ଅନନ୍ୟା ମେଧା ପ୍ରତିଭା : ଆଦର୍ଶ ଛାତ୍ରୀ ବାଲୁଗାଁର ଦୀପ୍ତି ସାହୁ

୯ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବାଲୁଗାଁ :- ଏକଦା ଉତ୍କଳର କଥା,ଗାଥା, ପରମ୍ପରା,ଜନସମାଜ,ଶିକ୍ଷା,ଶାସନ ତନ୍ତ୍ର,ଶିଳ୍ପ,ବାଣିଜ୍ୟ ଓ ରାଜନୀତି ଆଦି ସାମାଜିକ ବିକାଶର ଅନୁଭବ ସ୍ତରରେ ଦ୍ୱିଗୁଣିତ ହେଉଥିଲା,ଠିକ୍ ସେହି ସମୟରେ ବିଦେଶୀ ବା ଅଣଓଡ଼ିଆ ମାନଙ୍କର କୃର ଚକ୍ରାନ୍ତ, ଓଡ଼ିଆ ଭାଷା ଓ ସାହିତ୍ୟ ସଂସ୍କୃତିର ବିଲୋପ ଦିଗରେ ହୀନ ଚେଷ୍ଟା ଚାଲିଥିଲା ସେହି ସନ୍ଧିକ୍ଷଣରେ ଅନେକ ଯୋଗଜନ୍ମା,ସାରସ୍ବତ ବରେଣ୍ୟ ସାଧକ ନିଜର ପ୍ରଚେଷ୍ଟା ବଳରେ ଓଡ଼ିଆର ସ୍ଵତନ୍ତ୍ରତା ପାଇଁ ସ୍ଵର ଉତ୍ତୋଳନ କରି ଭାଷା ଓ ଜାତିକୁ ବଞ୍ଚାଇଥିଲେ । ଆଜି ଆମ ଗହଣରେ ମଧ୍ୟ ଅନେକ ନବୀନ ପ୍ରବୀଣ ପ୍ରତିଭା ଅଛନ୍ତି ଯେଉଁ ମାନେ ସେହି ମହା ମାନବଙ୍କ ପ୍ରେରଣାରେ ଉଦବୁଦ୍ଧ ହୋଇ ଆମ ଭାଷା ଆଉ ସାହିତ୍ୟକୁ ଭଲପାଇ ଏଥିରେ ପିଲାଦିନୁ ନିଜର ରୁଚି ରଖି ଆଜି ସମାଜ ଆଗରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି ସେଇଭଳି ମେଧା ପ୍ରତିଭା,କବି,ଚିତ୍ରଶିଳ୍ପୀ ହେଉଛନ୍ତି ଦୀପ୍ତି ସାହୁ ।ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ସୁବୁଦ୍ଧି ପାଟଣା ଗ୍ରାମର ପିତା ବସନ୍ତ କୁମାର ସାହୁ ଓ ମାଆ ଛବି ସାହୁଙ୍କ କନିଷ୍ଠ କନ୍ୟା ଦୀପ୍ତି ୨୦୦୪ ମସିହାରେ ଜନ୍ମ ଗ୍ରହଣ କରିଛନ୍ତି । ଚିଲିକା ସରକାରୀ ଉଚ୍ଚ ବିଦ୍ୟାଳୟ ବରକୂଳରୁ ମାଟ୍ରିକ ପାସ୍ ପରେ ଅଧୁନା ବାଲୁଗାଁ କଲେଜର ଯୁକ୍ତ ୩ କଳା ବିଭାଗର ଛାତ୍ରୀ । ସେ ଭଲ ପାଠ ପଢିବା ସହିତ ଗୀତ ଗାଇବା,ନୃତ୍ୟ ପରିବେଷଣ,ବକ୍ତୃତା ପ୍ରଦାନ,କବିତା ଲେଖିବା ଓ ଭଲ ଚିତ୍ରାଙ୍କନ କରି ନିଜର କଳା ପ୍ରତିଭାକୁ ବିଭିନ୍ନ ଜାଗାରେ ପରିବେଷଣ କରି