ଭଦ୍ରେଶ୍ୱର ଥାନା ବିରୁଦ୍ଧରେ ଆକ୍ରୋଶମୂଳକ ଖବର ପ୍ରସାରଣ କୁ ନେଇ ତାତିଲେଣି ଜନତା

୧୮ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭଦ୍ରେଶ୍ୱର :- ଭଦ୍ରେଶ୍ୱର ଫାଣ୍ଡିକୁ ନୂତନ ଥାନାର ମାନ୍ୟତା ମିଳିବା ପରେ ଆଇନ ଶଙ୍ଖଳା ପରିସ୍ଥିତି ସୁଧୁରିବା ପରେ ଅପରାଧିକ କାର୍ଯ୍ୟକଳାପ କମିକମି ଆସିଥିଲା, ଏବେ କିଛି ସ୍ୱାର୍ଥ ନ୍ୟସ୍ତ ସାମାଜିକ ଗଣମାଧ୍ୟମ ପ୍ରତିନିଧି ମାନେ ବାରମ୍ବାର ସାଧାରଣ ଘଟଣାକୁ ଅସାଧାରଣ ଘଟଣା ପରି ଆକ୍ରୋଶମୂଳକ ଖବର ପ୍ରସାରଣ କରିବା ଘଟଣା ସେମାନଙ୍କୁ ଅଡୁଆରେ ପକାଇଦେଇଛି, ଯେଉଁ ପ୍ରତିନିଧି ମାନେ ଅପରାଧିକ କାର୍ଯ୍ୟକଳାପକୁ ପ୍ରଶୟ ଦେବାପାଇଁ ଅସାମାଜିକ ବ୍ୟକ୍ତି ମାନଙ୍କ ସହ ଭିତିରି ବୁଝାବଣା କରି ଅନୀତି ଉପାୟରେ ଅର୍ଥ ଉପାର୍ଜନ କରୁଥିଲେ ସେମାନଙ୍କ ମଧ୍ୟରେ ଏବେ ଭଦ୍ରେଶ୍ୱର ଥାନା ବାବୁ ପାଚେରୀ ହୋଇ ଠିଆ ହୋଇଛନ୍ତି,

ଯାହା ସ୍ୱରୂପ ମୁନାଫା ଖୋର ପ୍ରତିନିଧି ମାନେ ଆଉ ଅବାଧରେ ଭଦ୍ରେଶ୍ୱର ଥାନାକୁ ପ୍ରବେଶ କରି ଦଲାଲି କରିବା ମାହାଙ୍ଗା ପଡିଛି, ଏପରି ସ୍ଥଳେ ଥାନା ବାବୁ ତପନ ନାୟକ ଙ୍କୁ କିଛି ଅସାମାଜିକ ପ୍ରତିନିଧି (ଯାହାଙ୍କ ନାମରେ ବିଭିନ୍ନ ଅପରାଧିକ ମାମଲା ରହିଛି) ସେମାନେ ଥାନା ବାବୁଙ୍କୁ ବଦନାମ କରିବା ପାଇଁ ବିଭିନ୍ନ ଅନୀତି ଉପାୟ ଅବଲମ୍ବନ କରି ଥାନାରେ ସମାଧାନ ହୋଇଥିବା ଘଟଣା ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ଖବର ପ୍ରସାରଣ କରି ଅର୍ଥ ଦାବି କରିବା ଘଟଣା ଏବେ ଦାଣ୍ଡରେ ପଡି ହାଟରେ ଗଡ଼ିଲାଣି,

ସମାଧାନ ପରେ ଅଧିକ ଅର୍ଥ ନଦେବାରୁ ଥାନା ବାବୁଙ୍କୁ ବଦନାମ କରିବାର ଭୟ ଦେଖାଇ ଆଠ ଜଣକ ନାମରେ ମାମଲା କରିବାରେ କିଛି ଅସାମାଜିକ ପ୍ରତିନିଧି ସଫଳ ହୋଇଥିଲେ, ହେଲେ ଅପର ପକ୍ଷଙ୍କ ଠାରୁ ଦାବି ଟଙ୍କା ନପାଇ ଏବେ ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି, ନ୍ୟାୟ ବାହାନାରେ ସମଗ୍ର ମାହାଙ୍ଗା କୁ ବଦନାମ କରିବା ଭଳି ମିଥ୍ୟା ଖବର ସାମାଜିକ ଗଣମାଧ୍ୟମରେ ପ୍ରକାଶ କରି ପୁଲିସ ଉଚ୍ଚ କତ୍ତୃପକ୍ଷଙ୍କୁ ଫେରାଦ ଦେଇ ଥାନା ବାବୁଙ୍କ ଠାରୁ ବଦଲା ନେବାକୁ ଲାଗିପଡିଛନ୍ତି,

ହେଲେ ବର୍ତ୍ତମାନ ଏହି ଘଟଣାକୁ ନେଇ ସମଗ୍ର ଭଦ୍ରେଶ୍ୱର ଅଂଚଳ ବାସୀ ମୁହଁ ଖୋଲିବା ସହ ଜଣେ ସଚୋଟ ଥାନା ଅଧିକାରୀଙ୍କ ବିରୁଦ୍ଧରେ ରଚୁଥିବା ଚକ୍ରାନ୍ତ କାରୀଙ୍କୁ ଜବାବ ଦେବା ପାଇଁ ସମୟକୁ ଅପେକ୍ଷା କରିଛନ୍ତି, ତୁରନ୍ତ ପୁଲିସ ମହାନିର୍ଦେଶକ ଓ ଗ୍ରାମାଞ୍ଚଳ ଆରକ୍ଷୀ ଅଧିକ୍ଷକ ଉକ୍ତ ସାମାଜିକ ଗଣମାଧ୍ୟମ ପ୍ରତିନିଧିଙ୍କ ବିରୁଦ୍ଧରେ ଉଚିତ ପଦକ୍ଷେପ ଗ୍ରହଣ ନକଲେ ଆସନ୍ତା ଦିନରେ ଜନସାଧାରଣ ମାନେ ଆନ୍ଦୋଳନାତ୍ମକ ପନ୍ଥା ଆପଣେଇବାକୁ ଚେତାବନୀ ଦେଇଛନ୍ତି ।

Exit mobile version