ହରିଶଙ୍କର ରେ ଅଖିଳ ଭାରତ ଗ୍ରାମିଣ ଡାକ ସେବକ ସଂଘ ର ବୈଠକ

୧୮ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :- ପବିତ୍ର ପୀଠ ହରିଶଙ୍କର ଠାରେ ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଂଘ ବଲାଙ୍ଗୀର ମଣ୍ଡଳ ର ଏକ ସଭା ସ୍ଥାୟୀ ସଭାପତି ସିଯୁକ୍ତ ଜୟକୃଷ୍ଣ ସହୁ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସଂଘ ସମ୍ପାଦକ ଦଶରଥ ଦାଶ ସହ ସମ୍ପାଦକ ବ୍ରହ୍ମା ବଞ୍ଛୋର୍ ମଧୁସୂଦନ ତ୍ରିପାଠୀ , ଗୋବର୍ଦ୍ଧନ ପାଣ୍ଡେ ବରିଷ୍ଟ ସଭ୍ୟ ନିରାକାର ପଣ୍ଡା ନୀଳାଦ୍ରି ଶତପଥୀ ମନୋଜ ବାଗ ବଳରାମ ବରିହା , ଗୌର ଚନ୍ଦ୍ର ମହାପାତ୍ର ଅରୁଣ ହର୍ପଲ୍ ଅନେକ ସଦସ୍ୟ ଙ୍କ ଉପସ୍ଥିତି ରେ ଜାତୀୟ ଗ୍ରାମୀଣ ଡାକ ସେବକ ସଂଘ ବଲାଙ୍ଗୀର ମଣ୍ଡଳ ର ପୂର୍ବତନ ସମ୍ପାଦକ ଶ୍ରୀଯୁକ୍ତ ଅଶୋକ କୁମାର ପାଣିଗ୍ରାହୀ ଓ ସାଥୀ ବରମ୍ ସହୁ ସହିତ ବହୁ ସଦସ୍ଯ ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଂଘ ବଲାଙ୍ଗୀର ମଣ୍ଡଳ ର ସଭ୍ୟ ଭାବରେ ସାମିଲ ହେଲେ । ଆଲୋଚନାରେ ଶ୍ରୀଯୁକ୍ତ ପାଣିଗ୍ରାହୀ ସେବକ ଙ୍କର ସମସ୍ୟା ଉପରେ ଆଲୋକ ପାତ କରି ଗୋଟିଏ ସଂଘ ରେ ରହି ଗ୍ରାମୀଣ ଡାକ ସେବକ ମାନ ଙ୍କର ସମସ୍ୟା ର ସମାଧାନ କରିପାରିବା ବୋଲି ଏକଜୁଟ ହେବାକୁ ଆହୁଅନ କରିଥିଲେ।

Exit mobile version