ସମ୍ପୂର୍ଣ ବାହ୍ୟ ଜଗତରୁ ବିଚ୍ଛିନ୍ନ ରହିଛି ଢେପ୍ରୀଗୁଡା ଗ୍ରାମ

୧୮ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ଗଜପତି ଜିଲ୍ଲା ନୂଆଗଡ ବ୍ଲକ ଅନ୍ତର୍ଗତ ଉଦୟପୁର ଗ୍ରାମ ପଞ୍ଚାୟତ ଅଧିନରେ ଥିବା ଢେପର୍ଗୁଡ଼ି ଗ୍ରାମବାସୀ ଆଜିବି ମୌଳିକ ଅଧିକାର ରୁ ବଞ୍ଚିତ । ସରକାର ବର୍ତ୍ତମାନ ଯୁଗରେ ସାଧାରଣ ଲୋକଙ୍କୁ 5G ଏବଂ ମେଟ୍ରୋ ଟ୍ରେନ ଭଳି ଉନ୍ନତ ମାନର ବ୍ୟବସ୍ଥାର ସ୍ଵପ୍ନ ଦେଖାଉଛନ୍ତି କିନ୍ତୁ ଗଜପତି ଜିଲ୍ଲା, ନୂଆଗଡ ବ୍ଲକ, ଉଦୟପୁର ପଞ୍ଚାୟତ , ଢେପ୍ରୀଗୁଡା ଗ୍ରାମ ସମ୍ପୂର୍ଣ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି l ନା ସେଠିକୁ ଯିବାକୁ ଅଛି ରାସ୍ତା ନା ଅଛି ସୁଧ ପାନୀୟ ଜଳର ବ୍ୟବସ୍ଥା l ନା ଆସିପାରିଛି ୧୦୮ ଏବଂ ୧୦୨ ଭୋଲି ଆମ୍ବୁବ୍ଲାନ୍ସ ଗାଡ଼ି lପୀଡ଼ିତ ରୋଗୀଙ୍କୁ ଲୋକେ ଖଟିୟାରେ ବୋହି ହୋଇ ମେଡ଼ିକାଲକୁ ନେଇଯାଉଥିବା ବି ଅଞ୍ଚଳବାସୀ ଅଭିଯୋଗ କରୁଛନ୍ତି l,  ଘର କହିଲେ ଭଙ୍ଗା ଗୁହାଳ ଭଳି ଘର୍ ଆବାସ ଯୋଜନାରେ ଘର ଖଣ୍ଡେ ପାଇଁ ହେଇଛନ୍ତି ବିକଳ l ରାସ୍ତା ନ ଥିବା ହେତୁ ଆସିପlରୁନି ଯାନ ବାହନ କେମିତି ବା ଆଣିବେ ସିମେଣ୍ଟ, ଲୁହା, ଉପର ଅଧିକାରୀ ମାନଙ୍କୁ କହି କହି ଥକି ପଡିଲେ ଏବଂ ଗ୍ରିଭନ୍ସବି ସ୍ଥାନୀୟ ପ୍ରଶାସନଙ୍କୁ କେତେ ଥର ଦେଇଛନ୍ତି ହେଲେ ଶେଷରେ ଆଗାମୀ ନିର୍ବାଚନର ଭୋଟ ବର୍ଜନର ନିଷ୍ପତି ନେଇଛନ୍ତି lଭୋଟ ସମୟରେ ବଡ଼ ବଡ଼ ନେତା ଗାଁକୁ ଆସି ପ୍ରତିଶ୍ରୁତି ଦେଇ ଚାଲିଯାଆନ୍ତି, କିନ୍ତୁ ନିରୀହ ସରଲ ପାହାଡିଆ ଲୋକେ ନେତା ମନ୍ତ୍ରୀଙ୍କୁ ଦେଉଥିବା ପ୍ରତିଶ୍ରୁତିକୁ ବିଶ୍ୱାସ କରି ଭୋଟ ଦେଇ ନିର୍ବାଚିତ କରିଥାନ୍ତି ନେତା ମନ୍ତ୍ରୀ ହେଲା ପରେ ଗରିବ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ଭୁଲି ଯାନ୍ତି l ଆଉ କେବେ ବି ସ୍ଥାନୀୟ ପ୍ରଶାସନଙ୍କ ପାଦ କିମ୍ବା ନିର୍ବାଚିତ ପ୍ରତିନିଧିଙ୍କ ପାଦ ଗାଁରେ ପଡେ ନାହି l  ଦୁଃଖ ଏବଂ ଲଜ୍ୟାର ବିଷୟ କି ଦେଶ ସ୍ବାଧୀନ ହୋଈ ୭୫ ବର୍ଷ ହୋଇ ଗଲେ ସୁଧା ସାଧାରଣ ଜନତା ତାଙ୍କର ମୌଳିକ ଅଧିକାରୁ ବଞ୍ଚିତ ହେଉଥିବା ଦେଖାଯାଇଛି l ସ୍ଥାନୀୟ ଅଧିକାରୀଙ୍କୁ ଗ୍ରାଉଣ୍ଡ ଜିରୋକୁ ଯାଇ ଲୋକଙ୍କ ସମସ୍ୟା ସମାଧାନ କରିବା ପାଇଁ ଆଦେଶ ଦେବାବେଳେ ଆଜି ତାର ଓଲଟା ଗଜପତି ଜିଲ୍ଲା ନୂଆଗଡ ବ୍ଲକରେ ଦେଖିବାକୁ ମିଳିଛି । ଆଗକୁ କେବଳ ଦେଖିବାକୁ ବାକି ରହିଲା କେବେ ସରକାର୍ ଏ ଗ୍ରାମକୁ ଯାଇ ସମସ୍ୟା ସମାଧାନ କରୁଛନ୍ତି ।

Exit mobile version