Home ଓଡ଼ିଶା ଉଦଘାଟିତ ହେଲା କୋରଡ଼ା ଗଡ ଲଙ୍କାପୋଡି ମହୋତ୍ସବ ଓ ପଲିଶ୍ରୀ ମେଳା by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୧୮ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୂଆଗାଁ :- ନୂଆଗାଁ ବ୍ଲକ ଅନ୍ତର୍ଗତ କୋରଡ଼ା ଗ୍ରାମରେ କୋରଡ଼ା ଗଡ ଓ ପଲିଶ୍ରୀମେଳା ଉଦଘାଟିତ ହୋଇଯାଇଛି । ପ୍ରଥମେ କୋରଡ଼ା ମହୋତ୍ସବ କମିଟି ର ସଦସ୍ୟ ଏବଂ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଶ୍ରୀ ରଘୁନାଥ ଜୀଉ ଙ୍କ ମନ୍ଦିର ନିକଟରେ ପୂଜା ଅର୍ଚ୍ଚନା ସାରି ମଶାଲ କୁ ଧରି ମହୋତ୍ସବ ମଣ୍ଡପରେ ପହଞ୍ଚି ପୂଜା ଅର୍ଚ୍ଚନା କରାଯାଇଥିଲା । ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବ୍ଲକ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ସ୍ଥାନୀୟ ସରପଞ୍ଚ ନିରୋପମା ପାତ୍ର, ନୂଆଗାଁ ସରପଞ୍ଚଙ୍କ ପ୍ରତିନିଧି ପଦ୍ମଚରଣ ପରିଡ଼ା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ବସନ୍ତ ମିଶ୍ର, ମହୋତ୍ସବ କମିଟି ର ସଭାପତି ଗୋଲଖ ବିହାରୀ ଗୋଚ୍ଛାୟତ, ଗ୍ରାମ ସଭାପତି ପ୍ରମୋଦ କୁମାର ଦାସ, ସମ୍ପାଦକ ଭଗବାନ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି କୋରଡ଼ା ଗଡ଼ ଲାଙ୍କାପୋଡ଼ି ଉତ୍ସବର ଗାରିମା ବର୍ଣ୍ଣନା କରିଥିଲେ । ମହୋତ୍ସବ କମିଟି ତରଫରୁ ଅତିଥି ମାନଙ୍କୁ ପୁଷ୍ପଗୋଛ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପରିଶେଷରେ ଛୋଟ ଛୋଟ ପିଲା ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି by Proprietor Abhimanyu Maharana June 30, 2026 ରଥଖଳାରେ ରଥନିର୍ମାଣ ଶୈଳୀ ଦେଖିଲେ ମୂଖ୍ଯମନ୍ତ୍ରୀ by Proprietor Abhimanyu Maharana June 30, 2026 ଜଗନ୍ନାଥଙ୍କୁ ପଛ କରି ଭକ୍ତଙ୍କୁ ଦର୍ଶନ ଦେଲେ ମନ୍ତ୍ରୀ by Proprietor Abhimanyu Maharana June 30, 2026 ପୋଲିସ ପକ୍ଷରୁ ବୃଦ୍ଧ ବୃଦ୍ଧା ଓ ଭିନ୍ନକ୍ଷମ ମାନଙ୍କୁ ଦର୍ଶନ by Proprietor Abhimanyu Maharana June 30, 2026 ଗଜାନନ ବେଶରେ ଦର୍ଶନଦେଲେ ଚତୁର୍ଦ୍ଧାମୂର୍ତ୍ତି ୪ଲକ୍ଷ ଭକ୍ତଙ୍କ ଦୁର୍ଲଭ ଦର୍ଶନ - ପୁରୀ by Proprietor Abhimanyu Maharana June 29, 2026 ଓଡିଶାର ସ୍ୱଚ୍ଛ ଶକ୍ତି ଓ ଇଣ୍ଡଷ୍ଟ୍ରିଆଲ ଡିକାର୍ବନାଇଜେଶନ ଯାତ୍ରା ପାଇଁ ରୋଡମ୍ୟାପ ପ୍ରସ୍ତୁତ - ସିଆଇଆଇ ଏନର୍ଜି କନ୍କ୍ଲେଭ by Proprietor Abhimanyu Maharana June 29, 2026