Home ଓଡ଼ିଶା ଗଜପତି ଜିଲ୍ଲା ଗୋଷାଣୀ ପଞ୍ଚାୟତ ସମିତି ର ସପ୍ତମ ବୈଠକ ଅନୁଷ୍ଠିତ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୧୮ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଗୋଷାଣି ପଞ୍ଚାୟତ ସମିତିର ୭ମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗୋଶାଣୀବ୍ଲକ ଅଧ୍ୟକ୍ଷ ଏନ୍.ବୀରରାଜୁ ଙ୍କସଭାପତିତ୍ୱରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲାଏହିବୈଠକରେ ଗୋଷାଣି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନୀଳମାଧମ ମାଝୀ, ବ୍ଲକ ଉପାଧ୍ୟକ୍ଷ ଏସ୍.ଅନୁସୂୟା ଦେବୀ, ଜିଲ୍ଲା ପରିଷଦ ସଭ୍ୟ ଏସ୍.ବାଲାରାଜୁ, ସାଂସଦ ପ୍ରତିନିଧି ଏସ୍.ଲିଙ୍ଗରାଜ୍ ତହସିଲଦାର ନାରାୟଣ ବେହେରା ଏବଂ ବ୍ଲକର ସମସ୍ତ ସରପଞ୍ଚ ଏବଂ ସମିତି ସଭ୍ୟସଭ୍ୟା, ବିଭାଗୀୟ ଅଧିକାରୀ, ବ୍ଲକର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ସାଂସଦ ପ୍ରତିନିଧି ଏସ. ଲିଙ୍ଗରାଜ ଆମ୍ଭୁଲେନ୍ସ ସେବା,ବିଭିନ୍ନପଞ୍ଚାୟତରେ ବିଦ୍ୟୁତବ୍ୟବସ୍ଥା ,ପାନୀୟଜଳ ଯୋଗାଣ ,ଡାକ୍ତର ନିର୍ଯୁକ୍ତି ଉପରେ ଗୁରୁତ୍ୱ ଦେଇ କିପରି ତୁରନ୍ତ ପଦକ୍ଷେପ ନିଆଯିବ ଓ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରାଯିବ ତାହା ପାଇଁପରାମର୍ଶଦେଇଥିଲେ । ଏହି ବୈଠକରେ କୃଷି, କ୍ଷୁଦ୍ର ଜଳସେନ, ଶିକ୍ଷା, ଉନ୍ନୟନ କାମ, ଗ୍ରାମ୍ୟ ଉନ୍ନୟନ ବିଭାଗ, ପାନୀୟ ଜଳ, ସ୍ୱାସ୍ଥ୍ୟ, ବିଦ୍ୟୁତ, ପୂର୍ତ୍ତ ବିଭାଗ, ରାଜସ୍ୱ ବିଭାଗ, ଜଳ ବିଭାଜିକା ମୃତିକା ସଂରକ୍ଷଣ, ଜଙ୍ଗଲ ଓ ପରିବେଶ, ପଶୁ ପାଳନ, ମହିଳା ଓ ଶିଶୁ ବିଭାଗ, ଖାଉଟି ଓ ଯୋଗାଣ ବିଭାଗ, ମତ୍ସ୍ୟ ବିଭାଗ ସହ ଅନ୍ୟାନ୍ୟ ବିଷୟକୁ ନେଇ ଆଲୋଚନା ଓ ସମୀକ୍ଷା କରାଯାଇଥିଲା ବିଭାଗୀୟ ସ୍ତରୀୟ ସମୀକ୍ଷା ବେଳେ କେତେକ ବିଷୟକୁ ନେଇ ସରପଞ୍ଚ ଓ ସମିତି ମାନେ କ୍ଷୁବ୍ଧ ପ୍ରକାଶ କରିଥିବାର ଦେଖିବାକୁ ମିଳିଥିଲା । ସେହିପରି ଅସମ୍ପୂର୍ଣ୍ଣ କାମ ଗୁଡିକୁ ଶେଷ କରିବା, ବିଶେଷ କରି ଗ୍ରୀଷ୍ମ ଋତୁରେ ପାନୀୟ ଜଳ ସମସ୍ୟା ପ୍ରତି ତୁରନ୍ତ ସମାଧାନ କରିବା, ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟକର୍ମଚାରୀ ତଥା ଡାକ୍ତରଙ୍କ ଉପସ୍ଥିତ ରହିବା ଆଦି ସମ୍ପର୍କରେ ପରାମର୍ଶ ଦିଆଯାଇଥିଲା । ଯେପରି ଆଗାମି ବୈଠକରେ ସମସ୍ୟା ଗୁଡିକର ସମାଧାନ ହୁଏ ସେଥିପ୍ରତି ଯତ୍ନବାନ ହେବାକୁ ବିଡିଓ ଶ୍ରୀ ମାଝୀ ସମ୍ପୃକ୍ତ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ବ୍ଲକର ଭାରପ୍ରାପ୍ତ ଜିପିଇଓ ବିନୋଦ ଗୌଡ ପରିଚାଳନା କରିଥିବା ବେଳେ ଉନ୍ନୟନ କାମ ଗୁଡିକର ସବିଶେଷ ବିବରଣୀ ବ୍ଲକ ଉପନିର୍ବାହୀ ଯନ୍ତ୍ରୀ ନିହାର ନାୟକ ପଠନ କରିଥିଲେ । ପରିଶେଷରେ ଭାରପ୍ରାପ୍ତ ଗ୍ରାମ ପଞ୍ଚାୟତ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ। Categories: ଓଡ଼ିଶା, ଗଜପତି, ହୋମ୍ Related Content ପରମାନନ୍ଦ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ପ୍ରୀତମ ରଞ୍ଜନ ସ୍ୱାଇଁଙ୍କୁ ନେଇ ଚର୍ଚ୍ଚା by Proprietor Abhimanyu Maharana October 14, 2026 ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ୨୦୨୬ ଅନୁଷ୍ଠିତ ହୋଇଛି by Proprietor Abhimanyu Maharana October 14, 2026 ଜନ ଅଭିଯୋଗ ଶୁଣାଣି ପରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ପରିଦର୍ଶନ କଲେ ସୂଚିତ ଜାତି ଓ ଜନଜାତି ଉଚ୍ଚ ବିଦ୍ୟାଳୟ by Proprietor Abhimanyu Maharana October 14, 2026 ସୁରଭି ମଞ୍ଚରେ ଝଲସିଲା ଛାତ୍ରଛାତ୍ରୀଙ୍କ ପ୍ରତିଭା : ୪ଟି ବର୍ଗରେ ୩୬ ପ୍ରତିଯୋଗିତା ଆୟୋଜିତ by Proprietor Abhimanyu Maharana October 13, 2026 ଚୋରି ଓ ଅପରାଧର ଖିଅ ଖୋଜିବ ସିସିଟିଭି ! by Proprietor Abhimanyu Maharana October 13, 2026 କନ୍ଧମାଳଜିଲ୍ଲା ସ୍ତରୀୟ ୨ୟ ଚେସ ଖେଳ ପ୍ରତିଯୋଗିତା by Proprietor Abhimanyu Maharana October 13, 2026