ଜୀବନ ସଂଘର୍ଷରେ ନାରାୟଣ,ସ୍କୁଲ୍ ବଦଳରେ ବିଛଣା ତାର ଠିକଣା

ଗଜପତି ଜିଲ୍ଲାରେ ଜଣେ ଗରିବ ଆଦିବାସୀ ଛାତ୍ରର ବଚିଂବା ପାଇଁ ଜୀବନ ସହ ସଂଘର୍ଷ କରୁଥିବା ଭଲି ଦାରୁଣ ଦୁଃଖ

୧୮ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର, ଉଦୟଗିରି :- ଆଦିବାସୀ ବହୁଳ ଗଜପତି ଜିଲ୍ଲାରେ ଜଣେ ଗରିବ ଆଦିବାସୀ ଛାତ୍ରର ବଚିଂବା ପାଇଁ ଜୀବନ ସହ ସଂଘର୍ଷ କରୁଥିବା ଭଲି ଦାରୁଣ ଦୁଃଖ ନକହିଲେ ଭଲ ଏଭଲି ଏକ ଘଟଣା ଦେଖିବାକୁ ମିଳିଛି ମୋହନା ବ୍ଳକ ଅନ୍ତର୍ଗତ ଧାଡିଆମ୍ବ ପଚାଂୟତ ପଲ୍ଲାବନ୍ଧା ଗ୍ରାମରେ । ପଲ୍ଲାବନ୍ଧା ଗ୍ରାମର ନିରଞ୍ଜନ ଦଳାଇଙ୍କ ନଅ ବର୍ଷର ପୁଅ ଅଟନ୍ତି ନାରାୟଣ । ନାରାୟଣ ଧାଡିଆମ୍ବ ସରାକରୀ ପ୍ରାଥମିକ ବିଦ୍ୟାଳର ଦ୍ୱିତୀୟ ଶ୍ରେଣୀର ଛାତ୍ର ଅଟନ୍ତି । ଗତ ଚାରି ମାସ ହେବ ଅଜଣା ରୋଗରେ ଆକ୍ରନ୍ତ ହୋଇ ଜୀବନ କାଟୁଛନ୍ତି ନାରାୟଣ । ନିରଞ୍ଜନ ଅନ୍ୟର ଜମିରେ ମୂଳ ଲାଗି ପରିବାର ପ୍ରତିପୋଷଣ କରନ୍ତି ।

ନିରଞ୍ଜନଙ୍କ ପରିବାର କହିଲେ ପତ୍ନୀ କୈକେଇଙ୍କ ସହ ଦୁଇ ପୁଅ ଓ ଗୋଟିଏ ଝିଅ । ପଲ୍ଲାବନ୍ଧା ଗ୍ରାମର ମାଟିଝାଟିରେ ତିଆରି ଆଠ ହାତର ଭଙ୍ଗାଘରେ ଜୀବନ କାଟନ୍ତି ପାଚଂ ପାଣି କୁଟୁମ୍ବ । ସବୁଠାରୁ ବଡପୁଅ ଅଟନ୍ତି ନାରାୟଣ ଗତ ଚାରି ମାସ ହେବ ଅକ୍ରାନ୍ତ ହୋଇପଡିଲେ । ବାପା ନିରଞ୍ଜନ ଓ ମାତା ବଡ କୈକେଇ ଅର୍ଜିଥିବା ସ୍ୱଳ୍ପ ସଂଚୟ ଟଙ୍କାକୁ ପୁଅ ନାରାୟଣର ଚିକିତ୍ସାରେ ଖର୍ଚ୍ଚ କରିଦେଲେ । ଏବେ ପିତା ମାତା କୁଲି ମଜୁରୀ କରି ସନ୍ତାନ ମାନଙ୍କୁ ତୁଣ୍ଡରେ ଆହାର ଦେଇ ପୁଅ ନାରାୟଣର ଚିକିତ୍ସାଭାର ବହନ କରିବା ତାଙ୍କ ପକ୍ଷରେ ସମ୍ଭବ ହୋଇପାରୁନାହିଁ । ଏଣେ ନାରାୟଣଙ୍କ ରୋଗ ଦିନକୁ ଦିନ ବଢିବାରେ ଲାଗିଛି ।

ନାରାୟଣଙ୍କ ପେଟ ଅସାଭାବିକ ଭାବେ ବଢିବା ସହ ଇଭୟ ହାତ ଓ ଗୋଡ ଫୁଲିବାକୁ ଲାଗିଛି । ନାରାୟଣଙ୍କ ପେଟରେ ପାଣି ଜମିବା ସହ ପରିଶ୍ରା ଠିକ୍ ଭାବେ ହେଉନଥିବା ଡାକ୍ତରଙ୍କ ପ୍ରାଥମିକ ଚିକିତ୍ସା ପରେ ଜଣାପଡିଥିବା କହିଛନ୍ତି ନାରାୟଣର ବାପା,ମା । ଯେଉଁ ବୟସରଙ୍କ ସାଙ୍ଗସାଥୀଙ୍କ ଗ୍ରହଣରେ ପାଠ ପଢି ହସି ବୁଲିବା କଥା ସେହି ସମୟରେ ଆଜି ନାରାୟଣ ପାଇଁ ଯନ୍ତ୍ରଣାଦାୟକ ହୋଇଛି । ବିଦ୍ୟାଳୟ ବଦଳରେ ଘର ବିଛଣା ତାର ନିତି ଦିନିଆ ଠିକଣା ହୋଇଛି । ପ୍ରତିଦିନ ସେ ଜୀବନ ସହ ସଂଘର୍ଷ କରୁଥିବା ବେଳେ କୋମଳମତି ପୁଅର ଏଭଲି ଶାରିରୀକ ଅବସ୍ଥା ଦେଖି ବାପା ମାଙ୍କ ଆଖିରୁ ମଧ୍ୟ ଆଉ ଲୁହ ଶୁଖୁନି ।

