ଭୁବନ ବ୍ଲକ : ଅନଳ ରେ ୨୯ ତମ ପାଲା ଗାୟକ ସମ୍ମିଳନୀ ଉଦଘାଟିତ

୯ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନ :- ଭୁବନ ବ୍ଲକ ଅନ୍ତର୍ଗତ ଅନଳ ଗ୍ରାମରେ ଭୁବନ ମଣ୍ଡଳ ର ୨୯ ତମ ପାଲା ଗାୟକ ସମ୍ମିଳନୀ ଗତକାଲି ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି l ଢେଙ୍କାନାଳ ଜିଲ୍ଲା କଳା ସଂସ୍କୃତି ବିଭାଗ ଅଧ୍ୟକ୍ଷ ଅଶୋକ କୁମାର ସାମଲ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ କଳା ସଂସ୍କୃତି ବିଭାଗ ରାଜ୍ୟ ଉପସଭାପତି ଅବନୀ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ lସମ୍ମାନିତ ଅତିଥି ଭାବେ ନିଖିଳ ଉତ୍କଳ ପାଲା ସଂଘ ସଭାପତି ଦୁର୍ଗା ଚରଣ ମିଶ୍ର , ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଦସ୍ୟ ଭଗବାନ ଗୁରୁ,୨ ନମ୍ବର ଜୋନ ଜିଲ୍ଲାପରିଷଦ ସଭ୍ୟ ରମେଶ ଚନ୍ଦ୍ର ସାହୁ, ଧଳପଡ଼ା ସରପଞ୍ଚ ଶ୍ରୀନିବାସ ବେହେରା, ଓଡ଼ିଶା ସରପଞ୍ଚ ମୋହନ ମହନ୍ତ ,ବାରୁଆଁ ସରପଞ୍ଚ ପ୍ରତିନିଧି ବିନୋଦ ସାହୁ ପ୍ରମୁଖ ଯୋଗଦେଇଥିଲେ l ଅନଳ ଗ୍ରାମବାସୀଙ୍କ ଦ୍ବାରା ଏଭଳି ଆୟୋଜନ କୁ ଅତିଥି ମାନେ ଉଚ୍ଚ ପ୍ରଶଂସା କରିଥିଲେ l ପାଲା ଦେଖିବାକୁ ସହସ୍ରାଧିକ ଲୋକ ଯୋଗଦେଇଥିଲେ l

Exit mobile version