ଖୁବ୍ କୃତିତ୍ୱ ଅର୍ଜନ କରିଛନ୍ତି । ଯେତେବେଳେ ସେ ବଡକୂଳ ପ୍ରାଥମିକ ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀରେ ଅଧ୍ୟୟନ କରୁଥିଲେ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ସଙ୍ଗୀତ ପତିଯୋଗିତାରେ ପ୍ରଥମ ସ୍ଥାନ,ନବମ ଶ୍ରେଣୀରେ ସିନିୟର ଜୁବ୍ଲି ଏଯେୟାଇସି କ୍ଲବର ଆୟୋଜିତ ପରେ ବ୍ଲକସ୍ତରୀୟ,ଜିଲ୍ଲା ସ୍ତରୀୟ ଓ ହାଇସ୍କୁଲର ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇ ସଫଳତା ହାସଲ କରିଛନ୍ତି । ବିଗତ ଦିନରେ ନିଜ ଗ୍ରାମ ନିକଟସ୍ଥ ଓଡ଼ି ଆର୍ଟ ସେଣ୍ଟର ପରିସରରେ ଆୟୋଜିତ କାଣ୍ଣୀଭାଲ ଉତ୍ସବରେ ଭାଗ ନେଇ ନୃତ୍ୟ ପରିବେଷଣ କରି ସେଠାରେ ମଧ୍ୟ ପ୍ରଥମ ସ୍ଥାନ ଅଧିକାର କରିପାରିଛନ୍ତି । ବାଲୁଗାଁ କଲେଜରେ ୬୭ ତମ ବନ୍ୟଜନ୍ତୁ ସପ୍ତାହ କାର୍ଯ୍ୟକ୍ରମରେ ଇଂରାଜୀରେ ବକ୍ତୃତା ପ୍ରଦାନ କରି ସେଠାରେ ମଧ୍ୟ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଗ୍ରାମାଞ୍ଚଳ ରେ ରହି ମଧ୍ୟ ନିଜର ଦୃଢ଼ ଏକ ନିଷ୍ଟ ସାଧନା ବଳରେ ସେ ଅନେକ ସଫଳତାକୁ ଆପଣେଇ ପାରିଛନ୍ତି ଏହା ସମସ୍ତଙ୍କ ପାଇଁ ପ୍ରେରଣା ଓ ଆଗକୁ ବଢାଇବାର ଆହ୍ବାନ । ଦୀପ୍ତିଙ୍କ ଏହି ସଫଳତାର ଶ୍ରେୟ ତାଙ୍କ ବାପା ମାଆଙ୍କ ସମେତ ବଡ଼ ଭଉଣୀ ଲକ୍ଷ୍ମୀପ୍ରିୟା ସାନ ଭାଇ ସୋମନାଥଙ୍କୁ ମଣିଛନ୍ତି । ଆଗାମୀ ଦିନରେ ରାଜ୍ୟ ତଥା ଅନ୍ତଜାତୀୟ ସ୍ଥରରେ ନିଜ ପାଖରେ ରହିଥିବା କଳା ଗୁଡ଼ିକ ପ୍ରଦର୍ଶନ କରି ଗୈାରବ ଆଣିବା ତାଙ୍କର ଲକ୍ଷ୍ୟ ବୋଲି ଦୀପ୍ତି ଦୃଢ ମନୋବଳ ପୋଷଣ କରିବା ସହ ଭବିଷ୍ୟତରେ ଓଏଏସ୍ ହେବାର ସ୍ବପ୍ନ ରଖିଛନ୍ତି । ଏହି ବହୁମୁଖି ପ୍ରତିଭାଙ୍କ ସ୍ବପ୍ନ ସଫଳ ହେଉ ସେ କଳା ଦିଗରେ ଆହୁରି ଉନ୍ନତି କରନ୍ତୁ ଏଟିକି ପାର୍ଥନା ।

Exit mobile version