ତଥାପି ପୁଅ ଭଲ ହୋଇ ପୁଣି ପାଠ ପଢିବ ଏବଂ ମଣିଷ ହେବ ବୋଲି ମନରେ ଆଜି ବି ଆଶାର ଦୀପ ଜଳୁଛି । କିନ୍ତୁ ତାଙ୍କ ପାଖରେ ଆର୍ଥିକ ସମ୍ବଳ ନଥିବାରୁ ପୁଅକୁ ଉନ୍ନତମାନର ସହ ବଡ ଚିକିତ୍ସାଳରେ ଚିକିତ୍ସା କରିବା ସହ ପରୀକ୍ଷାନିରୀକ୍ଷା କରିବା କଳ୍ପନା ବାହାରେ ଆଉ ନାରାୟଣ ପ୍ରତିଦିନ ଜୀବନ ମରଣ ସହ ଲଢୁଛି । ବିଛଣାରେ ପଡି ରହିବା ସହ ମା କୈକେଇ ପୁଅର ଦେଖାଶୁଣା କରୁଛନ୍ତି । ପୁଅ ଆଉ ଚାଲିପାରୁନି କି ଆଖିକୁ ଭଲ ଭାବରେ ଦୁଶୁନି । ପୁଉର ଏଭଲି କଷ୍ଠକୁ ଦେଖି ବାପାମା ଆଖିରୁ ଲୁହ ଗଡାଇବାଛଡା ଅନ୍ୟ ଉପାୟ ନାହିଁ ।

ସରକାରୀ ସ୍ତରରୁ ଆର୍ଥିକ ସହାୟତା କିମ୍ବା ଉନ୍ନତମାନର ଚିକିତ୍ସା ମିଳିରେ ପୁଅର ନିଶ୍ଚିତ ଭାବେ ଭଲହୋଇଯିବ ଓ ପୁଣି ତାଙ୍କ ପରିବାରରେ ସୁଖର ଦିନ ଫେରିଆସିବ ବୋଲି ଆଶା ବାନ୍ଧିଛନ୍ତି ଆଦିବସୀ ଦମ୍ପତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ ଚନ୍ଦ୍ରଗିରି ଠାରେ ଥିବା ସଉରା ଉନ୍ନୟନ ଆଦିବାସୀ ମାନଙ୍କର ସ୍ୱାସ୍ଥ୍ୟ,ଶିକ୍ଷା,ଗମାନାଗମନ ଉନ୍ନତି ଆଣିବା ପାଇଁ ନଅ ଗୋଟି ଗ୍ରାମ ପଚାଂୟତର ୩୨ଖଣ୍ଡ ଗ୍ରାମରେ ବର୍ଷକୁ କୋଟି କୋଟି ଟଙ୍କା ଖର୍ଚ୍ଚକରି କାମ କରୁଛନ୍ତି ।

କିନ୍ତୁ ଦୁଃଖର ବିଷୟ ଯେ ପଲ୍ଲାବନ୍ଧା ସେହି ୩୨ଖଣ୍ଡ ଗ୍ରାମ ମଧ୍ୟରେ ଅସୁଥିଲେ ମଧ୍ୟ ଜନଜାତିର ଗୋଟିଏ ଗରିବ ପିଲା ଦୀର୍ଘ ୪ମାସରୁ ଅଧିକ ସମୟ ହେଲାଣି ଆଜଣା ରୋଗରେ ପିଡିତ ହେବା ଘଟଣାରେ ସଉରା ଉନ୍ନୟନ ସଂସ୍ଥା ସତ୍ୱନ୍ତ୍ର ପଦାଧିକାରୀ ବନମାଳୀ ଭୂୟାଁଙ୍କ ଦୃଷ୍ଠି ଗୋଚର ନହେବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଠି କରିଛଛି । ଆଦିବାସୀ ଛାତ୍ରର ଜୀବନ ସୁରକ୍ଷା ଓ ଉନ୍ନତ ଚିକିତ୍ସା ପ୍ରଦାନ ଦିଗରେ ପ୍ରସାଶନ ଓ ସରକାର ପଦକ୍ଷେପ ନେବକୁ ବହୁ ଆଦିବସୀ ଲୋକପ୍ରତିନିଧି ନିବେଦନ କରଛନ୍ତି ।

Exit mobile version