ନିଖିଳ ଓଡ଼ିଶା ଜବ କାର୍ଡଧାରୀ କଲ୍ୟାଣ ସଂଘର ବୈଠକ

୧୮ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୂଆଗାଁ :- ନୂଆଗାଁ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଥିବା ସଭା ଗୃହରେ ନିଖିଳ ଓଡ଼ିଶା ଜବକାର୍ଡ଼ ଧାରୀ ସଂଘ ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଯୋଜନା ବୋର୍ଡ଼ ସଦସ୍ୟ ଡ଼ ପ୍ରସନ୍ନ କୁମାର ପାଟ୍ଟଶାଣୀ, ନୂଆଗାଁ ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀପ୍ରିୟା ବେହେରା, ବିଡ଼ିଓ ସଚ୍ଚିଦାନନ୍ଦ ମିଶ୍ର, ରାଜ୍ୟ ଜବ କାର୍ଡଧାରୀ ୱେଲଫାର ଆସୋସିଏସନ୍, ରାଜ୍ୟ ମୁଖ୍ୟ ମହିଳା ପ୍ରକଳ୍ପ ସଂଯୋଜୀକା ଶ୍ରୀମତି ରୋଜାଲିନୀ ସେନାପତି, ଅଲ୍ ଓଡିଶା ଜବ କାର୍ଡାଧାରୀ ୱେଲଫାରେ ଅଧ୍ୟକ୍ଷ ରବିନାରାୟଣ ଦାସ, ଜିଲ୍ଲା ସଂଯୋଜକ ମନୋରଞ୍ଜନ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି 5T ଓ ମିଶନ ଶକ୍ତି ସହିତ ଜବକାର୍ଡଧାରୀ ମାନଙ୍କ ର କଣ ସମ୍ପର୍କ ରହିଛି ସେ ବିଷୟରେ ଅତିଥି ମାନେ ମତ ବ୍ୟକ୍ତ ରଖିଥିଲେ । ମିଶନ ଶକ୍ତି ମାଧ୍ଯମରେ ମହିଳା ମାନେ କିପରି ସ୍ବାବଲମ୍ବୀ ହୋଇପାରିବେ ସେ ବିଷୟରେ ଗୁରୁତ୍ୱାରୋପ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ନୂଆଗାଁ ବ୍ଲକ କୋଡ଼ିନେଟର ପ୍ରଦୀପ୍ତ ସାସମଲ ସହଯୋଗ କରିଥିଲେ ।

Exit mobile version