥିବା ଜନସାଧାରଣ ମୁଖ୍ୟତଃ. ମହିଳା ମାନେ ପରିସ୍ରା ଯିବା ପାଇଁ ନାନା . ଅସୁବିଧା ର. ସମ୍ମୁଖୀନ ହେଉଛନ୍ତି l ସ୍ୱଚ୍ଛତା ଉପରେ ସରକାର ଡିଣ୍ଡିମ ପିଟୁଥିବା ବେଳେ ଏହାର ନଗ୍ନ ଚିତ୍ର ଏଠାରେ ଦେଖିବା କୁ ମିଳୁଛି l ଦୀର୍ଘ ଦିନ ଧରି ଏହି ପରିସ୍ରା ଗାରରେ ତାଲା ଝୁଲରହୁଛି l ଯଦି ଓ ଜନସାଧାରଣ ଙ୍କ ହିତ ନିମନ୍ତେ ଏହି ପରିସ୍ରା ଗାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏହି ପରିସ୍ରା ଗାର ତିଆରି କରାଗଲା ତାହେଲେ କାର୍ଯ୍ୟ କାରି କାହିଁକି ହେଉନି, ସହର ବୁଦ୍ଧିଜୀବୀ ମହଲ ରେ ପ୍ରଶ୍ନ ବାଚୀ ସୃଷ୍ଟି କରିଛନ୍ତି lଏହି ପରିସ୍ରା ଗାର ର ରିମୋଡେଲିଙ୍ଗ ପାଇଁ ପୌର ପ୍ରଶାସନ ବାରମ୍ବାର ପ୍ରତିଶୃତି ଦେଉଥିଲେ ସୁଦ୍ଧା କାର୍ଯ୍ୟ ରେ ତାହା କରିଦେଖାଉନାହାନ୍ତି ନାହିଁ l ଯାହାରୀ ଫଳରେ ପୌର ପ୍ରଶାସନ କଥା ଦେଇ କଥା ରଖି ପାରୁନ ଥିବା କଥା ସହର ବାସି ବହୁତ ଦୁଃଖ ର ସହ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି l ବାକିରହିଲା ଜ଼ିଲ୍ଲା ପ୍ରଶାସନ ଓ ପୌର ପ୍ରଶାସନ ଜନସାଧାରଣ ଙ୍କ ପରିସ୍ରା ନିମନ୍ତେ ବ୍ୟବହାର ହେଉଥିବା ଏହି ପରିସ୍ରାଗାର ର ରକ୍ଷଣ ବେକ୍ଷଣା କେବେ କରୁଛନ୍ତି l 

 

Exit mobile version